IPL 2023: ଆବେଶ ଖାନଙ୍କ ଘାତକ ବୋଲିଂ! ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ୧୦ ରନରେ ହରାଇଲା ଲକ୍ଷ୍ନୌ
Advertisement
Article Detail0/zeeodisha/odisha1660014

IPL 2023: ଆବେଶ ଖାନଙ୍କ ଘାତକ ବୋଲିଂ! ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ୧୦ ରନରେ ହରାଇଲା ଲକ୍ଷ୍ନୌ

RR vs LSG Match Highlights: ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଖରୁ ୧୦ ରନ ବ୍ୟବଧାନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ।

IPL 2023: ଆବେଶ ଖାନଙ୍କ ଘାତକ ବୋଲିଂ! ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ୧୦ ରନରେ ହରାଇଲା ଲକ୍ଷ୍ନୌ

RR vs LSG Match Result: ଚଳିତ ଆଇପିଏଲ ସଂସ୍କରଣରେ ଦ୍ୱିତୀୟ ପରାଜୟ ବରଣ କରିଛି ପୂର୍ବତନ ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ। ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଖରୁ ୧୦ ରନ ବ୍ୟବଧାନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ପାଇଁ ୧୫୪ ରନ୍ ସଂଗ୍ରହ କରିଥିଲା। ଏହା ପରେ ରାଜସ୍ଥାନ ଦଳ ୬ ୱିକେଟ୍ ହରାଇ ମାତ୍ର ୧୪୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଲକ୍ଷ୍ନୌ ପାଇଁ ଶେଷ ଓଭରରେ ପେସର ଆଭେଶ ଖାନ ୧୯ ରନ ବଞ୍ଚାଇ ଦେଇଥିଲେ। ଲକ୍ଷ୍ନୌ ବୋଲର ଆଭେଶ ଖାନ ୪ ଓଭର ବୋଲି କରି ୨୫ ରନ୍ ବ୍ୟୟ କରିବା ସହ ୩ ୱିକେଟ୍ ନେଇଥିଲେ। ବିଜେତା ଦଳ ପାଇଁ କାଇଲ୍ ମେୟର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୨ ବଲ ଖେଳି ୫୧ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ଚାରୋଟି ଚୌକା ଏବଂ ତିନୋଟି ଛକା ସାମିଲ ରହିଥିଲା।

୧୫୫ ରନ୍‌ ବିଜୟ ଲକ୍ଷ୍ୟକୁ ଅନୁସରଣ କରି ରାଜସ୍ଥାନ ଦଳର ଯଶସ୍ୱୀ ଜୈସୱାଲ ଏବଂ ଜୋସ୍ ବଟଲର ଭଲ ପାଳି ଆରମ୍ଭ କରିଥିଲେ। ଉଭୟ ୮7 ରନର ଏକ ଓପନିଂ ପାର୍ଟନରସିପ୍ କରିଥିଲେ। ଯଦିଓ ରନ୍ ହାର ଧୀମା ରହିଥିଲା। ଯଶସ୍ୱୀ ୪୪ ରନ୍ ପାଇଁ ୩୫ ବଲ ଖେଳିଥିଲେ। ଯେଉଁଥିରେ ୪ ଚୌକା ଏବଂ ୨ ଛକା ସାମିଲ ରହିଥିଲା। ଏହା ସହିତ ବଟଲର ୪୧ ବଲ ଖେଳି ୪୦ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୪ ଚୌକା ଏବଂ ଗୋଟିଏ ଛକା ଅନ୍ତର୍ଭୂକ୍ତ ରହିଥିଲା। କ୍ୟାପଟେନ ସଞ୍ଜୁ ସାମସନ ୨ ରନ୍ କରି ଆଉଟ୍ ହୋଇଥିଲେ। ଶିମ୍ରନ୍ ହେଟମିୟର୍ ୨ ରନ୍ ସ୍କୋର କରିବା ସହିତ କିଛି ବିଶେଷ କରିପାରିନଥିଲେ। ଇନିଂସର ଶେଷ ଓଭରରେ ୧୯ ରନ୍ ଆବଶ୍ୟକ ଥିଲା। କ୍ୟାପଟେନ୍ କେ.ଏଲ୍ ରାହୁଲ ଶେଷ ଓଭର ବୋଲିଂ ପାଇଁ ଆଭେଶ ଖାନଙ୍କୁ ଡାକିଥିଲେ। ରିୟାନ୍ ପାରାଗ ପ୍ରଥମ ବଲରେ ଚୌକା ମାରିଥିଲେ। ପରବର୍ତ୍ତୀ ବଲରେ କେବଳ ଗୋଟିଏ ରନ୍ ପାଇଲେ। ପୂରନ୍ ତୃତୀୟ ବଲରେ ଦେବଦତ୍ତ ପାଡିକ୍କାଲଙ୍କୁ (୨୬) ଶିକାର କରିଥିଲେ। ପରବର୍ତ୍ତୀ ବଲରେ ଧ୍ରୁଭ ଜୁରେଲ ବାଉଣ୍ଡ୍ରି ପାଖରେ କ୍ୟାଚ ଆଉଟ ହୋଇଥିଲେ। ଶେଷ ୨ ବଲରେ ମାତ୍ର ୩ ରନ୍ ସ୍କୋର ହୋଇଥିଲା। ୧୨ ବଲରୁ ୧୫ ରନ୍ ସ୍କୋର କରିବା ପରେ ରିୟାନ୍ ପରାଗ ଅପରାଜିତ ଫେରିଥିଲେ।

ଏହାପୂର୍ବରୁ ଓପନର୍ କାଇଲ୍ ମେୟର୍ସ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ତଥାପି ଏହା ସତ୍ତ୍ୱେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ୭ ୱିକେଟ୍ ହରାଇ ୧୫୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମେୟର୍ସ ୫୧ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ କେ.ଏଲ୍ ରାହୁଲ ଦୁଇ ଦୁଇଟି ଜୀବନ ଦାନ ପାଇଥିଲେ। କାଇଲ୍ ମେୟର୍ସ, ଲୋକେଶ ରାହୁଲଙ୍କ (୩୯) ସହ ପ୍ରଥମ ୱିକେଟ୍ ପାଇଁ ୮୨ ରନ୍ ଯୋଡି ଦଳର ଭଲ ପାଳି ଆରମ୍ଭ କରିଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଟ୍ରେଣ୍ଟ ବୋଲ୍ଟ ସୁପରଜିଆଣ୍ଟସ୍  ରନ୍ ଗତିକୁ ବନ୍ଦ କରିଦେଇଥିଲେ। ଅଶ୍ୱିନ ୨୩ ରନ୍ ବ୍ୟୟ କରି ୨ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ ଗୋଟିଏ ୱିକେଟ୍ ନେଇଥିଲେ।

