ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2123622

ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଜଣ ଉଲ୍ଲେଖନୀୟ ମହିଳା ଆଥଲେଟ୍ ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଛନ୍ତି ।

ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଜଣ ଉଲ୍ଲେଖନୀୟ ମହିଳା ଆଥଲେଟ୍ ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଛନ୍ତି ।

ଓଡ଼ିଶା ଏମ୍ଏନ୍ଏସ୍ / ଇଣ୍ଡିଆ ଜିମ୍ନାଷ୍ଟିକ୍ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ଜଣେ ଦକ୍ଷ ଜିମ୍ନାଷ୍ଟ ପ୍ରଣତି ନାୟକ କାଇରୋରେ ଅନୁଷ୍ଠିତ ସମ୍ମାନଜନକ FIG ବିଶ୍ୱକପ୍ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି । ତାଙ୍କର ଅତୁଳନୀୟ ସଫଳତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ସେହିପରି ଓଡ଼ିଶା IIS ସନ୍ତରଣ ଏଚପିସିରୁ ଯାଇଥିବା ମନ୍ନତା ମିଶ୍ରଙ୍କୁ ମଧ୍ୟ ପ୍ରଥମ ବିମଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍ ୨୦୨୪ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଥିଲେ। ଏହି ବିଜୟ ମନ୍ନତଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିଲା । କାରଣ ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପଦକ ଥିଲା । ତାଙ୍କର ଏହି ସଫଳତା ଏବଂ ପ୍ରତିଭାକୁ ସ୍ୱୀକୃତି ଦେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆଗକୁ ବଢିବା ପାଇଁ ସମସ୍ତ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Also Read- Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

Also Read- ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