Odisha News: ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ଅନଲାଇନ ମାଧ୍ୟମରେ ଯୋଡ଼ି ହେଲେ ଭିସୁଟ୍ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha2096792

Odisha News: ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ଅନଲାଇନ ମାଧ୍ୟମରେ ଯୋଡ଼ି ହେଲେ ଭିସୁଟ୍ ଛାତ୍ରଛାତ୍ରୀ

World Odia Language Conference: ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ଯରେ ବିଜୁ ପଟ୍ଟନାୟକ୍ ଇ-ଲର୍ନିଙ୍ଗ ସେଣ୍ଟର୍ ରେ "ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିସୁଟ୍ ର ୧୪୦ ଜଣ ୟୁଜି (UG) ଏବଂ ପିଏଜଡ଼ି (PhD) ଛାତ୍ରଛାତ୍ରୀ ଅନଲାଇନରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀର ତୃତୀୟ ଦିନରେ "୨୦୩୭ ଓଡିଶା:ନବଦିଗନ୍ତର ସମ୍ଭାବନା" ଏହାର ମୁଖ୍ୟ ବିଷୟ ବସ୍ତୁ ଥିଲା I ଓଡିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେବା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ । ଏହି ସମ୍ପର୍କରେ ବକ୍ତାମାନେ ଅଭିଭାଷଣ ଦେଇଥିଲେ ଏବଂ ୨୦୩୬ ସୁଦ୍ଧା ଓଡ଼ିଆକୁ ବିଜ୍ଞାନ, ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି ଓ ଉଦ୍ୟୋଗ କ୍ଷେତ୍ରରେ ଆଗୁଆ କରାଇବାରେ ଯୁବ ବର୍ଗର ଭୂମିକା ଉପରେ ଗୁରୁତ୍ୱଆରୋପ କରିଥିଲେ । କୁଳପତି ପ୍ରଫେସର ବଂଶୀଧର ମାଝୀ ଓ ରେଜିଷ୍ଟ୍ରାର ପ୍ରଦୀପ ଡାଙ୍ଗ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ରହିଥିଲେ। ସ୍ଵପ୍ନେନ୍ଦୁ ମହାନ୍ତି, ମୁଖ୍ୟ ଫିନଟେକ୍ ଅଫିସର, ଏମ୍ଏଏସ୍, ସିଙ୍ଗାପୁର ସରକାର, ସଲ୍କ ଇନଷ୍ଟିଚ୍ୟୁଟ୍ ଫର ବାୟୋଲୋଜିକାଲ ଷ୍ଟଡିଜର ପ୍ରଫେସର ସଚିନ ପଣ୍ଡା ଙ୍କୁ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା । ଭିସୁଟ୍ ର ଅନଲାଇନ୍ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ. ତୃପ୍ତି ରଞ୍ଜନ ମହାପାତ୍ର ଓ ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ୍ ଡିନ୍ ଡଃ ପୁଣ୍ୟପ୍ରିୟା ମିଶ୍ର ସଂଯୋଜନା କରିଥିଲେ।