Rohmalia Rohmalia: ଟି-୨୦ ମ୍ୟାଚରେ କୌଣସି ରନ୍ ନ ଦେଇ ୭ଟି ୱିକେଟ୍ ନେଲେ ଏହି ବୋଲର, ବନାଇ ଦେଲେ ବିଶ୍ୱ ରେକର୍ଡ
Advertisement
Article Detail0/zeeodisha/odisha2221413

Rohmalia Rohmalia: ଟି-୨୦ ମ୍ୟାଚରେ କୌଣସି ରନ୍ ନ ଦେଇ ୭ଟି ୱିକେଟ୍ ନେଲେ ଏହି ବୋଲର, ବନାଇ ଦେଲେ ବିଶ୍ୱ ରେକର୍ଡ

Rohmalia Rohmalia T20I World Record: ଇଣ୍ଡୋନେସିଆର ମହିଳା କ୍ରିକେଟର ରୋହମାଲିଆ ରୋହମାଲିଆ ଇତିହାସ ସୃଷ୍ଟି କରିଛନ୍ତି। ୨୪ ଏପ୍ରିଲରେ ସେ ମୋଙ୍ଗୋଲିଆ ବିପକ୍ଷରେ ସେ ୩.୨ ଓଭରରେ କୌଣସି ରନ୍ ନ ଦେଇ ୭ଟି ୱିକେଟ୍ ନେଇଥିଲେ। ଏହା ସହ ରୋହମାଲିଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

 

Rohmalia Rohmalia T20I World Record

Rohmalia Rohmalia: ଇଣ୍ଡୋନେସିଆର ମହିଳା କ୍ରିକେଟର ରୋହମାଲିଆ ରୋହମାଲିଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୨୪ ଏପ୍ରିଲ ଗୁରୁବାର ଦିନ ସେ ମୋଙ୍ଗୋଲିଆ ବିପକ୍ଷରେ ୩.୨ ଓଭରରେ ଗୋଟିଏ ବି ରନ୍ ନ ଦେଇ ୭ଟି ୱିକେଟ୍ ନେଇଛନ୍ତି। ଏହା ସହ ରୋହମାଲିଆ ଟି-୨୦ ଇଣ୍ଟରନ୍ୟାସନାଲରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ (୩.୨-୦-୩-୭) କରି ରେକର୍ଡ କରିଛନ୍ତି। ଟି-୨୦ରେ ତାଙ୍କ ଛଡା କୌଣସି ବୋଲରଙ୍କ ଏପରି ଭଲ ବୋଲିଂ ଫିଗର ନାହିଁ। ଏଥିରେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଅନ୍ତର୍ଭୁକ୍ତ।

ଏହାପୂର୍ବରୁ, ଟି-୨୦ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ (୪-୨-୩-୭) ରେକର୍ଡ ନେଦରଲ୍ୟାଣ୍ଡର ଫ୍ରେଡେରିକ୍ ଓଭରଡିଜଙ୍କ ନାମରେ ଥିଲା। ସେ ୨୦୨୧ ମସିହାରେ ମହିଳା ଟି-୨୦ ବିଶ୍ୱକପ ୟୁରୋପ ରିଜନ ଯୋଗ୍ୟତା ପର୍ଯ୍ୟାୟରେ ଫ୍ରାନ୍ସ ବିପକ୍ଷରେ ଏହି ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ରୋହମାଲିଆ ଏହା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ତାଙ୍କର ସାଂଘାତିକ ବୋଲିଂ ଯୋଗୁଁ ଇଣ୍ଡୋନେସିଆ ମୋଙ୍ଗୋଲିଆକୁ ୨୪ ରନରେ ଅଲ୍ ଆଉଟ୍ ମ୍ୟାଚକୁ ୧୨୭ ରନରେ ଜିତି ନେଇଥିଲା।

୧୭ ବର୍ଷୀୟ ରୋହମାଲିଆ ନିଜ କ୍ୟାରିୟରର ପ୍ରଥମ T20I ମ୍ୟାଚ୍ ଖେଳୁଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ନିଜର ବିସ୍ଫୋରକ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛନ୍ତି। ଇଣ୍ଡୋନେସିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫୪ ରନ୍ ସ୍କୋର କରିଥିଲା। ବଲ୍ ସହିତ ହଇଚଇ ସୃଷ୍ଟି କରିବା ପୂର୍ବରୁ ରୋହମାଲିଆ ବ୍ୟାଟ୍ ସହିତ ୧୫ ବଲରେ ୧୩ ରନ୍ କରିଥିଲେ।

ଟି-୨୦ (ପୁରୁଷ ଓ ମହିଳା) ରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ:
ରୋହମାଲିଆ ରୋହମାଲିଆ (ଇଣ୍ଡୋନେସିଆ, ମହିଳା): ୩.୨-୩-୦-୭ ବନାମ ମୋଙ୍ଗୋଲିଆ, ୨୦୨୪
ଫ୍ରେଡେରିକ୍ ଓଭରଡିଜ୍ (ନେଦରଲ୍ୟାଣ୍ଡ, ମହିଳା): ୪-୨-୩-୭ ବନାମ ଫ୍ରାନ୍ସ, ୨୦୨୧
ଆଲିସନ୍ ଷ୍ଟକ୍ (ଆର୍ଜେଣ୍ଟିନା, ମହିଳା): ୩.୪-୦-୩-୭ ବନାମ ପେରୁ, ୨୦୨୨
ସାଇଜରୁଲ ଏଜାଟ ଇଡ୍ରସ୍ (ମାଲେସିଆ, ପୁରୁଷ): ୪-୧-୮-୭ ବନାମ ଚୀନ୍, ୨୦୨୩