Srimandir Ratna Bhandar: ସ୍ବର୍ଣ୍ଣ ଅଳଙ୍କାର ଆକଳନ ପାଇଁ ନିଆଯାଇପାରେ ବୈଷୟିକ ସହାୟତା
Advertisement
Article Detail0/zeeodisha/odisha2149006

Srimandir Ratna Bhandar: ସ୍ବର୍ଣ୍ଣ ଅଳଙ୍କାର ଆକଳନ ପାଇଁ ନିଆଯାଇପାରେ ବୈଷୟିକ ସହାୟତା

Srimandir Ratna Bhandar Endoscopyଶ୍ରୀମନ୍ଦିର ଭିତର ପାର୍ଶ୍ୱରେ ରହିଥିବା ରତ୍ନଭଣ୍ଡାର ସ୍ବର୍ଣ୍ଣ ଅଳଙ୍କାର ଆକଳନ କରିବା ପାଇଁ ନିଆଯାଇପାରେ ବୈଷୟିକ ସହାୟତା। 

 

 

Srimandir Ratna Bhandar: ସ୍ବର୍ଣ୍ଣ ଅଳଙ୍କାର ଆକଳନ ପାଇଁ ନିଆଯାଇପାରେ ବୈଷୟିକ ସହାୟତା

Srimandir Ratna Bhandar Gold Jewellery Valuation: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ବର୍ଣ୍ଣ ଅଳଙ୍କାର ଆକଳନ ପାଇଁ ନିଆଯାଇପାରେ ବୈଷୟିକ ସହାୟତା। ଆସନ୍ତା ରଥଯାତ୍ରା ଦିନ ହେଉଛି ରତ୍ନ ଆକଳନ ସହ ମରାମତି ପାଇଁ ପ୍ରକୃଷ୍ଟ ସମୟ। ପ୍ରଥମେ ୧୯୭୮ ମସିହା ଏବଂ ସ୍ଵାଧୀନତା ପୂର୍ବରୁ ୧୯୨୬ ମସିହାରେ ହୋଇଥିବା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଏହାର ତର୍ଜମା ହେବ। ଆସନ୍ତା ମେ ୧ ତାରିଖରେ ଦ୍ଵିତୀୟ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ରଥଯାତ୍ରାରେ ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ମରାମତି ପରେ ଗଣତି, ମଣତି, ମରାମତି ସମୟ ସାପେକ୍ଷ ହେବନାହିଁ। ପୂର୍ବରୁ ବାହାରପଟ ମରାମତି କରାଯାଉ। ହେଲେ ବୈଷୟିକ ସହାୟତା କେତେଦୂର ସହଜ ହେବ ପ୍ରଶ୍ନ କରିଛନ୍ତି ଏଏସ୍ଆଇ ସୁପରିଟେଣ୍ଡଣ୍ଟ। ବହୁ ବାଦବିବାଦ ଭିତରେ ରାଜ୍ୟ ସରକାର ଗଠନ କରିଥିବା ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ପକ୍ଷରୁ ଆୟୋଜିତ ହୋଇଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ବୈଠକ। ଯେଉଁଥିରେ ବୈଷୟିକ ସହାୟତା ଅର୍ଥାତ "ଏଣ୍ଡୋସ୍କୋପିକ" (Endoscopy) କରାଯାଇ ରତ୍ନଭଣ୍ଡାର ସ୍ଥିତିକୁ ଅନୁଧ୍ୟାନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହା ସହ ୧୯୭୮ ମସିହାରେ ହୋଇଥିବା ରତ୍ନଭଣ୍ଡାର ଅଳଙ୍କାର ଗଣତି-ମଣତି କିଭଳି ହୋଇଥିଲା, କ'ଣ ସବୁ ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା, କେତେ ସମୟ ଧରି ହୋଇଥିଲା ତାହାର ପ୍ରଥମେ ତର୍ଜମା କରାଯିବ। ସେହି ସମୟରେ ଗଣତି ସହ ସୁନାର ଗ୍ରେଡେସନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହି ଆକଳନ ରିପୋର୍ଟ ଅନୁସାରେ କେଉଁ ପ୍ରକାର ଅଳଙ୍କାର କେତେ ପରିମାଣରେ ରହିଛି, ୧୯୭୮ ମସିହା ପରେ ଆଉ କେଉଁ କେଉଁ ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି, ଆଉ ଅଧିକ କେତେ ଅଳଙ୍କାର ଆସିଛି ତାହାର ପୂଙ୍ଖାନୁପୂଙ୍ଗ ତର୍ଜମା କରାଯିବ। ରଥଯାତ୍ରା ଦିନ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ପ୍ରକୃଷ୍ଟ ସମୟ ବୋଲି ପ୍ରଥମ ବୈଠକ ପରେ ଅଧ୍ୟକ୍ଷ କହିଛନ୍ତି।

ଦେଶ ସ୍ୱାଧିନ ହେବା ପୂର୍ବରୁ ୧୯୨୬ ମସିହାରେ ରତ୍ନଭଣ୍ଡାରର ଗଣତି, ମଣତି କରାଯିବାର ୫୨ ବର୍ଷ ପରେ ୧୯୭୮ମସିହାର ତାଲିକାକୁ ମେଳ କରାଯିବ। ନୀତିକାନ୍ତି ପ୍ରଭାବିତ ନହୋଇ ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ ହୋଇପାରେ ବୋଲି ପ୍ରାରମ୍ଭିକ ଭାବରେ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ଗଣତି ମଣତି ସହ ମରାମତି ସମ୍ଭବ ବୋଲି ଆଲୋଚନାର ବିଷୟବସ୍ତୁ ହୋଇଥିଲା। ସେପଟେ ରଥଯାତ୍ରା ଅବଧି ଭିତରେ ସମସ୍ତ କାର୍ଯ୍ୟ କରିବା କଷ୍ଟକର। ଆଗୁଆ ବାହାର ପଟର ମରାମତି କାର୍ଯ୍ୟ ଆରମ୍ଭ ହେଉ ବୋଲି କହିଛନ୍ତି ଏଏସ୍ଆଇ ସୁପରିଟେଣ୍ଡଣ୍ଟ। ଅନ୍ୟପଟେ ୧୯୫୦ ମସିହାର ଗଣତି ମଣତି ହିସାବ ରହିଛି ସେହି ହିସାବ ତଢଉ କରଣ ଏବଂ ଦେଉଳକରଣଙ୍କ ନିକଟରେ ରହିଛି, ସେ ସମସ୍ତ ହିସାବ ୧୯୭୮ମସିହାର ହିସାବ ସହ ମେଳ କରାଯାଉ ବୋଲି ଦାବି ହୋଇଛି। ହେଲେ "ଏଣ୍ଡୋସ୍କୋପି" ମାଧ୍ୟମରେ ରତ୍ନ ଅଳଙ୍କାରର ଆକଳନ କେତେଦୂର ଫଳପ୍ରଦ ହେବ ତାହାକୁ ଅପେକ୍ଷା।