Winter Session: ଆଜିଠୁ ଶୀତକାଳିନ ଅଧିବେଶନ, ବିରୋଧୀଙ୍କ ଏହି ୮ଟି ବଡ଼ ମୁଦ୍ଦାକୁ ସାମ୍ନା କରିବ ଶାସକ ଦଳ!
Advertisement
Article Detail0/zeeodisha/odisha1970521

Winter Session: ଆଜିଠୁ ଶୀତକାଳିନ ଅଧିବେଶନ, ବିରୋଧୀଙ୍କ ଏହି ୮ଟି ବଡ଼ ମୁଦ୍ଦାକୁ ସାମ୍ନା କରିବ ଶାସକ ଦଳ!

Winter Session: ସର୍ବଦଳୀୟ ବୈଠକ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ ଯେ, 'ବୈଠକ ସଫଳ ହୋଇଛି।  ଗୃହକାର୍ଯ୍ୟ ବେଳେ ସମସ୍ତ ଦଳ ସହଯୋଗ କରିବେ ବୋଲି ଆଶା କରୁଛି'। ଏହି ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୩୦ଟି ସରକାରୀ କାର୍ଯ୍ୟଦିବସ ରହିଛି।

 

Winter Session: ଆଜିଠୁ ଶୀତକାଳିନ ଅଧିବେଶନ, ବିରୋଧୀଙ୍କ ଏହି ୮ଟି ବଡ଼ ମୁଦ୍ଦାକୁ ସାମ୍ନା କରିବ ଶାସକ ଦଳ!

Odisha Assembly Winter Session: ଆଜିଠାରୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବିଧାନସଭା ଗୃହକାର୍ଯ୍ୟ ଚାଲିଥିବା ବେଳେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ ଫୋର୍ସ । ୩ ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା । ଗୃହକାର୍ଯ୍ୟ ଚାଲୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି । ସନ୍ଦିଗ୍ଧଙ୍କ ଠାରୁ ଆରମ୍ଭ କରି ଆନ୍ଦୋଳନକାରୀ ଙ୍କ ପର୍ଯ୍ୟନ୍ତ , ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି କହିଛନ୍ତି ପୋଲିସ DG। 

ତେବେ ଏହି ଗୃହକାର୍ଯ୍ୟ ସମୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା, ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ସରକାରଙ୍କ ଠୁ ଜବାବ ତଲବ କରିବ। ବିଜେପି ଅଜେଣ୍ଡାରେ (Odisha BJP) ବିଶେଷ ଭାବରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ, ଆଦିବାସୀଙ୍କ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ସହ ପାନୀୟ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତିକୁ ନେଇ ଶାସକ ଦଳକୁ ଘେରିବ ବୋଲି ବିଜେପି କହିଛି। 

ପିସି କାରବାର-ଗାଁ ଠୁ ସହର ଅନେକ ସମୟରେ ପିସି କାରବାର ନେଇ ଅଭିଯୋଗ ହୋଇ ଆସିଛି। ରାଜ୍ୟରେ ପିସି କାରବାର ଉପରେ ରୋକ୍ ଲାଗିଥିବା କଥା ସରକାର କହୁଥିବା ବେଳେ ବିରୋଧୀଙ୍କ ଅଭିଯୋଗ ରାଜ୍ୟରେ ପିସି କାରବାର ବ୍ୟାପକ ହୋଇଛି । ଯାହାକୁ ନେଇ ସରକାରଙ୍କୁ ଘେରିବ ବିଜେପି। 

ଦୁର୍ନୀତି-ବିଜେପିର ଅଭିଯୋଗ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ଗରିବ ହିତାଧିକାରୀଙ୍କ ନିକଟରେ ନପହଞ୍ଚାଇ ବାଟମାରଣା କରିଛନ୍ତି ରାଜ୍ୟ ସରକାର । ଯାହାର ଉତ୍ତର ତଲବ କରିବ ବିଜେପି । 

ଅପରାଧ- ରାଜ୍ୟରେ ଦିନକୁ ଦିନ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହେଲେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ତେବେ ଏହାକୁ ନେଇ ଶାସକ ଦଳକୁ ଘେରିପାରେ ବିଜେପି। 

ଆଦିବାସୀଙ୍କ ସମସ୍ୟା- ନୀରିହ ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ ମଧ୍ୟ ନେଇ ସରକାରଙ୍କୁ ଘେରିପାରେ ବିଜେପି। 

