Rath Yatra 2023: ଏଥର ରଥଯାତ୍ରାରେ ଗଡ଼ିବ ୨୫୦ଟି ସ୍ବତନ୍ତ୍ର ବସ୍, ଜାଣନ୍ତୁ ଭକ୍ତଙ୍କ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା
Advertisement
Article Detail0/zeeodisha/odisha1742701

Rath Yatra 2023: ଏଥର ରଥଯାତ୍ରାରେ ଗଡ଼ିବ ୨୫୦ଟି ସ୍ବତନ୍ତ୍ର ବସ୍, ଜାଣନ୍ତୁ ଭକ୍ତଙ୍କ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା

Rath Yatra 2023: ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ଓ ପୋଲିସ ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ ଚଳିତ ବର୍ଷ ରଥଯାତ୍ରାରେ ଯାତ୍ରୀଙ୍କ ଯାତାୟତ ଓ ପରିବହନ ଲାଗି ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭାଇ ଉଉଣୀକୁ ସାଙ୍ଗରେ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବାହୁଡ଼ିବେ ମହାପ୍ରଭୁ । ଏନେଇ ଚଳଞ୍ଚଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଜଗତର ନାଥ ଜଗନ୍ନାଥଙ୍କୁ ପାଖରେ ଦେଖିବା ଲାଗି ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଇତି ମଧ୍ଯରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ଓ ପୋଲିସ ପ୍ରସାଶନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେପଟେ ଚଳିତ ବର୍ଷ ରଥଯାତ୍ରାରେ ଯାତ୍ରୀଙ୍କ ଯାତାୟତ ଓ ପରିବହନ ଲାଗି ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କୋଣାର୍କ ଆଡୁ ଆସୁଥିବା ସମସ୍ତ ଗାଡ଼ି ଲାଗି ଏଠାରେ ପାର୍କିଂ ବ୍ୟବସ୍ଥା ହୋଇଛି । ତାଳବଣିଆ ପଡ଼ିଆରେ ବାରିକେଡ଼ିଂ ବ୍ୟବସ୍ଥା ସହ ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି । ସେହିଭଳି ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ି ମଙ୍ଗଳା ଘାଟ ଛକ ନିକଟରେ ପାର୍କିଂ କରାଯିବ । ଅନ୍ୟପଟେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଲତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ ହେବ । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଥି ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ଓ ମୋବାଇଲ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ପୁରୀକୁ ଯାତାୟତ କରୁଥିବା ଦୈନିକ ବସକୁ ଛାଡ଼ି ଦେଲେ ଚଳିତ ବର୍ଷ ଘୋଷଯାତ୍ରା ଲାଗି ବିଭିନ୍ନ ରୁଟ୍ ରେ ୨୫୦ଟି ସ୍ବତନ୍ତ୍ର ବସ ଚାଲିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭଡ଼ା ଓ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ଼ଙ୍କୁ ନିୟୋଜିତ କରାଯିବ। ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଲାଗି ଅସ୍ଥାୟୀ ପୋଲିସ ପୋଷ୍ଟ କରାଯାଇଛି। ସେହିପରି ଡାକବାଜି ଯନ୍ତ୍ର ସାହାଯ୍ୟରେ ବସର ଗମନାଗମନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Also Read-Rath Yatra 2023: ବଳଦେବଜୀଉଙ୍କ ପାଖରେ ପହଞ୍ଚିଲା ଶିଆଳି ଦଉଡି଼, ଜାଣନ୍ତୁ କ’ଣ ରହିଛି ଏହା ପଛର କିମ୍ବଦନ୍ତୀ!

ପ୍ରକାଶ ଥାଉ, ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଲାଗି ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ସେପଟେ ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ଦିନ ଠାରୁ ପୁରୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୮ଟି ଠିପି ବନ୍ଦ ଓ ୧୬ଟି ଟିଠି ଖୋଲା ମଦ ଦୋକାନକୁ ସିଲ୍ କରାଯିବ । ଶ୍ରୀଜିଉମାନଙ୍କ ରଥ ଗୁଣ୍ତିଚା ମନ୍ଦିରରେ ପହଁଞ୍ଚବା ପରେ ମଦ ଦୋକାନ (Liquor shop) ଖୋଲିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ବାହୁଡ଼ା ଯାତ୍ରା ଲାଗି ୨୬ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲାଯିବ । ଏହି ସମୟରେ ନିଶା ଓ ବେଆଇନ କାରବାର ଉପରେ ନଜର ରଖିବା ଲାଗି ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ (Control Room) ଖୋଲାଯାଇଛି ।

ଏହି କଣ୍ଟ୍ରୋଲ୍ ରୁମ୍ ଟି ଆସନ୍ତା ୩୦ ତାରିଖ ଯାଏଁ ଖୋଲା ରହିବ । ଏହା ସହ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନେତୃତ୍ବରେ ଗଠିତ ଦୁଇଟି ଟିମ୍ ସର୍ବଦା ପାଟ୍ରୋଲିଂ କରିବା ସହ ବେଆଇନ ମଦ, ଗଞ୍ଜେଇ, ବ୍ରାଉନସୁଗାରର କାରବାର ଉପରେ ନଜର ରଖିବେ । ୨ ଜଣ ଇନସପେକ୍ଟର, ୬ ଜଣ ଅବକାରୀ ସବଇନସପେକ୍ଟର, ୧୩ ଜଣ ଏଏସଆଇଓ ୨୯ ଜଣ କନେଷ୍ଟବଳଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ଦାୟିତ୍ବ ମିଳିଥିବା ସମସ୍ତ ଅଧିକାରୀ ଏହି କଣ୍ଟ୍ରୋଲ୍ ରୁମରେ (Control Room) ୨୪ ଘଣ୍ଟିଆ ଡ୍ୟୁଟି କରିବେ । ବିଶେଷ କରି ରାତି ସମୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଓ ରାସ୍ତାରେ ପାଟ୍ରୋଲିଂ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।