DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!
Advertisement
Article Detail0/zeeodisha/odisha1618710

DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!

DJ Azex Death Case: ‘ଡିଜେ ଆଜେକ୍ସ’(DJ Azex Death Case) ଓରଫ ଅକ୍ଷୟ କୁମାରଙ୍କ (Akshay Kumar death case)ମୃତ୍ୟୁ ଘଟଣା । ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ମୃତକଙ୍କ ପ୍ରେମିକା ଓ ତାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

DJ Azex Death Case: ‘ଡିଜେ ଆଜେକ୍ସ’(DJ Azex Death Case) ଓରଫ ଅକ୍ଷୟ କୁମାରଙ୍କ (Akshay Kumar death case)ମୃତ୍ୟୁ ଘଟଣା । ଏବେବି ସସପେନ୍ସ ଘେରରେ ତାଙ୍କର ମୃତ୍ୟୁ । କିଭଳି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ସେନେଇ ଖୋଳତାଡ କରୁଛି ପୋଲିସ । ଏହି ଘଟଣାରେ ଦୁଇ ଜଣଙ୍କ ନାଁରେ ଖାରବେଳନଗର ଥାନା ପୋଲିସ(Police) ମାମଲା ରୁଜୁ କରିଛି। ଡିଜେ ଆଜେକ୍ସଙ୍କ (DJ Azex girlfriend)ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଆଇପିସିର ଧାରା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଖୁବଶୀଘ୍ର ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କର ବନ୍ଧୁଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। 

ତେବେ,  ‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକା(DJ Azex girlfriend) ଓ ବନ୍ଧୁଙ୍କ ହାତ ଥିବା  କୁହାଯାଇଛି। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାରେ ରହସ୍ୟ ଖୋଲିବ ସିଡିଆର । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ମୃତକଙ୍କ ମୋବାଇଲରେ ପ୍ରେମିକାଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ପୋଲିସ ହାତରେ ଲାଗିଛି । ତେବେ ( WhatsApp Chat) ଓ୍ବାର୍ଟସପ୍ ଚାର୍ଟରେ ପୋଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଯାହା ପୋଲିସକୁ ତଦନ୍ତରେ ସାହର୍ଯ୍ୟ କରିବ । 

ଏହାବି ପଢନ୍ତୁ : Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

ଏହାବି ପଢନ୍ତୁ : DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ସେପେଟେ, ଆଜେକ୍ସଙ୍କ (DJ Azex )ଜଣେ ବନ୍ଧୁ ଗଣମାଧ୍ୟମକୁ କହିଛନ୍ତି,ଆଜେକ୍ସ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ସେହି ଯୁବତୀ ହାଇଟେକ୍ ଡେଣ୍ଟାଲ କଲେଜର ଛାତ୍ରୀ। ତାଙ୍କ ଘର ତମାଣ୍ଡୋରେ। ସେହି ଛାତ୍ରୀ ଓ ତାଙ୍କ ବନ୍ଧୁ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ। ସେମାନେ ତାଙ୍କଠାରୁ ଟଙ୍କା ମାଗୁଥିଲେ। ଏପରିକି ଗତକାଲି ବି ସେ ପ୍ରେମିକାକୁ ୧୫ ହଜାର ଟଙ୍କା ଫୋନପେରେ ପଠାଇଥିଲେ। ଏ ନେଇ ପୋଲିସର ତଦନ୍ତ ହେଲେ ଅଧିକ କଥା ଜଣାପଡ଼ିବ। ସୂଚନା ଅନୁସାରେ, ଗତ ଶନିବାର ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହାବି ପଢନ୍ତୁ :  Tech firm CEO Dies: କମ୍ପାନୀ ମୁଖ୍ୟଙ୍କ ମୁଣ୍ତ ଉପରେ ଚଢିଗଲା କାର୍

ଏହାବି ପଢନ୍ତୁ : Matric Exam 2023: ସରିଲା ପରୀକ୍ଷା, ଜାଣନ୍ତୁ କେବେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା?