ଶତକ ଲଗାଇ ଇତିହାସ ରଚିଲେ ଜାଡେଜା; କପିଲ ଦେବ ଓ ଧୋନିଙ୍କ ସ୍ପେଶାଲ କ୍ଲବରେ ହେଲେ ସାମିଲ
Advertisement
Article Detail0/zeeodisha/odisha1241198

ଶତକ ଲଗାଇ ଇତିହାସ ରଚିଲେ ଜାଡେଜା; କପିଲ ଦେବ ଓ ଧୋନିଙ୍କ ସ୍ପେଶାଲ କ୍ଲବରେ ହେଲେ ସାମିଲ

India vs England Edgbaston Test: ରବୀନ୍ଦ୍ର ଜାଡେଜା ଏଜବଷ୍ଟନରେ ଖେଳାଯାଉଥିବା ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟରେ ଏକ ଶତକ ସ୍କୋର କରି ଏକ ବିଶେଷ ରେକର୍ଡ ସୃଷ୍ଟି କରିଛନ୍ତି ।

ସୌ: ସୋସିଆଲ ମିଡିଆ

England vs India 5th Test, Ravindra Jadeja: ବର୍ମିଂହାମ, ଏଜବାଷ୍ଟନ୍ ଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟରେ ରବିନ୍ଦ୍ର ଜାଡେଜା (Ravindra Jadeja) ଇତିହାସ ସୃଷ୍ଟି କରିଛନ୍ତି । ଜାଡେଜା ୧୩ ଟି ଚୌକା ସହାୟତାରେ ୧୯୪ ବଲରେ ୧୦୪ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହା ସହ ସେ କପିଲ ଦେବ ଓ ଏମଏସ ଧୋନିଙ୍କ ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି ।

ଏହି ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଲେ ଜାଡେଜା 

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭ କିମ୍ବା ତଦୁର୍ଦ୍ଧ୍ୱ କ୍ରମରେ ବ୍ୟାଟିଂ କରି ଜାଡେଜା ଦୁଇଟି ଶତକ ହାସଲ କରିଛନ୍ତି । ଏହା ସହିତ ସେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ଏମଏସ ଧୋନିଙ୍କ ସ୍ୱତନ୍ତ୍ର କ୍ଲବରେ ମଧ୍ୟ ଯୋଗ ଦେଇଛନ୍ତି ।

କପିଲ ଦେବ: ୧୯୮୬
ଏମଏସ ଧୋନି: ୨୦୦୯
ହରଭଜନ ସିଂ: ୨୦୧୦
ରବିନ୍ଦ୍ର ଜାଡେଜା: ୨୦୨୨ *

ଏହା କରିବାରେ ଚତୁର୍ଥ ଭାରତୀୟ 
ରବୀନ୍ଦ୍ର ଜାଡେଜା ବର୍ମିଂହାମ୍ର ଏଜବାଷ୍ଟନ୍ ଠାରେ ଶତକ ହାସଲ କରିଥିବା ଚତୁର୍ଥ ଭାରତୀୟ ହୋଇଛନ୍ତି । ସମାନ ମ୍ୟାଚ୍‌ରେ ତାଙ୍କ ପୂର୍ବରୁ ଋଷଭ ପନ୍ତ, ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଏଜବଷ୍ଟନରେ ଟେଷ୍ଟ ଶତକ ହାସଲ କରି ସାରିଛନ୍ତି । ଜାଡେଜା ୧୮୩ ବଲରେ ନିଜର ଶତକ ପୂରଣ କରିଥିଲେ । ଏହି ସମୟରେ ସେ ୧୩ ଟି ଚୌକା ମାରିଥିଲେ । ପ୍ରଥମ ଦିନରେ ଋଷଭ ପନ୍ତ ୮୯ ବଲରେ ଶତକ ପୂରଣ କରିଥିଲେ । ଜାଡେଜା ୧୯୪ ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ ।

fallback

ନିଜ କ୍ୟାରିୟରର ତୃତୀୟ ଶତକ ହାସଲ କରିଥିଲେ ଜାଡେଜା 

ଟେଷ୍ଟ କ୍ରିକେଟରେ ଏହା ରବିନ୍ଦ୍ର ଜାଡେଜାଙ୍କ ତୃତୀୟ ଶତକ । ଟେଷ୍ଟ କ୍ରିକେଟର ଏକ ନମ୍ବର ଅଲରାଉଣ୍ଡରଙ୍କ ନାମରେ ବର୍ତ୍ତମାନ ହାରାହାରି ୩୬.୭୬ ରେ ୨୫୦୦ ରନ୍ ରହିଛି । ଏହା ପୂର୍ବରୁ ସେ ୧୭୫ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ ।

ଏହା ବି ପଢ଼ନ୍ତୁ: ତେଲେଙ୍ଗାନା ସରକାରକୁ ଭାଙ୍ଗିକି ଦେଖାନ୍ତୁ, ମୁଁ କେନ୍ଦ୍ର ସରକାରକୁ ଭାଙ୍ଗିଦେବି: KCR

ଏହା ବି ପଢ଼ନ୍ତୁ: ସଞ୍ଜୟ ରାଉତଙ୍କ ବଡ଼ ଖୁଲାସା: କହିଲେ- ମୋତେ ମଧ୍ୟ ମିଳିଥିଲା ଗୁଆହାଟି ଯିବାକୁ ଅଫର