Odisha News: ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ନୂଆ ଇତିହାସ
Advertisement
Article Detail0/zeeodisha/odisha2092373

Odisha News: ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ନୂଆ ଇତିହାସ

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଶୁକ୍ରବାର ଦିନ ଏହି ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ଼ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଶୁକ୍ରବାର ଦିନ ଏହି ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହାଯ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍ ମାଧ୍ୟମରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ, ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରୁଥିଲେ । ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋର୍ଡ କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । ମାତ୍ର ଏକ ଘଣ୍ଟା ମଧ୍ୟରେ ଓଡି଼ଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରାମାନେ ସର୍ବାଧିକ ପୁସ୍ତକର ତଥ୍ୟ ଅପଲୋଡ କରିଛନ୍ତି । ପୂର୍ବ ରେକର୍ଡଠାରୁ ୪ ଗୁଣା ଅଧିକ ସଂଖ୍ୟାରେ ଏହି ରେକର୍ଡ଼ ଭଙ୍ଗିଛନ୍ତି ଛାତ୍ରଛାତ୍ରୀ। ଏହି ଅପଲୋଡ ପ୍ରକ୍ରିୟା ମାତ୍ରାଧିକ ଥିବା କାରଣରୁ ଫେସବୁକ ପେଜରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏହି ବୈଷୟିକ ତ୍ରୁଟି କାରଣରୁ ସମ୍ପୂର୍ଣ୍ଣ ସଠିକ୍ ତଥ୍ୟ ହସ୍ତଗତ ହୋଇପାରି ନ ଥିଲା । ମାତ୍ର ସର୍ବନିମ୍ନ ସଂଖ୍ୟାକୁ ବିବେଚନା କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ର ଅଧିକାରୀ ଏହି ରେକର୍ଡ଼ ଘୋଷଣା କରିଥିଲେ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ସୃଷ୍ଟି କରାଯାଇ ପାରିଛି ।

ସୂଚନାଯୋଗ୍ୟ, ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ୧ ନଭେମ୍ବର ୨୦୨୧ ରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିବା ବେଳେ ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଉଦ୍ୟମରେ ଏହି ରେକର୍ଡ଼ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି।

ଏହା ବି ପଢନ୍ତୁ- Chakradhari Sharan Singh: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଏହା ବି ପଢନ୍ତୁ- Puri News: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା