Puri News: ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେବ ରଥକାଠ, ବଡ଼ଦାଣ୍ତରେ ପ୍ରସ୍ତୁତ ପୂଜାସ୍ଥଳୀ
Advertisement
Article Detail0/zeeodisha/odisha2109440

Puri News: ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେବ ରଥକାଠ, ବଡ଼ଦାଣ୍ତରେ ପ୍ରସ୍ତୁତ ପୂଜାସ୍ଥଳୀ

Puri News: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ତରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ବୁଧବାର ଅର୍ଥାତ୍ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖର ରଥକାଠ ଅନୁକୂଳ ହେବ ।

ଖବର ଅନୁଯାୟୀ, ବୁଧବାର ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ତ ଧଉରା କାଠର ପୂଜାର୍ଚ୍ଚନା କରାଯିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ତରେ ପୂଜାସ୍ଥଳୀ ପ୍ରସ୍ତୁତ ହେଉଛି । ରାଜନଅର ପକ୍ଷରୁ ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିବେ । ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବ। ଶୋତ୍ରୀୟ ବ୍ରାହ୍ମଣମାନେ ବାଗଦେବୀ ମାଆ ସରସ୍ବତୀଙ୍କୁ ଆବାହନ ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନର ଏହି କାର୍ଯ୍ୟ ସମ୍ପନ୍ନ ହେବ ।

ଶ୍ରୀ ପଞ୍ଚମୀରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି୍ ଅଟେ ।  ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧି ମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ପ୍ରଥମେ ଚୁନପାଣି ପକାଇ ପୂଜାସ୍ଥଳୀକୁ ପବିତ୍ର କରାଯିବ । ପରେ ୧୨ ଫୁଟିଆ ଧଉରା କାଠ ୩ଟିର ମାଜଣା କରାଯିବ । ଚଳିତ ବର୍ଷ ବଡ଼ଦାଣ୍ତରେ ପହଁଞ୍ଚିବା ପ୍ରଥମ ପର୍ଯ୍ୟାୟ ୧୦୨ ଖଣ୍ତ ରଥ କାଠରେ ଉକ୍ତ ଧଉରା କାଠ ଆସିଯାଇଛି । ମାଜଣା କାଠରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭନ୍ଦ୍ରାଙ୍କ ଦେବ ଦଳନ ରଥ ପାଇଁ ଗୁଜ ଅନୁକୂଳ ହେବ । ରଥର ସୁରକ୍ଷା କବଚକୁ ଗୁଜ ବୋଲି କୁହାଯାଏ । ରଥ ନିର୍ମାଣକ୍ରମେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ ।

ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଗତବର୍ଷର ୫୩ ଖଣ୍ଡ କାଠ ବଳକା ରହିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥକାଠ ଆସିବ। ଏ ଭିତରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ବନଖଣ୍ଡ ନୟାଗଡ଼ ବନାଞ୍ଚଳ ଓ ଦଶପଲ୍ଲା ବନାଞ୍ଚଳରୁ ଆସିସାରିଛି।

Also Read- Weather Update: ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