PAK vs NZ: ସେମିଫାଇନାଲ ହାରିବାରୁ ନିରାଶ ୱିଲିୟମସନ; ଦୁଃଖିତ ମନରେ କହିଲେ ଏପରି କିଛି, ତ ବାବର ଆଜମ କହିଲେ...
Advertisement
Article Detail0/zeeodisha/odisha1434306

PAK vs NZ: ସେମିଫାଇନାଲ ହାରିବାରୁ ନିରାଶ ୱିଲିୟମସନ; ଦୁଃଖିତ ମନରେ କହିଲେ ଏପରି କିଛି, ତ ବାବର ଆଜମ କହିଲେ...

PAK vs NZ: ୨୦୨୧ ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡକୁ ସେମିଫାଇନାଲରେ ୭ ୱିକେଟରେ ପରାସ୍ତ କରିବା ପରେ ପାକିସ୍ତାନ ତୃତୀୟ ଥର ପାଇଁ ଟି-20 ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ କହିଛନ୍ତି ଯେ, ଟି-20 ବିଶ୍ୱକପ ସେମିଫାଇନାଲ ପରାଜୟକୁ ହଜମ କରିବା ସହଜ ନୁହେଁ । କିନ୍ତୁ ସେ ସ୍ୱୀକାର କରିଛନ୍ତି...

PAK vs NZ: ସେମିଫାଇନାଲ ହାରିବାରୁ ନିରାଶ ୱିଲିୟମସନ; ଦୁଃଖିତ ମନରେ କହିଲେ ଏପରି କିଛି, ତ ବାବର ଆଜମ କହିଲେ...

T20 World Cup 2022 Pakistan vs New Zealand Semi Final: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପ୍ରଥମ ସେମିଫାଇନାଲ ମ୍ୟାଚ (PAK vs NZ) ରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଏହାସହ ପାକିସ୍ତାନ ଦଳ ଫାଇନାଲକୁ ପ୍ରବେଶ କରିଛି । ନଭେମ୍ୱର ୧୩ରେ ଫାଇନାଲ ମ୍ୟାଚ୍ ଖେଳା ଯିବ । ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ (Kane Williamsons) କହିଛନ୍ତି ଯେ, ଟି-20 ବିଶ୍ୱକପ ସେମିଫାଇନାଲ ପରାଜୟକୁ ହଜମ କରିବା ସହଜ ନୁହେଁ । କିନ୍ତୁ ସେ ସ୍ୱୀକାର କରିଛନ୍ତି ଯେ, ବୁଧବାର ତାଙ୍କ ଦଳ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନକୁ ଚ୍ୟାଲେଞ୍ଜ କରିବାକୁ ପର୍ଯ୍ୟାପ୍ତ ଅନୁଶାସିତ ନଥିଲା । ୨୦୨୧ ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡକୁ ସେମିଫାଇନାଲରେ ୭ ୱିକେଟରେ ପରାସ୍ତ କରିବା ପରେ ପାକିସ୍ତାନ ତୃତୀୟ ଥର ପାଇଁ ଟି-20 ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ।

ୱିଲିୟମସନ ଆଗକୁ କହିଛନ୍ତି ଯେ, "ଆମେ ପାକିସ୍ତାନକୁ କଡ଼ା ଚ୍ୟାଲେଞ୍ଜ ଦେଇ ନ ଥିବାରୁ ଏହା ଅତ୍ୟନ୍ତ ନିରାଶାଜନକ ଥିଲା । ସେମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେମାନେ ଆମକୁ ପରାସ୍ତ କରିଛନ୍ତି । ଆମ ପାଇଁ ଏହି ପରାଜୟ ହଜମ କରିବା କଷ୍ଟକର ହେବ । ବାବର ଆଜମ ଓ ମହମ୍ମଦ ରିଜୱାନ୍ ଆମକୁ ଚାପରେ ପକାଇଥିଲେ ।" ଏଠାରେ କହି ରଖୁଛୁ ଯେ, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡର ସ୍ଲୋ ୱିକେଟ୍ ଉପରେ ନ୍ୟୁଜିଲ୍ୟାଣ୍ଡକୁ ୧୫୨ ରନରେ ଅଟକାଇବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଓ ମହମ୍ମଦ ରିଜୱାନ (Mohammad Rizwan) ଙ୍କ ଅର୍ଦ୍ଧଶତକ ଦମରେ ୧୩ ବର୍ଷ ପରେ ଦଳ ଟି-20 ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ।

