GT vs RCB: ମଉଳିଲା ବାଙ୍ଗାଲୋର ଟାଇଟଲ ଆଶା, ୬ ୱିକେଟ ବ୍ୟବଧାନରେ ଜିତିଲା ଗୁଜୁରାଟ
Advertisement
Article Detail0/zeeodisha/odisha1705573

GT vs RCB: ମଉଳିଲା ବାଙ୍ଗାଲୋର ଟାଇଟଲ ଆଶା, ୬ ୱିକେଟ ବ୍ୟବଧାନରେ ଜିତିଲା ଗୁଜୁରାଟ

GT vs RCB Match Highlights: ଗୁଜୁରାଟ ଟିମ୍ ପାଖରୁ ପରାସ୍ତ ହେବା ପରେ ବାଙ୍ଗାଲୋର ଦଳର ଆଇପିଏଲ୍ ଟାଇଟଲ୍ ହାସଲ କରିବାର ଆଶା ମଉଳିଯାଉଛି।

GT vs RCB: ମଉଳିଲା ବାଙ୍ଗାଲୋର ଟାଇଟଲ ଆଶା, ୬ ୱିକେଟ ବ୍ୟବଧାନରେ ଜିତିଲା ଗୁଜୁରାଟ

GT vs RCB Match Result: ଚଳିତ ଆଇପିଏଲ ସଂସ୍କରଣର ୭୦ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟନ୍ସ ପାଖରୁସ ୬ ୱିକେଟ ବ୍ୟବଧାନରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମେ ୨୧ ତାରିଖ ରବିବାର  ବାଙ୍ଗାଲୋରସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଥିଲା। ହେଲେ ୧୯୮ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଧାର୍ଯ୍ୟ ୨୦ ଓଭରରେ ୫ ବଲ୍ ବାକି ଥାଇ ୪ ୱିକେଟ ୧୯୮ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।  

ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୭ ରନ୍ ସ୍କୋର କରିଥିଲା। ବିରାଟ କୋହଲି ୬୧ ବଲ ଖେଳି ୧୩ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୦୧ ରନ୍ ସଂଗ୍ରହ କରିଥିଲା। କୋହଲି ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ୍ (୨୮) ଙ୍କ ସହ ୬୭ ରନର ଏକ ଓପନିଂ ଭାଗିଦାରୀ ମଧ୍ୟ କରିଥିଲେ। ଅନ୍ୟପଟେ ବ୍ରେସୱେଲ ୨୬ ରନ୍ ସ୍କୋର କରିଥିଲେ। ଗୁଜୁରାଟ ଟାଇଟନ୍ସ ପାଇଁ ନୂର ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି, ୟଶ ଦୟାଲ ଏବଂ ରସିଦ ଖାନ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। 

୧୯୮ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଶୁଭମାନ ଗିଲଙ୍କ ଅପରାଜିତ ଶତକ (୧୦୪ ରନ୍) ବଳରେ ୫ ବଲ୍ ବାକି ଥାଇ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଶୁଭମନ ଗିଲଙ୍କ ଛକା ବଳରେ ବାଙ୍ଗାଲୋର ବିପକ୍ଷ ମ୍ୟାଚ ଜିତି ନେଇଥିଲା ଗୁଜୁରାଟ। ନିଜର ଛକା ବଳରେ ୧୦୪ ରନ ସ୍କୋର କରି ଶତକ ହାସଲ କରିଥିଲେ ଶୁଭମନ ଗିଲ। ସେ ୫୨ ବଲ ଖେଳି ୫ ଚୌକା ଏବଂ ୮ ଛକା ମାରିଥିଲେ। ତାଙ୍କ ବ୍ୟତୀତ ବିଜୟ ଶଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ଶଙ୍କର ୩୫ ବଲ ଖେଳି ୭ ଚୌକା ଏବଂ ୨ ଛକା ମାରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଶୁଭମାନ ଏବଂ ଶଙ୍କର ଏକାଠି ୧୨୩ ରନ୍ ଭାଗିଦାରୀ କରିଥିଲେ।

ଗୁଜୁରାଟ ଟିମ୍ ପାଖରୁ ବାଙ୍ଗାଲୋର ପରାସ୍ତ ହେବା ପରେ ଦଳର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିବାର ଆଶା ମଉଳିଯାଉଛି। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ହୋଇଥିବା ପରାଜୟ ପରେ ଦଳ ଟାଇଟଲ ଦୌଡରୁ ବାଦ ପଡ଼ିଛି। ଅର୍ଥାତ ଫାଫ୍ ଡୁପ୍ଲେସିଙ୍କ ନେତୃତ୍ୱାଧିନ ଆରସିବି ଦଳ ୨୦୨୩ ଆଇପିଏଲ ସଂସ୍କରଣରୁ ବାଦ ପଡ଼ିଯାଇଛି। ଏହା ସହ ରୋହିତ ଶର୍ମାଙ୍କ ଅଧିନାୟକ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଯିବାର ରାସ୍ତା ସଫା ହୋଇଯାଇଛି। ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ମୁମ୍ବାଇ ପ୍ଲେ ଅଫ ଖେଳିବା ପାଇଁ ଚାରୋଟି ଦଳ ହୋଇ ସାରିଛନ୍ତି।