ଫୁଲନଖରାରେ IMS ଏବଂ SUM HOSPITALର ନୂତନ କ୍ୟାମ୍ପସ୍
Advertisement
Article Detail0/zeeodisha/odisha2071004

ଫୁଲନଖରାରେ IMS ଏବଂ SUM HOSPITALର ନୂତନ କ୍ୟାମ୍ପସ୍

ବର୍ତ୍ତମାନ ନୂଆ କ୍ୟାମ୍ପସରେ ୭୫୦ ବେଡ୍ ସୁବିଧା ରହିଛି । ଟ୍ୱିନ୍ ସିଟିରେ ସ୍ୱାସ୍ଥ୍ୟ ସେବା ପାଇଁ ଏହା ଏକ ବଡ ବୁଷ୍ଟ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଫୁଲନଖରାରେ IMS ଏବଂ SUM HOSPITALର ନୂତନ କ୍ୟାମ୍ପସ୍

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଥିବା NH-16 ନିକଟ ଫୁଲନଖରାରେ IMS ଏବଂ SUM ହସ୍ପିଟାଲର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଉଭୟ ସହର ଏବଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିବ ।

ଆରମ୍ଭ ହେବାକୁ ଥିବା ପ୍ରାୟ ୭୫୦ ଶଯ୍ୟା ବିଶିଷ୍ଟ ଏହି ନୂତନ ଡାକ୍ତରଖାନା ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ୩ହଜାରକୁ ବୃଦ୍ଧି ପାଇବ । ଉନ୍ନତ କର୍କଟ ରୋଗ ଚିକିତ୍ସା ସହିତ ଅଧିକାଂଶ ବିଭାଗ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ରହିବ । ନୂତନ ହସ୍ପିଟାଲର ଅନେକ ସୁବିଧା ଯଥା ରେଡିଏସନ୍ ଅଙ୍କୋଲୋଜି ଏବଂ ନିଦାନ ଉପକରଣ ଅନ୍ତର୍ଭୁକ୍ତ କରିବ । IMS ଏବଂ SUM ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ଜେନେରାଲ ମେଡିସିନ୍, ଶ୍ୱାସକ୍ରିୟା ଚିକିତ୍ସା, ଶିଶୁରୋଗ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର, ମେଡିସିନ୍, ସାଇକିଆଟ୍ରି, ଆନାସ୍ଥେସିଓଲୋଜି, ରେଡିଓ-ଡାଇଗ୍ନୋସିସ୍, ଜରୁରୀକାଳୀନ ଚିକିତ୍ସା, ଇମ୍ୟୁନୋ ହେମାଟୋଲୋଜି ଏବଂ ରକ୍ତଦାନ, ରେଡିଏସନ୍ ଅଙ୍କୋଲୋଜି ସହ ସମସ୍ତ ବିଭାଗ ରହିବ । ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଚକ୍ଷୁ ଚିକିତ୍ସା, ENT, ପାଥୋଲୋଜି ଏବଂ ମାଇକ୍ରୋବିଓଲୋଜି ସୁବିଧା ମଧ୍ୟ ଉପଲବ୍ଧ ହେବ ।

ବିଦେଶରେ ତାଲିମପ୍ରାପ୍ତ ଏବଂ ଭାରତର ଖ୍ୟାତିସମ୍ପନ୍ନ ମେଡିକାଲର ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବୀ ଏବଂ ବିଶେଷଜ୍ଞମାନେ ସେବା ଯୋଗାଇବେ । IMS ଏବଂ SUM ହସ୍ପିଟାଲରେ ସୁଲଭ ମୂଲ୍ୟରେ ସମସ୍ତ ବର୍ଗର ଲୋକଙ୍କୁ ସୁପର ସ୍ପେଶାଲିଟି ମେଡିକାଲ୍ ସେବା ଯୋଗାଇ ଦିଆଯିବ । ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ SUM ହସପିଟାଲ୍, ଭୁବନେଶ୍ୱରରେ ଥିବା ବିଶ୍ୱବିଦ୍ୟାଳୟ (SOA) ବୋଲି ବିବେଚନା କରାଯାଉଥିବା ଅନୁଷ୍ଠାନ ୧୮ ବର୍ଷରୁ ଅଧିକ ସମୟ ଧରି ଜନସାଧାରଣଙ୍କ ସେବା କରିଆସୁଛି । ଓଡ଼ିଶା ଏବଂ ଏହାର ପଡୋଶୀ ରାଜ୍ୟର ଗୁଡିକର ଏହା ଲୋକପ୍ରିୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ହୋଇପାରିଛି । 

ବିଶିଷ୍ଟ ଶିକ୍ଷାଦାନ ସହିତ ଏହା ଏପରି ଏକ ହସପିଟାଲ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ର ଏମବିବିଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇଥାନ୍ତି । ୨୦୦୫ ମସିହାରେ ଏହା ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ଏହା ଆରମ୍ଭରୁ ହିଁ କ୍ରମାଗତ ଭାବରେ ସଫଳତା ହାସଲ କରିଆସୁଛି । ଜନସାଧାରଣଙ୍କ ପାଇଁ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଉପଲବ୍ଧ କରାଇବାକୁ ଏହା ସର୍ବଦା ଚେଷ୍ଟା କରିଆସୁଛି। ଏଥିରେ ୧୬୭ ସ୍ନାତକୋତ୍ତର ସିଟ୍ ଥିବାବେଳେ ୩୫ ଛାତ୍ର ବିଭିନ୍ନ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଅନୁସରଣ କରୁଛନ୍ତି । 

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ, ୫ଟି ଚେୟାରମ୍ୟାନ୍ ଭି.କେ ପାଣ୍ଡିଆନ ମଧ୍ୟ ଯୋଗ ଦେଇଥିଲେ । SOA ପ୍ରତିଷ୍ଠାତା ଡ ମନୋରଂଜନ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Also Read- ନବରଙ୍ଗପୁରରେ ପୁଣି ବଜ୍ରକାପ୍ତା ରାକେଟ୍... ୧୫ ଲକ୍ଷରେ ବିକ୍ରି ବେଳେ ଧରିଲା ବନ ବିଭାଗ

Also Read- Grah Gochar 2024: ଫେବୃଆରୀରେ ବଦଳିବ ୫ ଟି ଗ୍ରହର ଗତିବିଧି, ବଦଳିବ ଏହି ରାଶିର ଭାଗ୍ୟ