Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ
Advertisement
Article Detail0/zeeodisha/odisha2214688

Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ

Jagannath Temple: ଶ୍ରୀମନ୍ଦିରରେ ଶ୍ରୀଜିୟୁଙ୍କ ମହାସ୍ନାନ । ଚାଙ୍ଗଡ଼ା ଦ୍ବାରରୁ ବେହେରଣ ଦ୍ବାପ ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବାରୁ ମହାସ୍ନାନ କରିଛନ୍ତି ମହାପ୍ରଭୁ ।

Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ

Jagannath Temple: ଶ୍ରୀମନ୍ଦିରରେ ଶ୍ରୀଜିୟୁଙ୍କ ମହାସ୍ନାନ । ଚାଙ୍ଗଡ଼ା ଦ୍ବାରରୁ ବେହେରଣ ଦ୍ବାପ ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବାରୁ ମହାସ୍ନାନ କରିଛନ୍ତି ମହାପ୍ରଭୁ ।

ସୂଚନା ଅନୁଯାୟୀ, ସକାଳ ୬ଟା ୨୫ ମିନିଟ୍ ରେ ମଙ୍ଗଳ ଆଳତି ବଢି ଅନ୍ୟାନ୍ୟ ନୀତି ଜାରି ରହିଥିଲା । ପୂର୍ବାହ୍ନ ୧୧ଟା ୫ ମିନିଟ୍ ରେ ସକାଳଧୂପ ବଢିଥିଲା । ଏହାପରେ ଶ୍ରଦ୍ଧାଳୁମାନେ ଭିତର କାଠକୁ ଯାଇ ଦର୍ଶନ କରୁଥିଲେ । ଠିକ୍ ଏହି ସମୟରେ ଚାଙ୍ଗଡ଼ା ଦ୍ବାରରୁ ବେହେରଣ ଦ୍ବାର ପର୍ଯ୍ୟନ୍ତ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ପରେ ତୁରନ୍ତ ନୀତି ବନ୍ଦ କରାଯାଇ ମହାସ୍ନାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପକାଯିବ । ପୂଜାପଣ୍ଡା ସେବକମାନେ ମହାସ୍ନାନ ପୂଜା କରିବା ପରେ ପୁନଶ୍ଚ ଯେଉଁଠୁ ନୀତି ଅଟକି ଥିଲା ସେହିଠାରୁ ଆରମ୍ଭ ହେବ । ତେବେ ଶ୍ରୀମନ୍ଦିରରେ ରକ୍ତଛିଟା କିପରି ପଡିଥିଲା ତାହା ଜଣାପଡିନାହିଁ ।

Also Read- Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋଟ୍ ନାହିଁ