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ- ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ବିଜେପି ଶାସକ ଦଳକୁ ଘେରିବ ବୋଲି କୁହାଯାଉଛି । ସାଢେ ୪ କୋଟିଙ୍କ ଲୋକଙ୍କ ଆବେଗକୁ ରକ୍ଷା କରିବାକୁ ଯାଇ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନଅଳଙ୍କାରର ହିସାବ କାହିଁକି ଦେଉନାହାଁନ୍ତି ତାକୁ ନେଇ ମଧ୍ୟ ଆଲୋଚନା କରିପାରେ ବିଜେପି। 

ଦାଦନ-ରାଜ୍ୟରେ ଚାକିରୀ ନିଯୁକ୍ତିର ଅଭାବ କାରଣରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ରାଜ୍ୟବାସୀ । ଆଉ ସେଠାରେ ନିର୍ଯାତିତ ହୋଇ ମୃତ୍ୟୁବରଣ କରୁଛନ୍ତି ନୀରିହ ଲୋକ । ଏହାର ଜବାବ ତଲବ କରିବ ବିଜେପି। 

ସୀମା ବିବାଦ- କୋରାପୁଟ କୋଟିଆ- ଆନ୍ଧ୍ର ସମେତ ରାଜ୍ୟର ଅନେକ ସୀମା ବର୍ତ୍ତୀ ଅଞ୍ଚଳରେ ସୀମା ବିବାଦ ଗମ୍ଭୀର ଅବସ୍ଥାରେ ରହିଛି । ହେଲେ ନା ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତି । ଯାହାକୁ ନେଇ ଶାସକ ଦଳକୁ ଘେରିପାରେ ବିଜେପି। 

ଚାଷ ଓ ଚାଷୀ ସମସ୍ୟା-ବର୍ଷ ବର୍ଷ ଧରି ରାଜ୍ୟରେ ଦେଖାଦେଇଛି ମଣ୍ଡି ଓ ବିହନ ସମସ୍ୟା । ଶୀତଳ ଭଣ୍ଡାର ସହ ମଣ୍ଡିର ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମଳର ମୂଳ ପଇସା ବି ଲାଭ ଉଠାଇପାରୁନାହାଁନ୍ତି ଚାଷୀ । ଯାହାର ହିସାବ ତଲବ କରିବ ବିଜେପି। ଏମିତି ଅନେକ ପ୍ରସଙ୍ଗରେ ବିଜେପି ନିଜର ଅଜେଣ୍ଡା ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ।  ସୋମବାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହକାର୍ଯ୍ୟ ବେଳେ ତାଙ୍କୁ କୋଶଳୀ ଭାଷାରେ (Koshali Language) କହିବାକୁ ଦେବାକୁ ଅନୁମତି ମାଗିଥିଲେ। ଆଉ ଭିତ୍ତିଭୂମିର କାରଣ ଦର୍ଶାଇ ଏହା ସମ୍ଭବ ନୁହେଁ ବୋଲି କହିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । 

ସୋସିଆଲ ମିଡିଆରେ କୋଶଳ ରାଜ୍ୟକୁ ନେଇ ଆଲୋଚନା ପର୍ଯ୍ୟାଲୋଚନାକୁ ବେଶ ଖୋରାକ ଯୋଗାଇଥିଲା ଗତ କିଛିଦିନ ତଳେ ଓଲିଉଡର ଫିଲ୍ମ ରିଲିଜ କଳି। ଏହାପରେ ଗତ ଦୁଇ ତିନି ଦିନ ତଳେ ହୋଇଥିବା ସ୍ୱତନ୍ତ୍ର କୋଶଳୀ ରାଜ୍ୟ ନେଇ ବନ୍ଦ ଡାକରା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କୋଶଳୀ ଭାଷାରେ କହିବାକୁ ଅନୁମତି ମାଗିବା ଇଙ୍ଗିତ କରୁଛି ଯେ, ବିଧାନସଭା ଶୀତ ଅଧିବେଶନରେ (Odisha Assembly Winter Session)  ସ୍ୱତନ୍ତ୍ର କୋଶଳୀ ରାଜ୍ୟ ପ୍ରସଙ୍ଗ ଉଠାଇପାରନ୍ତି । ତେବେ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ ଯେ, 'ବୈଠକ ସଫଳ ହୋଇଛି।  ଗୃହକାର୍ଯ୍ୟ ବେଳେ ସମସ୍ତ ଦଳ ସହଯୋଗ କରିବେ ବୋଲି ଆଶା କରୁଛି'। ଏହି ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏଥିରେ ମୋଟ ୩୦ଟି ସରକାରୀ କାର୍ଯ୍ୟଦିବସ ରହିଛି।

Also Read: ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