ICC Rankings: ବିରାଟ କୋହଲିଙ୍କୁ ମିଳିଲା ପାକିସ୍ତାନକୁ 'ପିଟିବାର' ପୁରସ୍କାର; ଆଇସିସି ର଼୍ୟାଙ୍କିଙ୍ଗରେ କଲେ ଧମାଲ
Advertisement
Article Detail0/zeeodisha/odisha1411730

ICC Rankings: ବିରାଟ କୋହଲିଙ୍କୁ ମିଳିଲା ପାକିସ୍ତାନକୁ 'ପିଟିବାର' ପୁରସ୍କାର; ଆଇସିସି ର଼୍ୟାଙ୍କିଙ୍ଗରେ କଲେ ଧମାଲ

ICC Rankings: ଆଇସିସି ନିଜର ଲାଟେଷ୍ଟ ଟି-୨୦ ର଼୍ୟାଙ୍କିଙ୍ଗ ଜାରି କରିଛି । ଆଇସିସି ଟି-୨୦ ବିଶ୍ୱକପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଖେଳିଥିବା ବିସ୍ଫୋରକ ଇନିଂସ ଯୋଗୁଁ ନୂତନ ର଼୍ୟାଙ୍କିଙ୍ଗରେ ତାଙ୍କୁ ଲାଭ ମିଳିଛି ।

ସୌ: ସୋସିଆଲ ମିଡିଆ

Virat Kohli T20I Ranking: ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିବା ପରେ ବିରାଟ କୋହଲି (Virat Kohli) ପୁଣି ଥରେ ଟି-୨୦ ଆନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗରେ (T20 International Rankings) ଟପ୍-୧୦ ରେ ପହଞ୍ଚିଛନ୍ତି । ଲାଟେଷ୍ଟ ଆଇସିସି ର଼୍ୟାଙ୍କିଙ୍ଗରେ (ICC rankings) ସେ ନବମ ସ୍ଥାନରେ ରହିଛନ୍ତି । ବିରାଟ ଛଅଟି ସ୍ଥାନ ଉପରକୁ ଉଠି ଏହି ସ୍ଥାନରେ ପହଞ୍ଚିଛନ୍ତି । ଟି-୨୦ ବିଶ୍ୱକପ ପୂର୍ବରୁ ପ୍ରକାଶିତ ର଼୍ୟାଙ୍କିଙ୍ଗରେ ବିରାଟ ୧୫ ତମ ସ୍ଥାନରେ ରହିଥିଲେ । ଏଠାରେ ବିଶେଷ କଥା ହେଉଛି ଗତ ଦୁଇ ମାସ ମଧ୍ୟରେ ବିରାଟ ୨୬ ଟି ସ୍ଥାନରେ ନିଜର ର଼୍ୟାଙ୍କିଙ୍ଗରେ ଉନ୍ନତି କରିଛନ୍ତି । ଅଗଷ୍ଟ ୨୦୨୨ ରେ ଏସିଆ କପ୍ ପୂର୍ବରୁ ସେ T20I ର଼୍ୟାଙ୍କିଙ୍ଗରେ ୩୫ ତମ ସ୍ଥାନରେ ରହିଥିଲେ ।

ଏସିଆ କପ୍ ୨୦୨୨ ପୂର୍ବରୁ ବିରାଟ ଦୀର୍ଘ ସମୟ ଧରି ଫର୍ମରେ ନ ଥିଲେ । ତାଙ୍କ ବ୍ୟାଟରୁ ରନ୍ ଆସୁ ନ ଥିଲା । ଏହି କାରଣରୁ ଟି-୨୦ ଆନ୍ତର୍ଜାତୀୟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ବ୍ୟାଟ୍ସମ୍ୟାନ୍ ଅଗଷ୍ଟ ୨୦୨୨ ରେ ୩୫ ତମ ସ୍ଥାନକୁ ଖସି ଯାଇଥିଲେ । ଏସିଆ କପ୍ ୨୦୨୨ ରେ ବିରାଟ ଗୋଟିଏ ପରେ ଗୋଟିଏ ଛୋଟ ଇନିଂସ ଓ ଶେଷରେ ଆଫଗାନିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ସହ ଫର୍ମକୁ ଫେରିଥିଲେ ।

ଏସିଆ କପ୍ ପରଠାରୁ ବିରାଟ କ୍ରମାଗତ ଭାବରେ ରନ୍ ସ୍କୋର କରିଆସୁଛନ୍ତି । ସେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ଦୃଢ଼ ଇନିଂସକୁ ଯୋଗୁଁ ବିରାଟ ଟପ୍-୨୫ ରେ ଅନ୍ତର୍ଭୁକ୍ତ ହୋଇଥିଲେ । ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୨ ର ପ୍ରଥମ ମ୍ୟାଚରେ ସେ ପାକିସ୍ତାନ ବିପକ୍ଷରେ ୫୩ ଟି ବଲରେ ୮୨ ରନର ଚମତ୍କାର ଇନିଂସ ଖେଳି ପୁନର୍ବାର ଟପ୍-୧୦ ରେ ସ୍ଥାନ ପାଇଛନ୍ତି ।

ବିରାଟ କୋହଲି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ସେ ୧୧୦ ଟି-୨୦ ଇଣ୍ଟରନ୍ୟାସନାଲରେ ବ୍ୟାଟିଂ ହାରାହାରି ୫୧.୯୭ ରେ ୩୭୯୪ ରନ୍ କରିଛନ୍ତି । ଏହି ସମୟରେ ବିରାଟଙ୍କ ଷ୍ଟ୍ରାଇକ୍ ହାର ୧୩୮.୪୧ ରହିଛି । ବିରାଟ ଟି-୨୦ ରେ ଗୋଟିଏ ଶତକ ଓ ୩୪ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ତେବେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନାମରେ ୮୪୯ ପଏଣ୍ଟ ରହିଛି । ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ନାମରେ ୮୩୧ ପଏଣ୍ଟ ରହିଛି । ସେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଗୋଟିଏ ଅଙ୍କ ପଛକୁ ଠେଲି ଦେଇଛନ୍ତି, ଯିଏ ବର୍ତ୍ତମାନ ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ କନୱେ ଅଷ୍ଟ୍ରେଲିଆ ବିପକ୍ଷରେ ୮୯ ରନ୍ ସ୍କୋର କରିଥିଲେ । ସୁର୍ଯ୍ୟକୁମାରଙ୍କ ବ୍ୟାଟ୍ ପାକିସ୍ତାନ ବିପକ୍ଷରେ ଶାନ୍ତ ରହିଥିଲା, ଯାହା ତାଙ୍କୁ ଭାରି ପଡିଛି ।

ଏହା ବି ପଢ଼ନ୍ତୁ: T20 World Cup 2022: ଭାରତ ଠାରୁ ପରାଜୟର କଷ୍ଟକୁ ଭୁଲି ପାରୁ ନାହିଁ ପାକିସ୍ତାନ, ନେଲା ଏହି ଚରମ ନିଷ୍ପତ୍ତି