Puri News: ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି
Advertisement
Article Detail0/zeeodisha/odisha2171884

Puri News: ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି

Puri News: ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୁନା ଅଳଙ୍କାରରେ ବିଭୂଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୁର୍ଣ୍ଣିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,ଶ୍ରୀଦେବୀ,ଭୂଦେବୀ ଦୋଳବେଦୀକୁ ବିଜେ କରିବେ । 

ସୌଜନ୍ୟ-ସୋସିଆଲ ମିଡି଼ଆ

Puri News: ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୁନା ଅଳଙ୍କାରରେ ବିଭୂଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୁର୍ଣ୍ଣିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,ଶ୍ରୀଦେବୀ,ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । 

ALSO READ: Odisha Police Foundation Day 2024: ପୋଲିସ୍ ପ୍ରତିଷ୍ଠା ଦିବସ, ଏତିକି ଜଣ ପାଇବେ ଡିଜିପି ପଦକ

ବିଶେଷକରି ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି଼ ନୀତି ଅନୁଷ୍ଠିତ ହୋଇଥାଏ।। ତେବେ ଏହି ମେଣ୍ଡା ପୋଡି଼ ନୀତି ଦୋଳବେଦୀ ପରିସରରେ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଳି ଜମିବ। ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ଓ ଆଜି ମେଣ୍ଢାପୋଡି଼ ନୀତି ଥିବାରୁ ଶ୍ରୀମନ୍ଦିରରେ ନିତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆଜି ନୀତି ନିର୍ଘଣ୍ଟ ଅନୁସାରେ ଭୋର ୩ଟା୪୫ରେ ସିଂହଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ନିତି ସହ ଦୈନନ୍ଦିନ ନିତିକାନ୍ତି ବଢିଛି। ଆଜି ରବିବାର ଓ ମେଣ୍ଢାପୋଡି ନିତି ଥିବାରୁ ଭକ୍ତଙ୍କ ଗହଳି ବୃଦ୍ଧି ପାଇଛି। ସୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପୁଲିସ ମୁତୟନ କରାଯାଇଛି। ,,,