Post Office Monthly Income Scheme: ଅଧିକ ସୁଧ ଓ ଟଙ୍କା ସୁରକ୍ଷିତ ଚାହୁଁଛନ୍ତି କି ? ଖୋଲନ୍ତୁ POMISରେ ଆକାଉଣ୍ଟ
Advertisement
Article Detail0/zeeodisha/odisha1925114

Post Office Monthly Income Scheme: ଅଧିକ ସୁଧ ଓ ଟଙ୍କା ସୁରକ୍ଷିତ ଚାହୁଁଛନ୍ତି କି ? ଖୋଲନ୍ତୁ POMISରେ ଆକାଉଣ୍ଟ

  ଟଙ୍କା ସଂଚୟ କରିବା ପାଇଁ ସମସ୍ତେ ଚାହାଁନ୍ତି । ଏବଂ ସେଭିଂସ ରଖୁଥିବା ଟଙ୍କାକୁ ସୁରକ୍ଷିତ ଏବଂ ଦ୍ବିଗୁଣ କରିବା ପାଇଁ ଚେଷ୍ଟା କରନ୍ତି । ଆମେ ଆପଣଙ୍କୁ ଆଜି ଏମିତି ଏକ ସ୍କିମ୍ ବିଷୟରେ କହିବୁ ଯାହାଦ୍ବାରା ଆପଣ ସେଭିଂ ଟଙ୍କାରୁ ଭଲ ଲାଭ ପାଇବେ । ମାନେ ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ସୁଧ ମିଳିବ ଆପଣଙ୍କୁ । ଏହି

SOCIAL MEDIA

Post Office Monthly Income Scheme: 

ଟଙ୍କା ସଂଚୟ କରିବା ପାଇଁ ସମସ୍ତେ ଚାହାଁନ୍ତି । ଏବଂ ସେଭିଂସ ରଖୁଥିବା ଟଙ୍କାକୁ ସୁରକ୍ଷିତ ଏବଂ ଦ୍ବିଗୁଣ କରିବା ପାଇଁ ଚେଷ୍ଟା କରନ୍ତି । ଆମେ ଆପଣଙ୍କୁ ଆଜି ଏମିତି ଏକ ସ୍କିମ୍ ବିଷୟରେ କହିବୁ ଯାହାଦ୍ବାରା ଆପଣ ସେଭିଂ ଟଙ୍କାରୁ ଭଲ ଲାଭ ପାଇବେ । ମାନେ ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ସୁଧ ମିଳିବ ଆପଣଙ୍କୁ । ଏହି ସ୍କିମ୍ ମାଧ୍ୟମରେ ଆପଣ ସିଙ୍ଗଲ କିମ୍ବା ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ଆସନ୍ତୁ ଜାଣିବା ସେ ସ୍କିମ କଣ ।

ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରରୁ କିଛି ସେଭିଂସ କରନ୍ତି । ଆଉ ଏମିତି ଜାଗାରେ ଇନଭେଷ୍ଟ କରନ୍ତି ଯେଉଁଠି ଭବିଷ୍ୟତରେ ମୋଟା ଅଙ୍କର ଫାଇଦା ମିଳିବ । ଆଶା ରୁହେ କି ଯେମିତି ରିଟାୟାରମେଣ୍ଟ ପରେ ନିୟମିତ ବ୍ୟବସ୍ଥା ହୋଇଯିବ । ଖାସ ଏହି କାରଣରୁ ପୋଷ୍ଟ ଅଫିସର ସେଭିଂସ ସ୍କିମ ଲୋକପ୍ରିୟ ଅଟେ । ଏଥିରେ ଥିବା Post Office Monthly Income Schemeରେ ନିବେଶ କରିବା ଦ୍ବାରା ଆପଣ ପ୍ରତ୍ୟେକ ମାସରେ ୯ ହଜାର ଆୟ କରି ପାରିବେ ।

ସୁରକ୍ଷିତ ନିବେଶ ପାଇଁ ପୋଷ୍ଟ ଅଫିସ ସ୍କିମ୍

ଭାରତରେ ଟଙ୍କାକୁ ସୁରକ୍ଷିତ ଭାବେ ନିବେଶ କରିବା ମାମଲାରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପୋଷ୍ଟ ଅଫିସ୍ ସ୍କିମ୍ । ଏହାସହ ଏଠାରେ ମଧ୍ୟ ସମସ୍ତ ବୟସର ଲୋକଙ୍କ ପାଇଁ  ଯୋଜନା ଉପଲବ୍ଧ ରହିଛି । ମାନେ ପିଲାଠୁ ବୁଢ଼ା ସମସ୍ତଙ୍କ ପାଇଁ ଏଠି କିଛି ନା କିଛି ସ୍କିମ୍ ରହିଛି । ସୁଧ ବାବଦରେ ମଧ୍ୟ ଏହା ଅନ୍ୟ କୌଣସି ସ୍କିମ ଠାରୁ କମ୍ ନୁହେଁ । ଆସନ୍ତୁ ଏବେ ଜାଣିବା ପୋଷ୍ଟ ଅଫିସର ମାସିକ ସ୍କିମ ବାବଦରେ । ଏହା ସବୁଠୁ ଭଲ ବିକଳ୍ପ । ଏହି ସ୍କିମରେ ନିବେଶ କରିବା ପରେ ଆପଣଙ୍କୁ ପ୍ରତ୍ୟେକ ମାସରେ ଫିକ୍ସଡ୍ ଆୟ ହେବ । ଏବଂ ଆପଣଙ୍କ ଟଙ୍କା ମଧ୍ୟ ସଂପୁର୍ଣ୍ଣ ସୁରକ୍ଷିତ ରହିବ ।

