Odisha Election 2024: ବିଜେଡି ଉପରେ ବର୍ଷିଲା ବିଜେପି , ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ...
Advertisement
Article Detail0/zeeodisha/odisha2240015

Odisha Election 2024: ବିଜେଡି ଉପରେ ବର୍ଷିଲା ବିଜେପି , ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ...

Odisha Election 2024: କେନ୍ଦ୍ର ସରକାରଙ୍କ ୧୦ ବର୍ଷର ସଫଳତା ଓ ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ ପୁରୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜେପି। ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବାପରେ ମୋଦିଙ୍କ ନେତୃତ୍ୱରେ ୧୦ ବର୍ଷର ସୁଶାସନକୁ ରଖିଛି ବିଜେପି । 

Odisha Election 2024: ବିଜେଡି ଉପରେ ବର୍ଷିଲା ବିଜେପି , ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ...

Odisha Election 2024: କେନ୍ଦ୍ର ସରକାରଙ୍କ ୧୦ ବର୍ଷର ସଫଳତା ଓ ନବୀନ ସରକାରଙ୍କ ପଚିଶ ବର୍ଷର ବିଫଳତା ସମ୍ପର୍କରେ ପୁରୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ବିଜେପି। ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବାପରେ ମୋଦିଙ୍କ ନେତୃତ୍ୱରେ ୧୦ ବର୍ଷର ସୁଶାସନକୁ ରଖିଛି ବିଜେପି । ବିକଶିତ ଭାରତର ସଂକଳ୍ପ, ସବ୍ କା ସାଥ ସବ୍ କା ବିକାଶ ,ଭାରତ ବର୍ଷର ଚାରି ସ୍ତମ୍ଭ ପାଇଁ ତାଙ୍କର ଯୋଜନା , ମହିଳା  , ଯୁବକ, କୃଷକ, ଗରିବ ପାଇଁ ଉନ୍ନତି, ଲୋକାଭିମୁଖି କାର୍ଯ୍ୟକ୍ରମ,ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ରୁ ଉର୍ଦ୍ଧ୍ବ ନାଗରିକଙ୍କୁ ମାଗଣା ରାସନ୍ ଯୋଗାଇବା ,୪ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଆବାସ, ୩୪କୋଟି ରୁ ଉର୍ଦ୍ଧ୍ବ ଲୋକଙ୍କୁ ନାଗରିକ ସ୍ବାସ୍ଥ୍ୟବୀମାରେ ସାମିଲ କରିବା ,୧୦ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଜ୍ଜ୍ବଳା ଯୋଜନା ଅନ୍ତର୍ଭୁକ୍ତ କରିବା ,୧୧ କୋଟିରୁ ଉର୍ଦ୍ଧ୍ବ ପରିବାରକୁ ଶୌଚାଳୟ ,୯.୮ କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ ,୧୧ କୋଟି କୃଷକ ଙ୍କୁ ବାର୍ଷିକ ୬ ହଜାର ,୨୬ ସପ୍ତାହ ମାତୃତ୍ଵ ଛୁଟି ଏସବୁକୁ ଆଜି ଗଣମାଧ୍ୟମ ଆଗରେ ରଖିଛି ବିଜେପି । 

ସେହିଭଳି ସରକାରକୁ ଆସିଲେ ବିକଶିତ ଓଡ଼ିଶାର ସଂକଳ୍ପ ନେଇ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ନଗଦ ଭାଉଚର ,ଯୁବକଙ୍କୁ ବିନା ସୁଧ ଓ ୫୦ ଶତକଡା ପର୍ଯ୍ୟନ୍ତ ସବସିଡିରେ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ, ମିଶନ ପଙ୍ଖା, ଆମ ଖେଳ ନୀତି ୨୦୨୪, ମାତୃତ୍ଵ ସୁରକ୍ଷା ଯୋଜନା ଆଦିକୁ ନେଇ ପ୍ରତିଶ୍ରୁତି ରଖିଛି ବିଜେପି । ସେହିଭଳି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ବିଜେପି। ରାଜ୍ୟରେ ମହିଳା ହିଂସା ,ଆଦିବାସୀ ଜମି ମାଲିକାନା ହ୍ରାସ ,ଚାଷୀଙ୍କ ଚାଷ ଜମିକୁ ପାଣି ନ ଯିବା,ସ୍ଵାସ୍ଥ୍ୟ ବ୍ୟବସ୍ଥାରେ ତ୍ରୁଟି,ସ୍ମାର୍ଟ ସ୍କୁଲ ଦୁର୍ନୀତି, ଇତ୍ୟାଦିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଜେପି ସଭାପତି ଦେବେନ୍ଦ୍ର ନାଥ ତରେଇଙ୍କ ଅଧ୍ୟକ୍ଷତାରେ ପୁରୀ ,ରାଜ୍ୟ ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର ନିଜର ବାର୍ତ୍ତା ରଖିଥିଲେ।