Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2218555

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
HL1-ଆଜି ଜାତୀୟ ପଞ୍ଚାୟତିରାଜ ଦିବସ। ପ୍ରତିବର୍ଷ ଭାରତର ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସମ୍ମାନ ଦିଆଯାଇଥାଏ। ୧୯୯୩ ମସିହା ଏପ୍ରିଲ ୨୪ ତାରିଖ ଦିନ ପ୍ରଥମଥର ପାଇଁ ଭାରତର ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମିଲ୍‍ କରାଯାଇଥିଲା। ୭୩ତମ ସମ୍ବିଧାନ ସଂଶୋଧନ ଭାବେ ଏହି ବ୍ୟବସ୍ଥା ପରିଗଣିତ। ୨୦୧୦ ମସିହାରେ ପ୍ରଥମଥର ପାଇଁ ଏପ୍ରିଲ ୨୪କୁ ପଞ୍ଚାରୟତିରାଜ ଦିବସ ଭାବେ ପାଳନ କରାଯାଉଛି। 
 
HL2-ରାଜ୍ୟରେ ବିଜୁ ଜନତା ଦଳ ଆଜି ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ। ଏ ବିଷୟରେ ୨୨ ତାରିଖ ସନ୍ଧ୍ୟାରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେଠାରୁ ଯୋଡ଼ି ଶଂଖ ପ୍ରଚାର କରିବେ। ଗୋଟିଏ ଶଙ୍ଖ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନ୍ୟଟି ବିଧାୟକ ପ୍ରର୍ଥୀଙ୍କ ଲାଗି ଭୋଟ ଦେବା ଲାଗି ଆକର୍ଷିତ କରିବାକୁ ଉଦ୍ଦିଷ୍ଟ ।
 
HL3.ପ୍ରଥମଥର ପାଇଁ ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ବୁଲେଟ୍‍ ପ୍ରୁଫ୍‍ ଜାକେଟ୍‍ ବିକଶିତ କରିଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଡିଆରଡିଓ କାନପୁର ପକ୍ଷରୁ ଏହି ଜାକେଟ୍‍ ତିଆରି କରାଯାଇଛି। ଯାହା ସବୁଠାରୁ ହାଲୁକା। ମନୋଲିଥିକ୍ ସେରାମିକ ବ୍ୟବହାର କରାଯାଇ ଏହି ସୁରକ୍ଷା କବଚ ତିଆରି କରାଯାଇଛି । ଯାହା ବିଆଇଏସ୍‍ ୬ ସ୍ତରର ସୁରକ୍ଷା ପ୍ରଦାନ କରିପାରିବ। 
 
HL4.ଓଡ଼ିଶା ରାଜନୀତିରେ ଲୁଙ୍ଗିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେମାବାର ରାତିରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଦୁଇଟି ଶଙ୍ଖ ଛବି ଧରି ପ୍ରଚାର ଆରମ୍ଭ କରିଥିଲେ। ଏହାକୁ ବିଜେପି ବରିଷ୍ଠ ନେତା ସମାଲୋଚନା କରି ବୁଢ଼ା ଲୋକଙ୍କୁ ଲୁଙ୍ଗି ପିନ୍ଧା ଯାଇଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ତାଙ୍କୁ କଡ଼ା ଜବାବ ଦିଆଯିବାକୁ ଚେଷ୍ଟା ହୋଇଛି। ଗତକାଲି ଗଣମାଧ୍ୟମକୁ ଦୁଇ ବିଜେଡି ମୁଖପାତ୍ର ଲୁଙ୍ଗି ପିନ୍ଧି ବିବୃତ୍ତି ଦେଉଥିବା ଚିତ୍ର ପଠାଇଛି ବିଜେଡି। 
 
HL5.ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ତାତି ଅସହ୍ୟ ହୋଇଛି । ଆସନ୍ତା ତିନିଦିନ ତାପାମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏପରିକି ବର୍ତ୍ତମାନ ତାପମାତ୍ରାଠାରୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।  ଏହି ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏଣୁ ଅଂଶୁଘାତ ଆଶଙ୍କା ରହିଛି। 
 
HL6.ଟିକଟ ନ ପାଇଥିବା ବରିଷ୍ଠ ଓ ପ୍ରଭାବଶାଳୀ ନେତା ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କୁ ଦଳ ବରିଷ୍ଠ ଉପସଭାପତି ପଦବୀ ପ୍ରଦାନ କରିଛି। ତାଙ୍କ ସହ ସରୋଜ ସାମଲଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଏବଂ ପ୍ରଶାନ୍ତ ସେଠୀଙ୍କୁ ବିଜୁ ଜନତା ଦଳର ସମ୍ପାଦକ ପଦବୀ ପ୍ରଦାନ କରାଯାଇଛି। 
 
HL7. ଓଡ଼ିଶା ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି। ଆସନ୍ତାକାଲିଠାରୁ ବିଜେପି ପ୍ରଚାର ଆରମ୍ଭ କରିବ। ଗୃହମନ୍ତ୍ରୀ ଅମିତ ଶାହ ସୋନପୁରଠାରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। 
 
HL8.ଓଡ଼ିଶାର ଦୁଇ ବିଧାୟକଙ୍କୁ ନ୍ୟାୟଳୟ ଝଟକା ମିଳିଛି। ଗୋଟିକରେ ସୁପ୍ରିମକୋର୍ଟ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଗିରଫ ଭୟରୁ ମୁକ୍ତି ଦେଇ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ତାଙ୍କୁ ମାମଲା ବିଚାର ନ ଶେଷ ହେବା ଯାଏ ନିର୍ବାରଚନ ଲଢ଼ିବାରୁ ବାରଣ କରିଛନ୍ତି। ସେହିପରି ଗୋପାଳପୁର ବିଧାୟକ ତଥା ବର୍ତ୍ତମାନର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରହୀଙ୍କୁ ହାଇକୋର୍ଟ ଝଟକା ଲାଗିଛି। ୨୦୨୦ ଟାଟା ମୋଟର୍ସ ନିଯୁକ୍ତି ମାମଲାର ବିଚାର ଲାଗି ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ରାୟ ଦେଇଛନ୍ତି। ଏପରିକି ଗଣମାଧ୍ୟମ ସାମ୍ନାରେ କୌଣସି ବୟାନ ନ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। 
 
HL9.ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କର ୪୦ରୁ ଅଧିକ ସମର୍ଥକ ଯେଉଁମାନେ ଦଳର ବିଭିନ୍ନ ପଦପଦବୀରେ ରହିଥିଲେ ସେମାନେ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ବୋଲି କହିଛନ୍ତି। ଅପରପକ୍ଷେ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ତାଙ୍କୁ ମା ଭଳି ମାନନ୍ତି ଓ ଦଳକୁ ଫେରିଆସିବାକୁ ନିବେଦନ କରିଥିବା କହିଛନ୍ତି। 
 
HL10.ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକଙ୍କୁ ଟିକଟ ନମିଳିବାରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେଡି ରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।