WI vs IND: ଅଶ୍ୱିନ୍-ଜାଡେଜା ଯୋଡି କଲେ କମାଲ, ଭାଙ୍ଗିଲେ କୁମ୍ବଲେ ଓ ହରଭଜନଙ୍କ ବଡ଼ ରେକର୍ଡ
Advertisement
Article Detail0/zeeodisha/odisha1793062

WI vs IND: ଅଶ୍ୱିନ୍-ଜାଡେଜା ଯୋଡି କଲେ କମାଲ, ଭାଙ୍ଗିଲେ କୁମ୍ବଲେ ଓ ହରଭଜନଙ୍କ ବଡ଼ ରେକର୍ଡ

West Indies vs India, 2nd Test: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବିନ୍ଦ୍ର ଜାଡେଜା କମାଲ କରିଛନ୍ତି । ଏହି ଯୋଡି ବର୍ତ୍ତମାନ କୁମ୍ବଲେ ଓ ହରଭଜନଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Most wickets as pair for Team india: ଭାରତ ଓ ୱେଷ୍ଟଇଣ୍ଡିଜ୍ (West Indies vs India) ମଧ୍ୟରେ ତ୍ରିନିଦାଦରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଭିଜ୍ଞ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍ (R Ashwin) ଓ ରବିନ୍ଦ୍ର ଜାଡେଜା (Ravindra Jadeja) ଏକ ବଡ ରେକର୍ଡ କରିଛନ୍ତି । ଭେଟେରାନ ଯୋଡି ଅନିଲ କୁମ୍ବଲେ (Anil Kumble) ଓ ହରଭଜନ ସିଂଙ୍କ (Harbhajan Singh) ପରେ ଦ୍ୱିତୀୟ ଭାରତୀୟ ଯୋଡି ହୋଇଛନ୍ତି, ଯେଉଁମାନେ ମିଶି ୫୦୦ ଟେଷ୍ଟ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଏହାପରେ ସେମାନେ କୁମ୍ବଲେ ଓ ହରଭଜନ ସିଂଙ୍କୁ ମଧ୍ୟ ପଛରେ ପକାଇଛନ୍ତି । 

ଚତୁର୍ଥ ଦିନର ଅନ୍ତିମ ସେସନରେ ଆର ଅଶ୍ୱିନ ଦୁଇଟି ୱିକେଟ୍ ନେଇଥିବା ବେଳେ ଏହି ଯୋଡି ଏହି ସଫଳତା ହାସଲ କରିଥିଲେ । ୱେଷ୍ଟଇଣ୍ଡିଜ୍ ଅଧିନାୟକ କ୍ରେଗ୍ ବ୍ରାଥୱାଇଟ୍ଙ୍କୁ ଚତୁର୍ଥ ଥର ଓ ସିରିଜରେ ଚତୁର୍ଥ ଥର ପାଇଁ ଆଉଟ କରିବା ପରେ ଅଶ୍ୱିନ୍ ଡେବ୍ୟୁାଣ୍ଟ କିର୍କ ମ୍ୟାକେଙ୍କିଙ୍କୁ 0 ରନରେ ଆଉଟ୍ କରିଥିଲେ । ଏହା ପରେ, ଅଶ୍ୱିନ୍ ଓ ଜାଡେଜାଙ୍କ ଯୋଡି ଇତିହାସ ସୃଷ୍ଟି କରିଛନ୍ତି । କୁମ୍ବଲେ ଓ ହରଭଜନ ଯୋଡି ୫୦୦ ୱିକେଟ୍ ନେବା ପାଇଁ ୫୪ ଟେଷ୍ଟ ନେଇଥିବା ବେଳେ, ଅଶ୍ୱିନ୍ ଓ ଜାଡେଜା ଏହି କାରନାମା ମାତ୍ର ୪୯ ଟି ଟେଷ୍ଟର୍ କରିଛନ୍ତି ।

