Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2094756

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌଜନ୍ୟ-ସୋସିଆଲ ମିଡିଆ

1.     Assembly Budget session to start today: ଆଜିଠାରୁ ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ଅଧିବେଶନ। ଏହାପରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନୂଆ ବିଧାନସଭା ଗଠନ ଲାଗି ନିର୍ବାଚନ ହେବ। ଏହି ଅବସରରେ ପରମ୍ପରା ଓ ପ୍ରଥା ଅନୁସାରେ ରାଜ୍ୟପାଳ ଆଜି ଅଭିଭାଷଣ ରଖିବେ। ରାଜ୍ୟ ସରକାରଙ୍କ ସଫଳତା କଥା ବୟାନ କରିବା କାର୍ଯ୍ୟକ୍ରମ ରହିଛି। ୮ ତାରିଖ ଦିନ ଉପସ୍ଥାପନ ହେବ କାମଚଳା ବଜେଟ। ଏଥର ବି ଦୁଇଟି ଭାଗରେ ବଜେଟ୍‍ ଉପସ୍ଥାପନ ହେବ। ଗୋଟିଏ ସାଧାରଣ ବଜେଟ୍‍ ଏବଂ ଅନ୍ୟଟି କୃଷି ବଜେଟ୍‍।

2.     Biju Patnaik centre in JNU: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରାଯିବ। ଏହାକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯିବ। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଅଧ୍ୟୟନ ସହ ଓଡ଼ିଆ ଭାଷାରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଏଠାରେ ପଢ଼ାଯିବ। ବିଜୁ ପଟ୍ଟନାୟକଙ୍କ ନାମରେ ମଧ୍ୟ ଅଧ୍ୟନ ଲାଗି ବାଟ ଖୋଲିବ। ପୂର୍ବରୁ ଏଠାରେ ଶାରଳା ଚେୟାର ସ୍ଥାପନ କରାଯାଇଛି। 

3.  ASI to repair the Northern gate of Sri Mandir: ଶ୍ରୀମନ୍ଦିରରର ଉତ୍ତର ଦ୍ୱାର ଗୁମୁଟରେ ଫାଟ ଦେଖାଦେଇଛି। ବାରମ୍ବାର ପ୍ରତ୍ନତାତ୍ତ୍ୱିକ ସଂସ୍ଥାକୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଆସିଛି। ଏହାର ଜବାବରେ ଏଏସ୍‍ଆଇ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛି।

4.  Last day of Language Conference: ଭୁବନେଶ୍ୱରରରେ ଚାଲିଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଉଦ୍‍ଯାପନୀ ଦିବସ। ଆଜି ରାଜ୍ୟ ସରକାରଙ୍କ ପରାମର୍ଶଦାତା ସୁବ୍ରତ ବାଗ୍‍ଚୀ ମଞ୍ଚ ଉପରେ ୫ଟି ଅଧ୍ୟକ୍ଷଙ୍କୁ ପ୍ରଶ୍ନ ପଚାରିବେ। ରାଜ୍ୟ ବିକାଶ ସ୍ୱପ୍ନକୁ ଏଥିରେ ପ୍ରକାଶିତ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବାକ କାର୍ଯ୍ୟକ୍ରମ ରହିଛି।

5.  Lady Police ASI Complain to be enquired after 5 years: ପାଞ୍ଚବର୍ଷ ରାଜ୍ୟ ସରକାରଙ୍କ ପୁଲିସ ବିଭାଗର ବିଭିନ୍ନ ପିଣ୍ଡାକୁ ଦଉଡ଼ି ବିଫଳ ହୋଇଥିବା ପୀଡ଼ିତା ପୁଲି ଏଏସ୍‍ଆଇଙ୍କ ଅଭିଯୋଗର କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି। ୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାରେ କାର୍ତଯ୍ୟକରୁଥିବା ଜଣେ ମହିଳା ଏଏସ୍‍ଆଇ  ସମ୍ପୃକ୍ତ ଥାନାର ଜଣେ ଅଧିକାରୀଙ୍କ ଅସଦାଚାରଣା ଶିକାର ହୋଇଥିବା ନେଇ ଅଭିଯୋଗ ଆସିଥିଲା। କିନ୍ତୁ ଏହାର କୌଣସି ତଦନ୍ତ କରାଯାଇ ନଥିଲା। ଏହାପରେ ସେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରରେ ଗୁହାରି କରିଥିଲେ। ଏହାର ଶୁଣାଣି କରି କମିଶନ ଡିଜି ପୁଲିସଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

6. 1 died and 6 hostel inmates critical in Mayurbhanj: ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ବିଷାକ୍ତ ଖାଦ୍ୟ କିମ୍ବା ନକଲି ଔଷଧ ଖଇବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ୬ ଜଣ ଛାତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେତୁ ତାଙ୍କୁ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀଙ୍କ ବାପା-ମା ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

7.  Police confirm Naxal leaders death in Kandhamal: ବାଲିଗୁଡ଼ା ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟ ବେଳେ ନକ୍ସଲ ନେତା ଦାସରୁଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ଏହି ଗୁଳି ବିନିମୟ ହୋଇଥିଲା। ରବିବାର ତାଙ୍କ ମୃତଦେହକୁ ଜଙ୍ଗଲରୁ ଅଣାଯିବା ପରେ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଏହାର ଯାଞ୍ଚ କରିଥିଲେ ଏବଂ ଦାସରୁକୁ ମୃତ ଘୋଷଣା କରିଥିଲେ। ଦାସରୁ ସମ୍ପୃକ୍ତ ଅଞ୍ଚଳରେ କିଛିଦିନ ହେବ ପୁଣିଥରେ ଚଳଚଞ୍ଚଳ ହୋଇଥିବା ନକ୍ସଲ ସଂଗଠନ କେକେବିଏନ୍‍ର ଜଣେ ଟପ୍‍ ନେତା ଭାବେ ଗ୍ରହଣ କରାଯାଉଛି।

8. Uttarakhand Cabinet clears UCC: ଉତ୍ତରାଖଣ୍ଡ କ୍ୟାବିନେଟ୍‍ ସମାନ ଦେଓ୍ୱାନୀ ସଂହିତାକୁ ଅନୁମୋଦନ କରିଛି। ଏହାକୁ ମଙ୍ଗଳବାରଦିନ ବିଧାନସଭାରେ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି। ୭୮୦ ଆସନ ବିଶିଷ୍ଟ ବିଧାନସଭାରେ ୪୭ଟି ଆସନ ରହିଛି। ଏହି ବିଲ୍‍ ପାରିତ ହେଲେ ଉତ୍ତରାଖଣ୍ଡ ଭାରତରେ ସମାନ ଦେଓ୍ୱାନୀ ସଂହିତା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ। ଉତ୍ତରାଖଣ୍ଡରେ ପୁଷ୍କର ଧାମୀଙ୍କ ନେତୃତ୍ୱରେ ଥିବା ସରକାର ଏହି ବିଧେୟକ ଉପରେ ଆଲୋଚନା ଲାଗି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ଦୁଇଦିନିଆ ଏହି ଅଧିବେଶନରେ ସରକାର ଆଲୋଚନା ସହ ଏ ବିଧେୟକ ଉପରେ ଭୋଟିଂ ଗ୍ରହଣ ପାଇଁ ସ୍ଥିର କରିଛନ୍ତି।

9.  Jharkhand Floor test today: ଆଜି ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‍ ସରକାରଙ୍କ ଆସ୍ଥା ପରୀକ୍ଷା ହେବ। ଏଥିଲାଗି ହାଇଦ୍ରାବାଦରେ ଥିବା ବିଧାୟକଙ୍କୁ ରାଞ୍ଚି ଅଣାଯିବା ବ୍ୟବସ୍ଥା କରାଯାଇଛି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଚମ୍ପାଇଙ୍କୁ ଜିତାଇବା ଲାଗି ୪୧ ଭୋଟ୍‍ ଆବଶ୍ୟକ। ଏବେ ଜେଏମ୍‍ଏମ୍‍ ହାତରେ ୪୮ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ଜେଏମ୍‍ଏମ୍‍ର ୨୯ ବିଧାୟକ ରହିଥିବାବେଳେ କଂଗ୍ରେସର ୧୭, ଆର୍‍ଜେଡି ଓ ସିପିଆଇର ଜଣେ ଲେଖାଏଁ ବିଧାୟକଙ୍କ ସମର୍ଥନ ରହିଛି। ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଇଡି ଦ୍ୱାରା ଗିରଫ ହେବାର କିଛି ସମୟ ପୂର୍ବରୁ ଚମ୍ପାଇଙ୍କୁ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ। ଆଜି ଆସ୍ଥା ପରୀକ୍ଷଣ ସମୟରେ ହେମନ୍ତ ବିଧାନସଭାରେ ହାଜର ହେବା ସମ୍ଭାବନା ରହିଛି।

10.  Bihar Congress Fears Poaching: ବିହାର କଂଗ୍ରେସରେ ଦଳ ବଦଳ ଆଶଙ୍କା ଦେଖାଦେଇଛି। ଏହି ନେତାଙ୍କୁ କିଣାଯିବାକୁ ବିରୋଧୀ ଦଳ ବିଭିନ୍ନ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି। ଏଥିଲାଗି ଦଳ ଏହାର ୧୬ ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିଛି। ୩ ଜଣ ବିଧାୟକ ଏହି ଗୋଷ୍ଠୀରେ ନାହାନ୍ତି। କିଛିଦିନ ତଳେ ନୀତିଶ କୁମାର ମହାଗଠବନ୍ଧନ ଛାଡ଼ି ବିଜେପି ହାତ ଧରି ସରକାର ଗଢ଼ିବା ପରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା।