Bhagabat Pradhan: ଶବ୍ଦନୃତ୍ୟୁ ଗୁରୁ ଭାଗବତଙ୍କୁ ପଦ୍ମଶ୍ରୀ ସମ୍ମାନ, ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ସମ୍ପର୍କରେ
Advertisement
Article Detail0/zeeodisha/odisha2079982

Bhagabat Pradhan: ଶବ୍ଦନୃତ୍ୟୁ ଗୁରୁ ଭାଗବତଙ୍କୁ ପଦ୍ମଶ୍ରୀ ସମ୍ମାନ, ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ସମ୍ପର୍କରେ

ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚୟନ କମିଟି କଳା ସାଧନା ପଶ୍ଚିମ ଓିଡ଼ିଶା ସଂସ୍କୃତି ସମ୍ମାନ ୨୦୧୧ ସମ୍ମାନିତ କରିଥିଲା। ବର୍ତମାନ ୮୬ ବର୍ଷ ବୟସରେ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିବାରୁ ବରଗଡ଼ ଜିଲ୍ଲା ସମେତ ରାଜ୍ୟର ସବୁ ଅଞ୍ଚଳର ଲୋକ କଳାକାର, ନୃତ୍ୟାଙ୍ଗନା ନାଟ୍ୟ ଦଳ ,ନାଟ୍ୟ କଳାକାର ,ନୃତ୍ୟ ବିଶାରଦ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

Bhagabat Pradhan: ଶବ୍ଦନୃତ୍ୟୁ ଗୁରୁ ଭାଗବତଙ୍କୁ ପଦ୍ମଶ୍ରୀ ସମ୍ମାନ, ଜାଣନ୍ତୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ସମ୍ପର୍କରେ

bhagabat pradhan: ବରଗଡ଼: ସ୍ୱତନ୍ତ୍ର ପରିଚୟର ଅଧିକାରୀ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନ। କୁମ୍ଭାରୀ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ନୃତ୍ୟକଳା ସାଧନା ଓ ପ୍ରଚାର ପ୍ରସାର ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଯାଇଥିବା ବେଳେ ବରଗଡ଼ ଜିଲ୍ଲା ସମେତ ସମଗ୍ର ଓଡ଼ିଶା ରାଜ୍ୟରେ ଉତ୍ସାହର ମାହୋଲ୍ ସୃଷ୍ଟି ହୋଇଛି।

କହି ରଖୁ କି ଗୁରୁ ଭାଗବତ ପଧାନଙ୍କ ବରପାଲି କୁମ୍ଭାରୀ ଗାଁର ଏକ ମଧ୍ୟବିତ୍ତ କୃଷକ ପରିବାରରେ ୨୬ ଅଗଷ୍ଟ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ସେ ମଧ୍ୟ ଇଂରାଜୀରେ ମଧ୍ୟ ପାସ କରିଛନ୍ତି। ତାଙ୍କ କଳାକାରୀ ଜୀବନ ମାତ୍ର ପାଞ୍ଚ ବର୍ଷ ବୟସରୁ ଆରମ୍ଭ ହୋଇଥିବା ବେଳେ ପିତା ଶବ୍ଦ ନୃତ୍ୟ ଗୁରୁ ସ୍ୱର୍ଗିୟ ବଂଶିଧର ପ୍ରଧାନଙ୍କ ତତ୍ୱାଧାନରେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ। ୧୯୭୪ ମସିହାରେ କୁମ୍ଭାରୀଠାରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂସଦରେ ଶବ୍ଦ ଗୁରୁ ଭାବେ ନିଯୁକ୍ତି ପାଇ ଶହଶହ ଛାତ୍ର ଏବଂ ଛାତ୍ରୀଙ୍କୁ ନୃତ୍ୟଶିକ୍ଷା ଦାନ କରିଆସିଛନ୍ତି। ସେହିପରି ୧୯୫୪ ମସିହାରେ ଲୋକ ସଂମ୍ପର୍କ ବିଭାଗ ତରଫରୁ ଭୁବନେଶ୍ୱରରେ ନିଜେ ନୃତ୍ୟ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ୧୯୯୭ ମଷିହାରେ ବରପାଲି ମହାବିଦ୍ୟାଳୟ ବାସନ୍ତୀ ବିଭାଗରୁ ସମ୍ମାନିତ ହୋଇଥିବା ବେଳେ ବରଗଡ଼ ଓଡ଼ିଶା ସିଲେବ୍ରେସନ୍ କମିଟି ଅନୁକୁଲ୍ୟରେ ପୁରସ୍କୃତ ହୋଇ ସମ୍ବଲପୁର ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପୁରସ୍କୃତ ମଧ୍ୟ କରାଯାଇଥିଲା। 

ବରଗଡ଼ ଜିଲ୍ଲା ସଂସ୍କୃତି ପରିଷଦରୁ ମାନପତ୍ର ପ୍ରଦାନ କରାଯିବା ସହ ୧୯୭୮ମସିହାରେ ଓଡିଶା ସଂଗିତ ନାଟକ ଏକାଡେମୀ ଆନୂକୁଲ୍ୟରେ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି। ଆହୁରି ଓଡ଼ିଶା ଲୋକ ନୃତ୍ୟ ମହୋତ୍ସବ ସମ୍ବଲପୁର ଆନୁକୁଲ୍ୟରେ ପୁରସ୍କୃତହେବା ସହ ସୋନପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସମ୍ମାନିତ ହୋଇଥିଲେ ପରେ ୧୯୯୮ ମସିହାରେ ଓଡ଼ିଶା ସଂଗିତ ନାଟକ ଏକାଡେମିରେ ସଭ୍ୟ ଭାବରେ ନିଯୁକ୍ତି ହେବା ସହ ନିଜ ଅଞ୍ଚଳର ପ୍ରତିନିଧିତ୍ୱ ମଧ୍ୟ କରିଆସିଛନ୍ତି। ୨୦୦୦ ମସିହାରେ ସଙ୍ଗିତ ନାଟକ ଏକାଡେମି ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ତାମ୍ର ପତ୍ର ସହ ସମ୍ମାନିତ ଓଡ଼ିଶା଼ ସାମ୍ବାଦିକ ୟୁନିଅନ ତ୍ରୟୋଦଶୀ ଦ୍ୱିବାର୍ଷିକ ୨୦୦୩ ସମ୍ମିଳନୀ ତରଫରୁ ଭୁବନେଶ୍ୱରରେ ମାନପତ୍ର ମଧ୍ୟ ପାଇଛନ୍ତି। 
୨୦୦୭ ମସିହାରେ ଓଡ଼ିଶା ରାଜ୍ୟ ଲୀଲା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଆନୁକୁଲ୍ୟରେ ସ୍ମାର୍ଟ ସମ୍ମାନରେ ଅଳଙ୍କୃତ ହୋଇ ୨୦୦୮ ଦିଲ୍ଲୀ ୱାର୍ଲ୍ଡ ଲେବିଟେଟ କଲଚରାଲ ସେଣ୍ଟର ଦ୍ୱାରା ସମ୍ବାନିତ କରାଯାଇଥିବା ବେଳେ କଲିକତା ଶାନ୍ତିନିକେତନସ୍ଥିତ ଶ୍ରୀଜନନୀ ମଞ୍ଚରେ ପୂର୍ବାଞ୍ଚଳ ସାଂସ୍କୃତିକ ପରଷଦ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେହିପରି ଓଡ଼ିଶା ତଥା ଜାତୀୟ ସ୍ତରର ବହୁ ସଂସ୍ଥା, ଅନୁଷ୍ଠାନ ସହ ସାପ୍ତାହିକ ଓ ଦୈନିକ ସମ୍ବାଦପତ୍ର ସହ ବିଭିନ୍ନ ପତ୍ରିକାରେ ଦ୍ବାରା ତାଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କ ସ୍ୱତନ୍ତ୍ର ସାକ୍ଷାତକାର ମାନ ରହିଛି। ଆହୁରି ଦୂରଦର୍ଶନ ଆକାଶବାଣୀ ମାଧ୍ୟମରେ ତାଙ୍କ ଦଳର ପାରଦର୍ଶିତାକୁ ବହୁବାର ଖବର ପ୍ରସାରଣ କରାଯାଇଛି। 

ତେବେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚୟନ କମିଟି କଳା ସାଧନା ପଶ୍ଚିମ ଓିଡ଼ିଶା ସଂସ୍କୃତି ସମ୍ମାନ ୨୦୧୧ ସମ୍ମାନିତ କରିଥିଲା। ବର୍ତମାନ ୮୬ ବର୍ଷ ବୟସରେ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିବାରୁ ବରଗଡ଼ ଜିଲ୍ଲା ସମେତ ରାଜ୍ୟର ସବୁ ଅଞ୍ଚଳର ଲୋକ କଳାକାର, ନୃତ୍ୟାଙ୍ଗନା ନାଟ୍ୟ ଦଳ ,ନାଟ୍ୟ କଳାକାର ,ନୃତ୍ୟ ବିଶାରଦ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।