Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1981872

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)z

Top 10 News Headlines: 1.Rathole Miners Begin Operation in Silkyara Tunnel: ଉତ୍ତରକାଶୀର ଶିଲ୍କ୍ୟାରା ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ‘ରାଟ ହୋଲ୍‍ ମାଇନର’ ବା ମୂଷାଗାତ ଖନନକାରୀଙ୍କୁ ନିୟୋଜିତ କରିଛି। ଗତକାଲି ୧୬ତମ ଦିନରେ ଏହି ଉଦ୍ୟମ କରାଯାଇଛି। ଉଭୟ ପଟୁ ଏବେ ଖନନ କରାଯାଇ ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ୟମ କରାଯାଉଛି। ୩୦ ତାରିଖ ସୁଦ୍ଧା ଭୂଲମ୍ବ ଖନନ ଶେଷ ହୋଇପାରେ ବୋଲି ଆଶା କରାଯାଉଛି।   

2.47% less Solar Plant: ଦେଶରେ ସୌର ପ୍ରକଳ୍ପ ସ୍ଥାପନ ମାନ୍ଦା ହୋଇଛି। ଅରପେକ୍ଷେ ୨୦୨୩ରେ ୪୭ ପ୍ରତିଶତ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଧିମେଇଥିବା ମେରକମ୍‍ ଇଣ୍ଡିଆା ଗବେଷଣା ରିପୋର୍ଟରେ କୁହାଯାଇଛି। ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ, ଦେଶରେ ଏପରି ପ୍ରକଳ୍ପ ସ୍ଥାପନ କ୍ଷେତ୍ରରେ ରାଜସ୍ଥାନ ସର୍ବାଗ୍ରେ ରହିଥିବା କୁହାଯାଇଥିବାବେଳେ ଓଡ଼ିଶା ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ବି ସ୍ଥାନ ପାଇ ନାହିଁ।  

3.SIT on Black Money to meet today: ଆଜି କଟକରେ କଳା ଟଙ୍କା କାରବାରର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍‍ (ଏସ୍‍ଆଇଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏସ୍‍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଇଡି, ସିବିଆଇ, ଆୟକର, ରାଜସ୍ୱ ଗୁଇନ୍ଦା, ଭିଜିଲାନ୍ସ, ସେବି, ରାଜ୍ୟ ପୋଲିସ ବିଭିନ୍ନ ଅଧିକାରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଦେଶ ଭିତରେ କଳାଟଙ୍କା ଠାବ ନେଇ ଏହି ଟିମ୍‍ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସରକାରଙ୍କୁ ଦେଇପାରେ।  

4.Zero Casualty week: ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତାହତ ସପ୍ତାହ ପାଳନ କରାଯିବ। ଏହି ସପ୍ତାହରେ ପରିବହନ ଓ ଟ୍ରାଫିକ୍‍ ପୁଲିସ ପକ୍ଷରୁ ଧରପଗଡ଼କୁ କଡ଼ାକଡ଼ି କରାଯିବ। ବିଶେଷ କରି ଯେଉଁମାନେ ଗାଡ଼ି ଚଳାଉଥିବା ବେଳେ ମଦ୍ୟପାନ କରିଥିବେ, ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର, ଓଭର ଲୋଡିଂ, ଦ୍ରୁତଗତି ଚାଳନାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଗତ ୯ ମାସ ଭିତରେ ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହାର ୪.୯ ପ୍ରତିଶତ ବଢ଼ିଛି।  

5.ASI to Laser scan Ratna Bhandar Wall: ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥର ଲେଜାର ସ୍କାନିଂ ହେବ। ପଥର ନିର୍ମିତ ଏହି କାନ୍ଥର ଅବସ୍ଥା ବିଷୟରେ ଜାଣିବା ଲାଗି ଏହି ପ୍ରକ୍ରିୟାକୁ ଆପଣାଇଛି ଏଏସ୍‍ଆଇ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ରତ୍ନ ଭଣ୍ଡାର ସହ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରରର ବି ଲେଜର ସ୍କାନିଂ କରାଯିବାକୁ ସ୍ଥିର କରାଯାଇଛି।  

6.3rd T20: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‍ ଖେଳାଯିବ । ଗୌହାଟୀ ବର୍ଷାପଡ଼ା ଷ୍ଟାଡିୟମଠାରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍‍ ଗୁରୁତ୍ୱପୂର୍ଣ୍ଣ ରହିଛି। ଭାରତକୁ ଅପରାଜେୟ ରହିବା ତଥା ୩-୦ରେ ସିରିଜ୍‍ ବିଜୟୀ ହେବା ଲାଗି ଏହି ମ୍ୟାଚ୍ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ପରାଜୟରୁ ରକ୍ଷା ପାଇବା ଲାଗି ଏହି ମ୍ୟାଚରେ ବିଜୟ ନେଇ ଉଦ୍ୟମ କରିବ।

7.Ama Bank: ଆଜିଠାରୁ ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ପହଞ୍ଚି ନଥିବା ପଞ୍ଚାୟତରେ ୧୬ ପ୍ରକାରର ବ୍ୟାଙ୍କିଙ୍ଗ୍‍ ସୁବିଧା ଦେବା ଲାଗି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ। ଏହାର ନାଁ ରହିଛି ‘ଆମ ବ୍ୟାଙ୍କ। ଏହି ବ୍ୟବସ୍ଥାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କ ସିଏସ୍‍ପି ପ୍ଲସ୍‍ ସୁବିଧା ଉପଲବ୍ଧ ହେବ। ରାଜୀବ ଗାନ୍ଧୀ କେନ୍ଦ୍ରମାନଙ୍କରେ ଏହି ସୁବିଧା ଉପଲବ୍‍ଧ ହେବ। ବୃଦ୍ଧ, ମହିଳା, ଭିନ୍ନକ୍ଷମଙ୍କ ପେନ୍‍ସନ୍‍ ତଥା ସରକାରୀ ସହାୟତାକୁ ତାଙ୍କୁ ଦୁଆର ମୁହଁରେ ପହଞ୍ଚାଇବା ଲକ୍ଷ୍ୟ ଏହାଦ୍ୱାରା ପୂରଣ ହେବ।  

8.Cease Fire: ଇସ୍ରାଏଲ୍‍ ଓ ହମାସ ଭିତରେ ଚାଲିଥିବା ଯୁଦ୍ଧ ବିରତିକୁ ଆଉ ଦୁଇଦିନ ବଢ଼ାଯାଇଛି। ଆନ୍ତର୍ଜାତିକ ଚାପକୁ ଆଖିରେ ରଖି ଏହି ଯୁଦ୍ଧ ବିରତିକୁ ସମ୍ପ୍ରସାରିତ କରାଯିବା ସହ ଉଭୟ ପକ୍ଷରେ ଥିବା ବନ୍ଦୀ ଓ ପଣବନ୍ଦୀଙ୍କୁ ମୁକ୍ତ କରିବା କାର୍ଯ୍ୟକ୍ରମ ଜାରି ରହିଛି।

9.Cars may hike: ବଜାରରେ କଞ୍ଚା ମାଲ୍‍ ଦର ବୃଦ୍ଧିକୁ ଆଖିରେ ରଖି ଦେଶରେ କାର ନିର୍ମାତାମାନେ ଦର ବୃଦ୍ଧି ସଙ୍କେତ ଦେଇଛନ୍ତି। ମାରୁତି, ସୁଜୁକି, ଅଡି ଏ ବାବଦରେ ଘୋଷଣା କରିଥିବାବେଳେ ଟାଟା ୟଦର ବୃଦ୍ଧି ସମ୍ପର୍କରେ ବିଚାର କରୁଛି। ତେବେ ଏ ଦର କେତେ ପ୍ରତିଶତ ବଢ଼ିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।  

10. Cyclone: ଡିସେମ୍ବର ୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହି ବାତ୍ୟାର ନାଁ ‘ମିଚୌଙ୍ଗ’ ଦିଆଯାଇଛି। ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଅବପାତ ୩୦ରେ ଅଧିକ ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯାହା ୪୮ ଘଣ୍ଟା ଭିତରେ ବାତ୍ୟା ରୂପ ନେବ। ଏବେ ଏହା କେଉଁଠି ଭୂପୃଷ୍ଠ ଛୁଇଁବ ତାହା କୁହାଯାଇ ନଥିଲେ ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଏହା ଡିସେମ୍ବର ୫ ତାରିଖରେ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଇଛି। 

Also Read-Laser Scanning: ଆଜି ରତ୍ନଭଣ୍ତାର ବାହାର କାନ୍ଥରେ ହେବ ଲେଜର ସ୍କାନିଂ