CWC2023: ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ, କାହା ସହ ହେବ ସେମିଫାଇନାଲରେ ଭେଟ; ଜାଣନ୍ତୁ ପୂରା ସମୀକରଣ
Advertisement
Article Detail0/zeeodisha/odisha1947471

CWC2023: ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ, କାହା ସହ ହେବ ସେମିଫାଇନାଲରେ ଭେଟ; ଜାଣନ୍ତୁ ପୂରା ସମୀକରଣ

ସେପଟେ ବାଂଲାଦେଶ ଓ ଇଂଲଣ୍ଡ ବିଶ୍ୱକପରୁ ବାଦ ପଡ଼ି ସାରିଛନ୍ତି। ଉଭୟ ଦଳ ୭ଟି ମ୍ୟାଚ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି। 

CWC2023: ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ, କାହା ସହ ହେବ ସେମିଫାଇନାଲରେ ଭେଟ; ଜାଣନ୍ତୁ ପୂରା ସମୀକରଣ

World Cup 2023 Points Table: ନୂଆଦିଲ୍ଲୀ: ଚଳିତ ଆଇସିସି ODI ବିଶ୍ୱକପ ୨୦୨୩ର (ODI World Cup 2023 ) ୩୭ତମ ମ୍ୟାଚ୍ କୋଲକାତାର (Kolkata) ଇଡେନ୍ ଗାର୍ଡେନ୍ସରେ (Eden Gardens) ଭାରତ (India) ଏବଂ ଦକ୍ଷିଣ ଆଫ୍ରିକା (South Africa) ମଧ୍ୟରେ ଖେଳାଯାଇଥିଲା। ଏହି ଏକପାଖିଆ ମ୍ୟାଚରେ ଭାରତ ୨୪୩ ରନ୍ ଜିତି ଏହି ବିଶ୍ୱକପର କ୍ରମାଗତ ଅଷ୍ଟମ ବିଜୟ ହସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ୧୬ ପଏଣ୍ଟ ସହ ବିଶ୍ୱକପ ୨୦୨୩ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନିଜର ୪୯ତମ ଶତକ ହାସଲ କରିଛନ୍ତି ଏବଂ ତାଙ୍କ ଇନିଂସ ଆଧାରରେ ଭାରତ ୩୨୬ ରନ୍ ସଂଗ୍ରହ କରିଛି। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ୮୩ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ରବିନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକାର ବ୍ୟାଟରମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିବାକୁ ଦେଇନଥିଲେ। ଜାଡେଜା ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେପଟେ ଟିମ୍ ଇଣ୍ଡିଆ ୨୦ ବର୍ଷ ପରେ ବିଶ୍ୱକପରେ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି। ଏହାପୂର୍ବରୁ ଭାରତ ୨୦୦୩ ବିଶ୍ୱକପରେ ଏହି ପ୍ରଦର୍ଶନ କରିଥିଲା। ଏପରି ପରିସ୍ଥିତିରେ, ଐତିହାସିକ ବିଜୟ ପରେ ଆସନ୍ତୁ ଜାଣିବା କଣ ରହିଛି ପଏଣ୍ଟ ଟେବୁଲର ସ୍ଥିତି। 

ସଦ୍ୟ ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ୧୬ ପଏଣ୍ଟ ସହିତ ଟେବୁଲ ଶୀର୍ଷରେ ରହିଛି। ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ୮ଟି ମ୍ୟାଚ ଖେଳି ମୋଟ ୬ଟିରେ ବିଜୟ ହାସଲ କରିଛି। ଏହା ସହିତ ମୋଟ ୧୨ ପଏଣ୍ଟ ହାସଲ କରିଛି। ସେହିପରି ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି। 

ନ୍ୟୁଜିଲାଣ୍ଡ ଆରମ୍ଭରୁ ୪ଟି ମ୍ୟାଚରେ ବିଜୟ ହାସଲ କରିନେଇଥିଲା। ପରେ କିନ୍ତୁ ୮ଟି ମ୍ୟାଚ ଖେଳିସାରିଥିଲେ ମଧ୍ୟ ୪ଟିରେ ପରାଜୟର ମୁହଁ ଦେଖିଛି ନ୍ୟୁଜିଲାଣ୍ଡ। ସେହିପରି ପଞ୍ଚମ ସ୍ଥାନରେ ପାକିସ୍ତାନ ରହିଛି। ତେବେ ପାକିସ୍ତାନ ୪ଟି ମ୍ୟାଚ ଜିତିଥିଲେ ହେଁ ରନ ରେଟ କମ ରହିଥିବାରୁ ନ୍ୟୁଜିଲାଣ୍ଡ ପଛରେ ରହିଛି। ଷଷ୍ଠ ସ୍ଥାନରେ ଆଫଗାନିସ୍ତାନ, ସପ୍ତମ ସ୍ଥାନରେ ଶ୍ରୀଲଙ୍କା, ଅଷ୍ଟମ ସ୍ଥାନରେ ନେଦରଲ୍ୟାଣ୍ଡସ, ନବମ ସ୍ଥାନରେ ବାଂଲାଦେଶ ଓ ଦଶମ ତଥା ସର୍ବଶେଷରେ ଇଂଲଣ୍ଡ ରହିଛି। ସେପଟେ ବାଂଲାଦେଶ ଓ ଇଂଲଣ୍ଡ ବିଶ୍ୱକପରୁ ବାଦ ପଡ଼ି ସାରିଛନ୍ତି। ଉଭୟ ଦଳ ୭ଟି ମ୍ୟାଚ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି।