Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ
Advertisement
Article Detail0/zeeodisha/odisha2220981

Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ

Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନ ବିଭାଗ ମହିପୁର ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ଏଥି ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । 

Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ

Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନ ବିଭାଗ ମହିପୁର ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ଏଥି ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଓ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୧୨୭ କାଠ ରଥଖଳାରେ ଓ ୩୩ଟି କାଠ କରତ କଳରେ ପହଞ୍ଚିସାରିଛି । ସମୁଦାୟ ୩୮୧ଟି କାଠ ରଥ ଖଳା ପାଇଁ ଓ ୪୩୧ ଟି କାଠ କରତ କଳ ପାଇଁ ଆବଶ୍ୟକତା ରହିଥିବା କହିଛନ୍ତି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକ ।