ବିଶ୍ବକପ ୨୦୨୩ ସେମିଫାଇନାଲ ଲିଷ୍ଟକୁ ନେଇ ରବି ଶାସ୍ତ୍ରୀ ଓ ହରଭଜନ ସିଂଙ୍କ ବଡ଼ ବୟାନ, କହିଲେ...
Advertisement
Article Detail0/zeeodisha/odisha1898022

ବିଶ୍ବକପ ୨୦୨୩ ସେମିଫାଇନାଲ ଲିଷ୍ଟକୁ ନେଇ ରବି ଶାସ୍ତ୍ରୀ ଓ ହରଭଜନ ସିଂଙ୍କ ବଡ଼ ବୟାନ, କହିଲେ...

World Cup 2023: ଆଉ ଦୁଇ ଦିନ ପରେ ଭାରତରେ ଆରମ୍ଭ ହେବାକୁ ICC ବିଶ୍ୱକପ୍ ୨୦୨୩ । ନଭେମ୍ବର ୧୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେହେ ଏହି ଟୁର୍ଣ୍ଣାମେଣ୍ଟ ସମସ୍ତ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି । 

ସୌ(ସୋସିଆଲ ମିଡିଆ)

World Cup 2023: ଆଉ ଦୁଇ ଦିନ ପରେ ଭାରତରେ ଆରମ୍ଭ ହେବ ICC ବିଶ୍ୱକପ୍ ୨୦୨୩ (ICC world cup 2023) । ନଭେମ୍ବର ୧୯ ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ସମସ୍ତ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଥିବା ଯେ, କେଉଁ ୪ଟି ଦଳର ବିଶ୍ୱକପ ସେମିଫାଇନାଲ (ICC world cup 2023 top 4 teams) ବା ଟପ୍- ୪ରେ ସାମିଲ ହେବା ନେଇ ଅଧିକ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ ପୂର୍ବାନୁମାନ କରିଛନ୍ତି ୨ ମହାନ ଖେଳାଳି ।

ଦୁଇ ଦିନ ପରେ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ (World Cup 2023) । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ମାନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିିଳିବ। ବିଶ୍ୱକପ୍‌ରେ ଭାରତ ଅନ୍ୟତମ ଶ୍ରେଷ୍ଠ ଦଳ ହୋଇଥିବା ବେଳେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ମଧ୍ୟ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ତେବେ ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ (Ravi Shastri) ଓ ପୂର୍ବତନ ବୋଲର ହରଭଜନ ସିଂଙ୍କୁ (Harbhajan Singh) ଚଳିତ ସିଜନର ଟପ୍-୪ ଟିମ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାର କିଛି ଏପରି ଉତ୍ତର ଦେଇଥିଲେ ଏହି ଦୁଇ ଖେଳାଳି ।

ଭାରତ ହେଉଛି ସବୁଠାରୁ ଶକ୍ତିଶାଳୀ ଟିମ୍

ନିକଟରେ ଟିମ୍ ଇଣ୍ତିଆ (Team India) ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ (India vs Australia series) ୨-୧ରେ ବିଜୟ ହାସଲ କରିଥିଲା । ଯାହା ଖେଳାଳିଙ୍କ ମନୋବଳକୁ ଦ୍ବିଗୁଣିତ କରିଛି । ଏଥିରୁ ସ୍ପଷ୍ଟ ଯେ, ଶ୍ରେଷ୍ଠ ୪ ଦଳ ମଧ୍ୟରେ ଭାରତ ସାମିଲ ହେବା ନେଇ ବେଶ ଅଧିକ ସମ୍ଭାବନା ରହିଛି । ଅନ୍ୟ ଦଳ ବିଷୟରେ କିଛି କୁହାଯାଇପାରିବ ନାହିଁ ।

​Also Read-ODI World Cup23: ବିଶ୍ୱକପରୁ ଆଉଟ ହେବା ପରେ ମୁହଁ ଖୋଲିଲେ ଚହଲ, କହିଲେ ମୋର…

ସେମିଫାଇନାଲ ପହଁଞ୍ଚିପାରନ୍ତି ଏହି ୪ ଟିମ୍

ନିକଟରେ କେଉଁ ୪ଟି ଦଳ ସେମିଫାଇନାଲରେ ପହଁଞ୍ଚିବେ ବୋଲି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଓ ହରଭଜନ ସିଂଙ୍କୁ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରବି ଶାସ୍ତ୍ରୀ କହିଛନ୍ତି ଯେ, ‘ସର୍ବପ୍ରଥମେ ଭାରତ ଟପ୍- ୪ରେ ସାମିଲ ହେବା ସ୍ଥିର । ଏହା ବ୍ୟତୀତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ବହୁତ ଶକ୍ତିଶାଳୀ ଦଳ ଅଟନ୍ତି । ତେଣୁ ଏହି ଦୁଇ ଦଳ ମଧ୍ଯ ଟପ୍- ୪ରେ ସାମିଲ ହୋଇପାରନ୍ତି ‘। ଯେତେବେଳେ ଶାସ୍ତ୍ରୀଙ୍କୁ ଚତୁର୍ଥ ଦଳ ବିଷୟରେ ପଚରାଗଲା, ସେ କହିଥିଲେ, ‘ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ବହୁତ ଶକ୍ତିଶାଳୀ ଦଳ ଅଟନ୍ତି । ତେଣୁ ଏହି ଦୁଇ ଦଳ ମଧ୍ୟରୁ ଯେକୌଣସି ଗୋଟିଏ ଦଳ ସୋମିଫାଇନାଲରେ ସ୍ଥାନ ପାଇବ’। ଏହା ବ୍ୟତୀତ ହରଭଜନ ସିଂ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟପ- ୪ରେ ସାମିଲ ହେବା ନେଇ କହିଛନ୍ତି। ଚତୁର୍ଥ ଦଳକୁ ନେଇ ହରଭଜନ କିଛି ନିଶ୍ଚିତ କରିନାହାଁନ୍ତି। ‘ଚତୁର୍ଥ ଦଳ ଯେକେହି ହୋଇପାରନ୍ତି ବୋଲି’ ସେ କହିଛନ୍ତି।

​Also Read-IND vs NEP: ନେପାଳ ବିପକ୍ଷରେ ବଡ଼ ରେକର୍ଡ ରଚିଲେ ଯଶସ୍ୱି, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