ୱିଲିୟମ୍ସନ୍ କହିଛନ୍ତି ଯେ, "ସେମାନେ ଶୀଘ୍ର ଆମ ଉପରେ ଚାପ ପକାଇଥିଲେ । ପାକିସ୍ତାନ ବହୁତ ଭଲ ବୋଲିଂ କରିଛି । ମିଚେଲଙ୍କ ଅବିଶ୍ୱସନୀୟ ଇନିଂସ ସହିତ କିଛି ଗତି ଫେରି ପାଇବାକୁ ସଫଳ ହୋଇଥିଲୁ । ଆମେ ମନେ କରୁଥିଲି ଏହା ଏକ ପ୍ରତିଯୋଗିତାମୂଳକ ସ୍କୋର । ଏହି ୱିକେଟରେ ଖେଳିବା ଟିକେ କଷ୍ଟସାଧ୍ୟ ଥିଲା ।" ଓପନର ଫିନ୍ ଆଲେନ୍ (୦୪) ଓ ଡେଭୋନ୍ କନୱେ (୨୧) ଙ୍କ ୱିକେଟ୍ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଗତିରେ ସ୍କୋର କରିପାରି ନଥିଲା । ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରକୁ ନେବା ପାଇଁ ୱିଲିୟମ୍ସନ୍ (୪୬) ଓ ମିଚେଲ (୫୩) ଚତୁର୍ଥ ୱିକେଟ୍ ପାଇଁ ୬୮ ରନ୍ ଯୋଡିଥିଲେ । ୱିଲିୟମ୍ସନ୍ କହିଛନ୍ତି ଯେ, ଯଦି ଆମେ ସଚ୍ଚୋଟ ଭାବେ କହିବା ତ ଆମକୁ ଅଧିକ ଶୃଙ୍ଖଳିତ ହେବାର ଥିଲା । ପାକିସ୍ତାନ ନିଶ୍ଚିତ ଭାବେ ବିଜେତା ହେବାକୁ ଯୋଗ୍ୟ ଥିଲା । ବହୁତ ଭଲ କ୍ରିକେଟ୍ ଖେଳିଛି ।

ଅଧିକ ପଢ଼ନ୍ତୁ:-ଦନୁଷ୍କାଙ୍କ ଅନେକ ଥର କାମନାର ଶିକାର ହୋଇଥିଲେ ପୀଡ଼ିତା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଅଧିକ ପଢ଼ନ୍ତୁ:-ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାକିସ୍ତାନୀ କୋଚ୍, ଫାଇନାଲକୁ ନେଇ କହିଲେ ଏପରି କିଛି

ଅଧିକ ପଢ଼ନ୍ତୁ:-ବୁଧ ଗୋଚର ଯୋଗୁଁ ଏଥର ଦେଖାଦେବ ୨ ଶୁଭ ଯୋଗ, ଏସବୁ ରାଶିକୁ ମିଳିବ ଜବରଦସ୍ତ ଲାଭ

 

ଅନ୍ୟପକ୍ଷରେ ପାକିସ୍ତାନୀ ଅଧିନାୟକ ବାବର ଆଜମ ବିଜୟ ହାସଲ କରିବା ପାଇଁ ନିଜ ବୋଲରମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଗତ ତିନିଟି ମ୍ୟାଚରେ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ​​... ଦର୍ଶକଙ୍କୁ ଧନ୍ୟବାଦ, ଏପରି ଲାଗୁଛି ଯେ ଆମେ ଘରେ ଖେଳୁଛୁ । ପ୍ରାରମ୍ଭିକ ୬ ଓଭରରେ ଆମେ ଭଲ ଆରମ୍ଭ କରିଥିଲୁ ଓ ତା’ପରେ ଆମର ଭଲ ସ୍ପିନ୍ ଆକ୍ରମଣ ହୋଇଥିଲା । ଦ୍ରୁତ ବୋଲରମାନେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଆମର ଯୋଜନା ଥିଲା ପଡ଼ିଆକୁ ଯିବା ପୂର୍ବରୁ ପ୍ରଥମ ୬ ଓଭରର ଲାଭ ଉଠାଇବା ଓ ପରେ ସମସ୍ତେ ଆସି ଯୋଗଦାନ କରିପାରିବେ । ଆମେ ଏହି ମୁହୂର୍ତ୍ତକୁ ଉପଭୋଗ କରିବୁ କିନ୍ତୁ ଏହାସହ ଆମେ ଫାଇନାଲ୍ ଉପରେ ଧ୍ୟାନ ଦେବୁ ।