Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2215608

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

Naveen Patnaik Campaign: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ। ନବୀନ ନିଜ ପାଇଁ ଭୋଟ୍ ମାଗିବା ସହ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅନୁରୋଧ କରିବେ। ଏହାପରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଅଧିନସ୍ଥ ନିର୍ବାଚନ ମଣ୍ଡଳି ଗୁଡ଼ିକରେ ପ୍ରଚାର କରିବେ। ୨୫ ତାରିଖରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Duplicate Police Gang: ପୋଲିସ ପରିଚୟରେ ଲୋକଙ୍କୁ ବିଭିନ୍ନ ଧମକଚମକ ଦେଇ ଲୁଟୁଥିବା ଏକ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି ଅସଲି ପୋଲିସ। ମଧ୍ୟପ୍ରଦେଶରୁ ଆସି ୨ ରୁ ୩ ମାସ ହେଲା ଡେରା ପକାଇଥିବା ୭ ଜଣିଆ ଗ୍ୟାଙ୍ଗକୁ ଶେଷରେ ପୋଲିସ ପଞ୍ଝାରେ ପଡିଛି। ଦୈତ୍ୱନଗରୀରର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୦ ରୁ ଅଧିକ ଲୁଟ୍ କରି କମିଶନରେଟ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ବରିଷ୍ଠ ଅଧିକାରୀଙ୍କୁ ଘନଘନ ଜେରା କରାଯାଉଛି। 

Collector Fake Signature: ବଡ଼ ସମ୍ବେଦନଶୀଳ ଖବର । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ଜିଲ୍ଲା ଖଣିଜ ପାଣ୍ଠି ଡିଏମଏଫରୁ ୯ କୋଟି ୭୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନୀର ଜମାଖାତାକୁ ପଠାଯାଇଛି। ଥରେ କି ଦୁଇ ଥର ନୁହେଁ, ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ଏହିପରି ୪ ଥର ଟଙ୍କା ଟ୍ରାନ୍ସଫର କରାଯାଇଛି। ଘଟଣା ଜଣାପଡିବା ପରେ ଭଞ୍ଜପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ରାଜ୍ୟ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଏକ ଟିମ୍ ମଧ୍ୟ ଏହାର ତନାଘନା କରୁଛନ୍ତି।

Odisha Weather Update: ରବିବାର ତାତି ରେକର୍ଡ଼ ଭାଙ୍ଗିଥିବା ବେଳେ ଲଗାତର ୩ ଦିନ ହେବ ଜଳୁଛି ସାରା ଓଡ଼ିଶା । ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ଥିବା ରେକର୍ଡ଼ ହୋଇଛି । ଖାଲି ସେତିକି ନୁହେଁ, ୯ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ଼ ହୋଇଛି । ସୂଚନାଯୋଗ୍ୟ, ବାରିପଦା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଛୁଇଁଛି ।  ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ନୂଆପଡ଼ା ୪୪ ଡିଗ୍ରୀ, ତାଳଚେର ୪୩.୮ ଡିଗ୍ରୀ, ଝାରସୁଗୁଡ଼ା ଓ କେନ୍ଦୁଝର ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୩, ବଲାଙ୍ଗୀର ୪୩.୨ ଡିଗ୍ରୀ, ସୁନ୍ଦରଗଡ଼ ଓ ବୌଦ୍ଧ ୪୩ ଡିଗ୍ରୀ, ଢେଙ୍କାନାଳ ୪୨.୯ ଡିଗ୍ରୀ, ଟିଟିଲାଗଡ଼ ୪୨.୫ ଡିଗ୍ରୀ, ରାଉରକେଲା ୪୨.୧ ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଛି । ତେବେ ସୋମବାର ମଧ୍ୟ ରାଜ୍ୟରେ ପାଗ ସମାନ ରହିବ । 

Karnataka Close Today: କର୍ଣ୍ଣାଟକେ କଲେଜ ଛାତ୍ରୀ ନେହାଙ୍କୁ ତାଙ୍କ ପ୍ରେମିକ ବାରମ୍ବାର ଛୁରୀ ଭୁଷି ହତ୍ୟା ଘଟଣାରେ ପ୍ରତିବାଦ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ତେଜିଛି ରାଜନୀତି। ଏହି ଘଟଣାକୁ ଲଭ୍ ଜିହାଦ ର ରଙ୍ଗ ଦେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କର୍ଣ୍ଣାଟକ ର ହୁବଳି ଅଞ୍ଚଳର କଂଗ୍ରେସ କର୍ପୋରେଟରଙ୍କ ଝିଅ ଥିଲେ ପୀଡିତା । ତେବେ ଆଜି ଏହି କାରଣରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। ଘଟଣାଟି ସମ୍ବେଦନ ଶୀଳ ଥିବାରୁ କେହି ବି ଏହି ଘଟଣାରେ ସୋସିଆଲ ପୋଷ୍ଟ ନକରନ୍ତୁ ବୋଲି ପୋଲିସ ଚେତାବନୀ ଦେଇଛି। 

