Odisha Election 2024: ଓଡ଼ିଶା ଆସୁଛନ୍ତି ହେମାମାଳିନୀ, ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର
Advertisement
Article Detail0/zeeodisha/odisha2238214

Odisha Election 2024: ଓଡ଼ିଶା ଆସୁଛନ୍ତି ହେମାମାଳିନୀ, ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

Odisha Election 2024: ମତଦାନ ତାରିଖ ଯେତିକି ପାଖେଇ ଆସୁଛି ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି। ବିଜେଡି ନିଜର ପ୍ରଚାରରେ ବିଭିନ୍ନ ଷ୍ଟାରମାନଙ୍କୁ ସାମିଲ କରିଥିବା ବେଳେ ରାଜ୍ୟ ବିଜେପିର ପ୍ରଚାରକୁ ମଜଭୁତ କରିବା ପାଇଁ କେନ୍ଦ୍ରରୁ ବରିଷ୍ଠ ନେତାମାନଙ୍କର ସୁଅ ଛୁଟିବାରେ ଲାଗିଛି।

Odisha Election 2024: ଓଡ଼ିଶା ଆସୁଛନ୍ତି ହେମାମାଳିନୀ, ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

Odisha Election 2024: ମତଦାନ ତାରିଖ ଯେତିକି ପାଖେଇ ଆସୁଛି ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି। ବିଜେଡି ନିଜର ପ୍ରଚାରରେ ବିଭିନ୍ନ ଷ୍ଟାରମାନଙ୍କୁ ସାମିଲ କରିଥିବା ବେଳେ ରାଜ୍ୟ ବିଜେପିର ପ୍ରଚାରକୁ ମଜଭୁତ କରିବା ପାଇଁ କେନ୍ଦ୍ରରୁ ବରିଷ୍ଠ ନେତାମାନଙ୍କର ସୁଅ ଛୁଟିବାରେ ଲାଗିଛି। ନିକଟରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ପ୍ରଚାର କରି ଯାଇଥିବା ବେଳେ ଏବେ ଓଡ଼ିଶା ଆସୁଛନ୍ତି ବିଜେପିର ଷ୍ଟାର ନେତ୍ରୀ ହେମାମାଳିନୀ।

ସାଂସଦ ତଥା ମଥୁରାରୁ ବିଜେପି ଦେଇଥିବା ପ୍ରାର୍ଥୀ ତଥା ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀ ଓଡ଼ିଶା ଆସିବେ। ରାଜ୍ୟର ବିଭିନ୍ନ ବିଜେପି ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିବା ନେଇ ସୂଚନା ମିଳିଛି। ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଯେଉଁ ୪୦ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଏ ସେଥିରେ ବିଜେପି ହେମାମାଳିନୀଙ୍କ ନାମକୁ ସାମିଲ୍‍ କରିଛି। ହେମାମାଳିନୀ ଲଢ଼ୁଥିବା ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ଶେଷ ହୋଇଥିବା ବେଳେ ବେଳେ ଏବେ ଓଡ଼ିଶାରେ ବିଜେପିର ହାତମୂଠାକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ହେମାମାଳିନୀ।