ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2238374

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ

Jammu and kashmir encounter: ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତକାଲିଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆଜି ଆତଙ୍କବାଦୀ ଠାବ ହୋଇଥିଲେ । ପ୍ରଥମେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି ।  ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତକାଲିଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆଜି ଆତଙ୍କବାଦୀ ଠାବ ହୋଇଥିଲେ । ପ୍ରଥମେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

ମିଳିଥିବା ଖବର ମୁତାବକ, ବିଶେଷ ସୁତ୍ରରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା ଯେ, କୁଲଗ୍ରାମ ଅଞ୍ଚଳରେ ଲଶ୍କର ଆତଙ୍କୀ ଲୁଚିରହିଥିଲେ । ଏହାପରେ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ୩ ଆତଙ୍କବାଦୀ । ଏଥିସହ ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଜମ୍ମୁ କଶ୍ମୀରରେ ବାୟୁସେନା କନଭେୟ ଉପରେ ହମଲା କରିଥିଲେ ଆତଙ୍କୀ । ଫଳରେ ଜଣେ ଯବାନ ଶହୀଦ ହୋଇଥିଲେ । 

Also Read- ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା

Also Read- Shukra Gochar 2024: ବୃହସ୍ପତି-ଶୁକ୍ରଙ୍କ ମହା-ମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନଲାଭ ସହ ପାଇବେ ଖୁସି ଖବର !