Rajnath Singh Visit To Siachen: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିଆଚେନ ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ସଶସ୍ତ୍ର ବାହିନୀ ସହ ଯୋଗାଯୋଗ କରିବେ। ସିଆଚେନ୍ ଗସ୍ତ କରିବେ  ସମୟରେ ସେହି ଅଞ୍ଚଳରେ ନିୟୋଜିତ ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ" ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି। 

Israeli Military Units: ପାଲେଷ୍ଟାଇନ୍ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଆମେରିକା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)ର ଏକ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ଉପରେ କଠୋର କଟକଣା ଲଗାଇବାକୁ ଘୋଷଣା କରିଛି ଆମେରିକା । ପ୍ରଥମ ଥର ପାଇଁ ବାଇଡେନ ପ୍ରଶାସନ ଇସ୍ରାଏଲର କୌଣସି ସାମରିକ ୟୁନିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିବା ପରେ ଏହାକୁ ନେଇ ଇସ୍ରାଏଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। 

Car Racing Accident: କାର୍ ରେସିଂ ଗେମ୍ ପାଲଟିଗଲା ମୃତ୍ୟୁର ସୌଦାଗର । ରେସିଂ କାର୍ ମାଡ଼ିଯିବାରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ହୋଇଥିବା ଫକ୍ସ ହିଲ୍ ସୁପର କ୍ରସ୍-୨୦୨୪ରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । କାର୍ ରେସିଂ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଲୋକଙ୍କ ଆଡ଼କୁ ମାଡ଼ି ଯାଇଥିଲା ଏହି କାର୍ । ଫଳରେ ଏହି ଦୁର୍ଘଟଣାରେ ୮ ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ପ୍ରଶାସନ ନିଜର ତଦନ୍ତ ଆରମ୍ଭ କରିଛି। 

Truck Car Collsion: ରାଜସ୍ଥାନର ଝାଲଵାର ଜିଲ୍ଲାରେ ଆଜି ଭୋରରୁ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଏକ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। କାର୍‌ଟି ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଝାଲାଵାର ଆରକ୍ଷୀ ଅଧୀକ୍ଷକ ରିଚା ଟୋମେର କହିଛନ୍ତି ଯେ ଭୋପାଳର ଡୁଙ୍ଗରୀ ଗାଁରୁ କାର୍‌ଟି ଫେରୁଥିଲା ବେଳେ ଏକଲେରା ଗ୍ରାମ ନିକଟରେ ରାତି ୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି ଓ ସମସ୍ତେ ସମ୍ପର୍କରେ ସାଙ୍ଗ ବୋଲି ଜଣାପଡ଼ିଛି । 

IPL Today Match: ଆଇପିଏଲର ୩୮ତମ ଲିଗ୍ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ (RR vs MI) । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନର ୧ ନମ୍ବର ସ୍ଥାନ ବଜାଇ ରଖିବା ନେଇ ଉଦ୍ୟମ କରିବ । ସେପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଲକ୍ଷ୍ୟ ରଖିଛି ମୁମ୍ବାଇ । ଖବର ଅନୁଯାୟୀ, ଏହା ପୂର୍ବରୁ ଉଭୟ ଦଳ ଗତ ୧ ତାରିଖରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମୁହାଁମୁହିଁ ହୋଇଥିଲେ । ଏଥିରେ ୬ ୱିକେଟ୍ ରେ ବାଜି ମାରିନେଇଥିଲା ସଞ୍ଜୁ ବାହିନୀ । ତେବେ ଉଭୟ ଦଳ ପୂର୍ବରୁ ୨୯ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ମୁମ୍ବାଇ ୧୫ଟି ମ୍ୟାଚ୍ ଜିତିଥିବା ବେଳେ ରୟାଲ୍ସ ୧୩ଟିରେ ବିଜୟୀ ହୋଇଛି ।

Also Read: Odisha news live updates: ଝାଞ୍ଜିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ, ୨୫ରୁ ବଦଳିପାରେ ପାଗ