୫ ବର୍ଷ ପାଇଁ ନିବେଶ କରିବାକୁ ପଡ଼ିବ

ଏହି ସ୍କିମରେ ଟଙ୍କା କେବଳ ସୁରକ୍ଷିତ ରହିବନି । ବ୍ୟାଙ୍କ ଅପେକ୍ଷା ଏଥିରେ ଅଧିକ ସୁଧ ଆସିବ । ଯଦି ୫ ବର୍ଷ ପାଇଁ ଆପଣ ଏଥିରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଅଧିକ ଲାଭଦାୟକ ହେବ । ଆପଣ ଏଥିରେ ସିଙ୍ଗଲ ଆକାଉଣ୍ଟ ମାଧ୍ୟମରେ ଅତିକମରେ ୧ହଜାରରୁ ୯ଲକ୍ଷ ପର୍ଯ୍ୟନ୍ତ ଇନଭେଷ୍ଟ କରି ପାରିବେ । ଆଉ ଯଦି ଜଏଣ୍ଟ ଆକାଉଣ୍ଟ ଖୋଲୁଛନ୍ତି ତାହେଲେ ଏଥିରେ ୧୫ ଲକ୍ଷ ପର୍ଯ୍ୟନ୍ତ ଉନଭେଷ୍ଟ କରି ପାରିବେ । ଜଏଣ୍ଟ ଆକାଉଣ୍ଟରେ ଅତି ବେଶିରେ ତିନି ଜଣ ଇନଭେଷ୍ଟ କରିପାରିବେ ।

ଇନଭେଷ୍ଟ କଲେ ମିଳିବ ଏତିକି ସୁଧ

ଭାରତ ସରକାରଙ୍କ ତରଫରୁ ବର୍ତ୍ତମାନ ଏହି ସ୍କିମରେ ବାର୍ଷିକ ୭.୪ ପ୍ରତିଶତ ସୁଧ ମିଳୁଛି । ସ୍କିମ ଜରିଆରେ ବାର୍ଷିକ ସୁଧ ମିଳିଥାଏ । ଏବଂ ଏହାକୁ ୧୨ ମାସରେ ଭାଗ କରିବା ପରେ ପ୍ରତ୍ୟକ ମାସରେ ଟଙ୍କା ଆସିଥାଏ । ଯଦି ଆପଣ ମାସକୁ ମାସ ଟଙ୍କା ନଉଠାଉଛନ୍ତି ତାହେଲେ ତାହା ଆପଣଙ୍କ ମୂଳଧନ ସହ ମିଶି ରୁହେ । ଏବଂ ସେଥିରୁ ମଧ୍ୟ ସୁଧ ଆସେ ।

ପ୍ରତ୍ୟେକ ମାସରେ ମିଳିବ ୯ହଜାରରୁ ଅଧିକ

ଯଦି ଆପଣ ମାସକୁ ୯ ହଜାରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ୧୫ ଲକ୍ଷ ଜମା କରିବାକୁ ହେବ । ଯାହା ଦ୍ବାରା ଆପଣଙ୍କୁ ୭.୪ପ୍ରତିଶତ ସୁଧ ମିଳିବ । ଯାହା ପାଖାପାଖି ୧ ଲକ୍ଷ ୧୧ ହଜାର ହେବ  । ଆଉ ଯଦି ଏହାକୁ ଭାଗ କରାଯାଏ ତାହେଲେ ମାସକୁ ୯ହଜାର ୨୫୦ ଟଙ୍କା ମିଳିବ । ଆଉ ଯଦି ସିଙ୍ଗଲ ଆକାଉଣ୍ଟ ମାଧ୍ୟମରେ ୯ ଲକ୍ଷ ଇନଭେଷ୍ଟ କରିବେ ତାହେଲେ ବର୍ଷକୁ ୬୬ ହଜାର ୬୦୦ ସୁଧ ଆସିବ । ମାନେ ମାସକୁ ୫ ହଜାର ୫୫୦ ଟଙ୍କା ଆୟ ହେବ ।

କେଉଁଠି ଖୋଲିବେ POMIS ଆକାଊଣ୍ଟ

ପୋଷ୍ଟ ଅଫିସରେ ଅନ୍ୟ ଆକାଉଣ୍ଟ ଖୋଲିବା ଭଳି ମଧ୍ୟ ଏହି ଆକାଉଣ୍ଟ ଖୋଲିବା ସହଜ । ଆପଣ ଆପଣଙ୍କ ପାଖରେ ଥିବା ପୋଷ୍ଟ ଅଫିସକୁ ଯାଇ ଖାତା ଖୋଲି ପାରିବ । ଏଥିପାଇଁ ଏକ ଫର୍ମ ଭରିବାକୁ ପଡ଼ିବ । ଫର୍ମ ସହିତ ଜମା କରିବାକୁ ଥିବା ଟଙ୍କା ମଧ୍ୟ ଦେବାକୁ ହେବ । ଏବଂ ଆକାଉଣ୍ଟ ଖୋଲିବା ପାଇଁ ହେଲେ ଆପଣଙ୍କୁ ପାନ କାର୍ଡ଼ ଏବଂ ଆଧାର କାର୍ଡ଼ ଦେବା ଜରୁରୀ ।