ଅଶ୍ୱିନ୍-ଜାଡେଜା ଯୋଡିଙ୍କ ରେକର୍ଡ 
ଏହି ଯୋଡିଙ୍କର ୪୯ ତମ ଟେଷ୍ଟରେ ଅଶ୍ୱିନ ଓ ଜାଡେଜା ଏକାଠି ୫୦୦ ୱିକେଟ୍ ପୂରେ କରିଥିଲେ। ମ୍ୟାଚରେ ଉଭୟ ଏକାଠି ଖେଳି ଅଶ୍ୱିନ ୨୭୪ ୱିକେଟ୍ ଓ ଜାଡେଜା ୨୨୬ଟି ୱିକେଟ୍ ନେଇଛନ୍ତି । ଏହି ଯୋଡି ଏପର୍ଯ୍ୟନ୍ତ ଟେଷ୍ଟରେ ୩୨ ଥର ୫ ୱିକେଟ୍ ଓ ୮ ଥର ୧୦ ୱିକେଟ୍ ନେଇଛନ୍ତି ।

ଟେଷ୍ଟରେ ସର୍ବାଧିକ ୱିକେଟ୍ ନେଉଥିବା ଭାରତୀୟ ଯୋଡି 

  • ୫୪ ଟେଷ୍ଟରେ ଅନିଲ କୁମ୍ବଲେ (୨୮୧) ଓ ହରଭଜନ ସିଂ (୨୨୦) - ମୋଟ ୫୦୧ ୱିକେଟ୍ ନେଇଛନ୍ତି ।
  • ୪୯ ଟି ଟେଷ୍ଟରେ ଆର ଅଶ୍ୱିନ୍ (୨୭୪) ଓ ରବିନ୍ଦ୍ର ଜାଡେଜା (୨୨୬)- ମୋଟ ୫୦୦ ୱିକେଟ୍ ନେଇଛନ୍ତି 
  • ୪୨ ଟି ଟେଷ୍ଟରେ ବିଶାନ ବେଦୀ (୧୮୪) ଓ ବି.ଏସ୍ ଚନ୍ଦ୍ରଶେଖର (୧୮୪)- ମୋଟ ୩୬୮ ୱିକେଟ୍ ନେଇଛନ୍ତି ।

ରୋମାଞ୍ଚକ ସ୍ଥିତିରେ ଦ୍ୱିତୀୟ ଟେଷ୍ଟ
ପୋର୍ଟ ଅଫ୍ ସ୍ପେନରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ରେ ରହିଛି । ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୩୬୫ ରନ୍ ଦେଇଥିଲା । ଏହା ପରେ ଦିନର ଖେଳ ଶେଷ ପର୍ଯ୍ୟନ୍ତ କାରିବିଆନ୍ ଦଳ ୨ ୱିକେଟ୍ ପାଇଁ ୭୬ ରନ୍ ସଂଗ୍ରହ କରିଛି । ବର୍ତ୍ତମାନ ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୮ ୱିକେଟ୍ ନେବାକୁ ଥିବାବେଳେ ୱେଷ୍ଟଇଣ୍ଡିଜକୁ ଜିତିବାକୁ ୨୮୯ ରନର ଆବଶ୍ୟକତା ରହିଛି ।

ଏହା ବି ପଢ଼ନ୍ତୁ: Ashwin breaks Laxman record: ଲକ୍ଷ୍ମଣଙ୍କୁ ପଛରେ ପକାଇଲେ ଅଶ୍ୱିନ୍; ଧୋନି ଓ କପିଲ ଦେବଙ୍କ ପରେ ଏପରି କରିବାରେ ହେଲେ ତୃତୀୟ ଖେଳାଳି

ଏହା ବି ପଢ଼ନ୍ତୁ: Ashes 2023: ଏମାନେ ଦୁନିଆର ୧୦ ହତଭାଗା ବ୍ୟାଟ୍ସମ୍ୟାନ୍, ସାଥି ଖେଳାଳିଙ୍କ ଆଉଟ୍ ଯୋଗୁଁ ୯୯ କରି ରହି ଯାଇଛନ୍ତି ଅପରାଜିତ