Virat Kohli: RCBର ପରାଜୟ ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼
Advertisement
Article Detail0/zeeodisha/odisha2215610

Virat Kohli: RCBର ପରାଜୟ ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ଼

Virat Kohli: କୋଲକାତା ନାଇଟ ରାଇଡ଼ର୍ସ (kolkata knight Riders) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର (Royal Challengers Bengaluru) ପରାଜୟ ସତ୍ତ୍ବେ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ନିଜ ସଫଳତାର ଧାରାରେ ଆଉ ଏକ ନୂଆ ଅଧ୍ଯାୟ ଯୋଡ଼ିଛନ୍ତି ।

ଖବର ଅନୁଯାୟୀ, ରବିବାର କୋଲକାତା ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ଯରେ ଖେଳାଯାଇଥିବା ହାଇଭେଟେଜ ମ୍ୟାଚ୍ ରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ କୋହଲି ମାତ୍ର ୧୮ ରନ୍ କରି ଆଉଟ ହୋଇଯାଇଥିଲେ । ଯେଉଁଥିରେ ଗୋଟିଏ ଚୌକା ଓ ୨ଟି ଛକା ସାମିଲ ରହିଥିଲା । ତେବେ ଏହା ସତ୍ତ୍ବେ ବିରାଟଙ୍କ ନାଁରେ ଯୋଡ଼ି ହୋଇଛି ନୂଆ ରେକର୍ଡ଼ । ସେ ଆଇପିଏଲରେ ପ୍ରଥମ ବ୍ୟାଟର ଭାବେ ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ୨୫୦ଟି ଛକା ମାରିବାର ରେକର୍ଡ଼ କରିଛନ୍ତି । ୨୦୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ ବେଙ୍ଗାଲୁରୁ ପାଇଁ ଖେଳି ଆସୁଛନ୍ତି । ଅନ୍ୟପକ୍ଷରେ କ୍ରିସ୍ ଗେଲ ଆରସିବି ପକ୍ଷରୁ ୨୩୯ଟି ଛକା ମାରିଥିବା ବେଳେ ଏବି. ଡିଭିଲିୟର୍ସ ୨୩୮ଟି ଛକା ମାରିଛନ୍ତି । ତେବେ କୋହଲି ଦ୍ବିତୀୟ ଭାରତୀୟ ଓ ଚତୁର୍ଥ ବ୍ୟାଟର ଭାବେ ୨୫୦ଟି ଛକକା କ୍ଲବରେ ସାମିଲ ହୋଇଛନ୍ତି ।

୩୫୭ ଛକା ସହ କ୍ରିସ୍ ଗେଲ ତାଲିକାର ଟପ୍ ରେ ରହିଥିବା ବେଳେ ୨୭୫ ଛକା ସହ ରୋହିତ ଶର୍ମା ଦ୍ବିତୀୟ ଓ ୨୫୧ ଛକା ମାରି ଏବି ଡିଭିଲିୟର୍ସ ତୃତୀୟ ସ୍ଥାନରେ ରହିଛନ୍ତି । ଟି-୨୦ କ୍ରିକେଟରେ ଗୋଟିଏ ଟିମ୍ ଲାଗି ସର୍ବାଧିକ ଛକା ମାରିବାର ରେକର୍ଡ଼ କୋହଲି ନିଜ ନାଁରେ କରିଛନ୍ତି ।

Also Read- RR vs MI: ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି