Odisha News: ବିଜେପି ଲଢ଼ିବ ଏକା ଏକା, ୫ରୁ ଦଳର ସଂଘର୍ଷ ଆରମ୍ଭ
Advertisement
Article Detail0/zeeodisha/odisha2036177

Odisha News: ବିଜେପି ଲଢ଼ିବ ଏକା ଏକା, ୫ରୁ ଦଳର ସଂଘର୍ଷ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ଏକାକୀ ଲଢ଼ିବ। ବିଜେଡି ଦୁର୍ଗ ଭାଙ୍ଗି ୫୦ ପ୍ରତିଶତ ଭୋଟ ହାସଲ କରିବା ଦଳର ଲକ୍ଷ୍ୟ ରହିବ। ଏଥିଲାଗି ଆସନ୍ତା ୫ ତାରିଖରୁ ହିଁ ଦଳର ପ୍ରତିଟି ନେତା କିଛି ଘରର ଦାୟିତ୍ୱ ନେବେ। ଦଳକୁ ଘରେ ଘରେ ପହଞ୍ଚାଇ ମୋଦୀ ନେତୃତ୍ୱାଧୀନ ଶାସନର ସଫଳତା ଓ ବିଗତ ବର୍ଷ

Odisha News: ବିଜେପି ଲଢ଼ିବ ଏକା ଏକା, ୫ରୁ ଦଳର ସଂଘର୍ଷ ଆରମ୍ଭ

Odisha News: ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ଏକାକୀ ଲଢ଼ିବ। ବିଜେଡି ଦୁର୍ଗ ଭାଙ୍ଗି ୫୦ ପ୍ରତିଶତ ଭୋଟ ହାସଲ କରିବା ଦଳର ଲକ୍ଷ୍ୟ ରହିବ। ଏଥିଲାଗି ଆସନ୍ତା ୫ ତାରିଖରୁ ହିଁ ଦଳର ପ୍ରତିଟି ନେତା କିଛି ଘରର ଦାୟିତ୍ୱ ନେବେ। ଦଳକୁ ଘରେ ଘରେ ପହଞ୍ଚାଇ ମୋଦୀ ନେତୃତ୍ୱାଧୀନ ଶାସନର ସଫଳତା ଓ ବିଗତ ବର୍ଷମାନଙ୍କରେ ନବୀନ ସରକାରଙ୍କ ବିଫଳତା ବିଷୟରେ ସଚେତନତା ସୃଷ୍ଟିକରି ତାଙ୍କୁ ରାଜ୍ୟ ବିଜେପି ଆଡ଼କୁ ଆକୃଷ୍ଟ କରିବେ। କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଆଜି ବସିଥିବା ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ଯେଉଁଭଳି ଭାବେ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ବିଜୁ ଜନତା ଦଳର ସମ୍ପର୍କ ରହିଛି ତାହାକୁ ଲକ୍ଷ୍ୟ କରି ଗଣମାଧ୍ୟମରେ ଅନେକଥର ମେଣ୍ଟ ପ୍ରସଙ୍ଗ ଉଠିଛି। ବିଶେଷକରି ବିଭିନ୍ନ ବିଲ୍‍ ପାରିତ କରିବା ପାଇଁ ବିଜେପି ନେତାମାନେ ବିଜେଡି ସମର୍ଥନକୁ ଗ୍ରହଣ କରିବା ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଚୁପ୍‍ ବସିବା ଆଦି ଏହି ଚର୍ଚ୍ଚାକୁ ଗୁରୁତ୍ୱ ଦେଇଛି। ଏହାକୁ ହେଲେ ଅନେକ ନେତା ତାଙ୍କର ବିଗତ ବର୍ଷର ପରିଶ୍ରମକୁ ହରାଇବେ ଏବଂ ପ୍ରାର୍ଥୀ ହେବାକୁ ସୁଯୋଗ ପାଇବେ ନାହିଁ ବୋଲି ଆଶଙ୍କା କରିଥିଲା।  ଏପରିକି ବିଗତ କିଛିବର୍ଷ ହେଲା ଭାଙ୍ଗିଥିବା ମେଣ୍ଟରେ ପୁଣିଥରେ ପ୍ୟାଚ୍‍ ପଡ଼ିବ ବୋଲି ଆଶା କରାଯାଉଥିଲା। ହେଲେ କେନ୍ଦ୍ରୀୟ ନେତାଙ୍କ ମନ୍ତ୍ର ଏହାକୁ ୟୁ ଟର୍ନ ଦେଇଛି। ସେମାନଙ୍କ ମନ୍ତ୍ର ତଥା ନିଷ୍ପତ୍ତିକୁ ଆଧାର କରି ବିଜେପି ଆସନ୍ତା ମାସରୁ ହିଁ ନିଜର କାୟା ବିସ୍ତାର ପର୍ବ ଆତ୍ମବିଶ୍ୱାସର ସହ ଆରରମ୍ଭ କରିବ ବୋଲି ସୂଚନା ମିଳିଛି। 

ବୈଠକ ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ କହିଛନ୍ତି, 'ବିଜେଡି-ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବନି । ୨୧ ଲୋକସଭା, ୧୪୭ ବିଧାନସଭାରେ ବିନା ସାଲିସରେ ଲଢ଼ିବୁ। କେନ୍ଦ୍ର ସରକାରଙ୍କ ୧୫୭ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ୫୦% ଭୋଟ ଟାର୍ଗେଟ କରିବୁ ବେଲି ସେ କହିଛନ୍ତି।  
ଏହି ବୈଠକରେ  ବିଜେପିର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ଏହାର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।