Virat Kohli Record: କୋହଲି ରଚିଲେ ଇତିହାସ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ 'ବିରାଟ' ରେକର୍ଡ
Advertisement
Article Detail0/zeeodisha/odisha1960658

Virat Kohli Record: କୋହଲି ରଚିଲେ ଇତିହାସ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ 'ବିରାଟ' ରେକର୍ଡ

Virat Kohli: ଭେଟେରାନ ଭାରତୀୟ କ୍ରିକେଟର ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ସେ ରିକି ପଣ୍ଟିଙ୍ଗର ବିଶାଳ ରେକର୍ଡ ଭାଙ୍ଗିଦେଇଛନ୍ତି।

Virat Kohli Record

Virat Kohli Record: ଆଇସିସି ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋହଲିଙ୍କ ବ୍ୟାଟ୍ ପୁଣି ଥରେ ଗର୍ଜନ କରୁଛି । ଏହି ବିଶ୍ୱକପ୍‌ରେ ସର୍ବାଧିକ ସ୍କୋରର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କୋହଲି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି । କୋହଲି ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ରିକି ପଣ୍ଟିଙ୍ଗଙ୍କ ସବୁଠୁ ବଡ ରେକର୍ଡ ଭାଙ୍ଗିଛନ୍ତି । ODI କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିରାଟ କୋହଲି ବର୍ତ୍ତମାନ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । କୋହଲି ଭେଟେରାନ ପଣ୍ଟିଂକୁ ପଛରେ ପକାଇଛନ୍ତି ।

ଭାଙ୍ଗିଲା ସଚିନଙ୍କ ମହାନ ରେକର୍ଡ
ଏହା ବ୍ୟତୀତ କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବିରାଟ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଏହାପୂର୍ବରୁ, ବିଶ୍ୱକପରେ ସର୍ବାଧିକ ପଚାଶ ପ୍ଲସ୍ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା, ସଚିନ ଏକ ବିଶ୍ୱକପରେ ସର୍ବାଧିକ ପଚାଶ ପ୍ଲସ୍ ୭ ଥର ସ୍କୋର କରିଥିଲେ । ଆଜି କୋହଲି ଅଷ୍ଟମ ଥର ପାଇଁ ପଚାଶ ପ୍ଲସ ସ୍କୋର କରି ସଚିନଙ୍କ ମହାନ ରେକର୍ଡ ଭାଙ୍ଗିଛନ୍ତି । ଏହି ୮ଟି ଇନିଂସରେ କୋହଲି ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଛନ୍ତି ।

କୋହଲି ମାରିସାରିଛନ୍ତି ୪୯ ତମ ଶତକ
ଏହି ବିଶ୍ୱକପରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରୁଛନ୍ତି । କୋହଲି ବିଶ୍ୱକପ୍‌ରେ ଦ୍ୱିତୀୟ ଶତକ ସ୍କୋର କରି ସେ ODI କ୍ରିକେଟରେ ସର୍ବାଧିକ ଶତକ ମାରିଥିବା ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପ୍ରତ୍ୟେକ ମ୍ୟାଚ୍‌ରେ କୋହଲିଙ୍କ ବ୍ୟାଟ୍‌ ରନ ବର୍ଷା କରିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ କିମ୍ବା ଅଷ୍ଟ୍ରେଲିଆ ହେଉ, କୋହଲିଙ୍କ ବ୍ୟାଟ୍ କେଉଁଠାରେ ଅଟକି ନାହଁ ।