ନିକୋଲାସ୍ ପୁରାନ୍ (୨୯) ଏବଂ ମାର୍କସ୍ ଷ୍ଟୋଇନିସ୍ (୨୧) ପଞ୍ଚମ ୱିକେଟ୍ ପାଇଁ ୪୫ ରନ୍ ଯୋଡି ଦଳୀୟ ୧୫୦ ପାର କରାଇବାରେ ସହଯୋଗ କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଇନିଂସର ପ୍ରଥମ ଓଭର ବୋଲିଂ କରିଥିବାବେଳେ ଲକ୍ଷ୍ନୌ ଦଳ ୪ ଓଭରରେ ମାତ୍ର ୧୮ ରନ୍ ସ୍କୋର କରିପାରଥିଲା। ଏହି ସମୟରେ ସନ୍ଦୀପ ଶର୍ମାଙ୍କ ବଲରେ ଯଶସ୍ୱୀ ଜୈସୱାଲ ଅତିରିକ୍ତ କଭରରେ ଲୋକେଶ ରାହୁଲଙ୍କୁ ସହଜ କ୍ୟାଚ୍ ଦେଇ ଦେଇଥିଲେ। କାଇଲ୍ ମେୟର୍ସ ଇନିଂସର ପ୍ରଥମ ଛକା ବୋଲ୍ଟଙ୍କ ବଲରେ ମାରିଥିଲେ। ହେଲେ କେଏଲ ରାହୁଲ ସମାନ ଓଭରରେ ଦ୍ୱିତୀୟ ଥର ପାଇଁ ଭାଗ୍ୟବାନ ହୋଇଥିଲେ। ଏଥର ଜେସନ ହୋଲ୍ଡର ମଧ୍ୟଭାଗରେ ତାଙ୍କ କ୍ୟାଚ୍ ଛାଡିଥିଲେ। ଲକ୍ଷ୍ନୌ ସୁପରଜିଆଣ୍ଟ ୱିକେଟ୍ ନହରାଇ ପାୱାର ପ୍ଲେ ସମୟରେ ୩୭ ରନ୍ ସଂଗ୍ରହ କରିଥିଲା।

ରାହୁଲ  ପେସର ହୋଲ୍ଡରଙ୍କ ବଲକୁ ଲଙ୍ଗ ଅନ୍ ରେ ସିଧା ଜୋସ୍ ବଟଲରଙ୍କ ହାତରେ ଦେଇ ପାଭିଲିୟନ ଫେରିଥିଲେ। ସେ ତାଙ୍କର ୩୨ ବଲ ପାଳିରେ ୪ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ପରବର୍ତ୍ତୀ ଓଭରରେ ବୋଲ୍ଟ ବୋଲିଂ କରି ଆୟୁଷ ବାଡୋନିଙ୍କ ୱିକେଟ ନେଇ ଲକ୍ଷ୍ନୌ ଦଳକୁ ଦ୍ୱିତୀୟ ଝଟକା ଦେଇଥିଲେ। ମେୟର୍ସ, ଚହଲଙ୍କ ବିରୋଧରେ ଲଗାତାର ଦୁଇଟି ଚୌକା ଏବଂ ଗୋଟିଏ ରନ ସହିତ ୪୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନୀ ପରବର୍ତ୍ତୀ ଓଭରରେ ଦୀପକ ହୁଡା (୨) ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଡିପ୍ ସ୍କୋୟାର ଲେଗ ଠାରେ ସିମରନ୍ ହେଟମିୟରଙ୍କ ହାତରେ ଧରାପଡ଼ିଥିଲେ। ସମାନ ଓଭରରେ ଅଶ୍ୱିନ ମେୟର୍ସ ବୋଲ୍ଡ କରିବା ଲକ୍ଷ୍ନୌ ଟିମ ୪ ୱିକେଟ୍ ହରାଇ ୧୦୪ ରନ୍ ସ୍କୋର କରିଥିଲେ। ମେୟର୍ସ ୪୨ ବଲ ଖେଳି ଚାରୋଟି ଚୌକା ଏବଂ ତିନୋଟି ଛକା ଲଗାଇଥିଲେ। ପୁରନ ୧୯ ତମ ଓହରରେ ୨ ଚୌକା ଏବଂ ୧ ଛକା ସହାୟତାରେ ୧୭ ରନ ଯୋଡ଼ିଥିଲେ। ହେଲେ ଶେଷ ଓଭରରେ ତିନୋଟି ୱିକେଟ ହରାଇବାକୁ ପଡ଼ିଥିଲା। ପୁରନ ଏବଂ ଷ୍ଟୋଇନିସଙ୍କ ବ୍ୟତୀତ ସନ୍ଦୀପ ଶର୍ମାଙ୍କ ଶେଷ ଓଭରରେ ଯୁଦ୍ଧବୀର ସିଂହ (୧) ମଧ୍ୟ ଆଉଟ ହୋଇଯାଇଥିଲେ।