IPL 2023 CSK vs LSG: ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!
Advertisement
Article Detail0/zeeodisha/odisha1638339

IPL 2023 CSK vs LSG: ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!

IPL 2023: ଲକ୍ଷ୍ନୌ ଦଳ ଆଇପିଏଲ୍ ୨୦୨୩ରେ ବିଜୟ ସହ ନିଜର ଆରମ୍ଭ କରିଥିଲା ।​ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିଛି । ଏହି ମ୍ୟାଚ୍‌ରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ଦଳକୁ ୧୨ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି ।

IPL 2023 CSK vs LSG: ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!

Lucknow Super Giants vs Chennai Super Kings Match: ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସିଜିନ (IPL Season 16) ର ଦ୍ୱିତୀୟ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ପାଇଁ ବିଶେଷ କିଛି ନଥିଲା । ଲକ୍ଷ୍ନୌ ଦଳ (LSG Team) ଆଇପିଏଲ୍ ୨୦୨୩ (IPL 2023) ରେ ବିଜୟ ସହ ନିଜର ଆରମ୍ଭ କରିଥିଲା ।​ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିଛି । ଏହି ମ୍ୟାଚ୍‌ରେ କେ.ଏଲ୍ ରାହୁଲ (KL Rahul) ଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ଦଳକୁ ୧୨ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ମ୍ୟାଚରେ ଦଳର ପରାଜୟର ସବୁଠାରୁ ବଡ଼ କାରଣ ହେଲା ଜଣେ ଅଲରାଉଣ୍ଡର । ଏହି ଖେଳାଳି ବଲ୍ ସହିତ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଛନ୍ତି ।

ଲକ୍ଷ୍ନୌ ଓ ଚେନ୍ନାଇ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ (CSK vs LSG ) ରେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା (Krunal Pandya) ଙ୍କ ଉପରେ ଭରସା କରି ଲକ୍ଷ୍ନ ସୁପର ଜିଆଣ୍ଟସ୍ ଅଧିନାୟକ (Lucknow Super Giants Captain) କେ.ଏଲ୍ ରାହୁଲ (KL Rahul) ତାଙ୍କୁ ଏହି ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଇଥିଲେ । ଆଇପିଏଲ (IPL) ରେ ଏହା କ୍ରୁନାଲ ପାଣ୍ଡ୍ୟାଙ୍କ ୧୦୦ ତମ ମ୍ୟାଚ୍ (Krunal Pandya 100 Match In IPL) ଥିଲା । କିନ୍ତୁ କ୍ରୁନାଲ ପାଣ୍ଡ୍ୟା (Krunal Pandya) ଏହି ମ୍ୟାଚରେ ବ୍ୟାଟିଂରେ ଫ୍ଲପ୍ ରହିବା ସହ ବୋଲିଂରେ ମଧ୍ୟ ଦଳକୁ ସାହାଯ୍ୟ କରିପାରିନଥିଲେ । କ୍ରୁନାଲ ପାଣ୍ଡ୍ୟାଙ୍କ (Krunal Pandya)ର ଖରାପ ପ୍ରଦର୍ଶନ ପୂରା ଦଳକୁ ମହଙ୍ଗା ପଡ଼ିଛି ।

fallback

ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା (Krunal Pandya) ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ଅଂଶ ହୋଇପାରିନଥିଲେ । ଏଭଳି ପରିସ୍ଥିତିରେ କ୍ରୁନାଲ ପାଣ୍ଡ୍ୟା (Krunal Pandya) ଙ୍କ ପାଖରେ ଆଇପିଏଲରେ ପ୍ରଦର୍ଶନ କରି ଦଳକୁ ଫେରିବାର ଏକ ବଡ଼ ସୁଯୋଗ ରହିଛି । କିନ୍ତୁ କ୍ରୁନାଲ ପାଣ୍ଡ୍ୟା ଏହି ସୁଯୋଗର ଲାଭ ଉଠାଇ ପାରିନଥିଲେ । ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବୋଲିଂ କରୁଥିବାବେଳେ କ୍ରୁନାଲ ପାଣ୍ଡ୍ୟା ୨ ଓଭର ବୋଲିଂ କରିଥିଲେ । ଏହି ୨ ଓଭରରେ ସେ (Krunal Pandya) ୧୦.୫୦ ଇକୋନୋମି ସହିତ ରନ୍ ଖର୍ଚ୍ଚ କରିଥିଲେ ଓ ଗୋଟିଏ ୱିକେଟ୍ ମଧ୍ୟ ପାଇନଥିଲେ । ଏଥି ସହିତ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ମଧ୍ୟ କ୍ରୁନାଲ ପାଣ୍ଡ୍ୟା (Krunal Pandya) ନିଜ ଦଳ ପାଇଁ କାମ କରିନଥିଲେ । କ୍ରୁନାଲ ପାଣ୍ଡ୍ୟା (Krunal Pandya) ୯ ବଲରେ ମାତ୍ର ୯ ରନ୍ ସଂଗ୍ରହ କରି ଦଳର ପରାଜୟର ଏକ ପ୍ରମୁଖ କାରଣ ହୋଇଥିଲେ ।

ସୂଚନାଯୋଗ୍ୟ, ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ନିର୍ଦ୍ଧାରିତ 20 ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଥିଲା । ଚେନ୍ନାଇ ତରଫରୁ ଋତୁରାଜ ଗାଇକୱାଡ (୫୭ ରନ୍) ଓ ଡିଭନ୍ କନୱେ (୪୭ ରନ୍) ଙ୍କ ମଧ୍ୟରେ ଶତକୀୟ ପାର୍ଟନରଶିପ୍ ହୋଇଥିଲା । ଏହି ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପର ଜିଆଣ୍ଟସର ପୂରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୦୫ ରନ୍ ସ୍କୋର କରିପାରଥିଲା ।

ଅଧିକ ପଢ଼ନ୍ତୁ-ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!

ଅଧିକ ପଢ଼ନ୍ତୁ-ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଅଧିକ ପଢ଼ନ୍ତୁ-ସେହି 'ବଦନାମ କ୍ରିକେଟର' ଯିଏ ଦଶନ୍ଧି ପୂର୍ବରୁ କରିଥିଲେ ନିଜର ମୃତ୍ୟୁର ଭବିଷ୍ୟବାଣୀ, ସଚିନ ତେନ୍ଦୁଲକର ମଧ୍ୟ ଡରୁଥିଲେ!