Odisha News :ପ୍ରଚାର ତାଲିକାରେ ଏହି ସବୁ ଷ୍ଟାରଙ୍କୁ ମିଳିଲାନି ସ୍ଥାନ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ
Advertisement
Article Detail0/zeeodisha/odisha2218144

Odisha News :ପ୍ରଚାର ତାଲିକାରେ ଏହି ସବୁ ଷ୍ଟାରଙ୍କୁ ମିଳିଲାନି ସ୍ଥାନ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ

ଏହି ପ୍ରଚାର ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବା ବେଳେ ହେବିୱେଟ ନେତାଙ୍କ ମଧ୍ୟରେ ଜଗତପ୍ରକାଶ ନଡ୍ଡା, ରାଜନାଥ ସିଂହ, ଅମିତ ସିଂହ, ନୀତିନ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ରହିଛି। 

Odisha News :ପ୍ରଚାର ତାଲିକାରେ ଏହି ସବୁ ଷ୍ଟାରଙ୍କୁ ମିଳିଲାନି ସ୍ଥାନ, ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ

Odisha News : ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ତେବେ ସବୁଠାରୁ ବଡ଼ କଥା ଦଳ ବଦଳାଇ ବିଜେପିରେ ସାମିଲ ହୋଇଥିବା ଜଣାଶୁଣା ଅଭିନେତାରୁ ନେତା ପାଲଟିଥିବା ଷ୍ଟାରମାନଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ। ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍ ଷ୍ଟାରଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି, ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି ।

ତାଲିକାରୁ ବାଦ ପଡ଼ିଥିବା ନେତାଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି। ସେହିପରି କୋରେଇରୁ ଆକାଶଦାସ ନାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଦୁଇ ନେତା ନିକଟରେ ବିଜେଡିକୁ ବାଏ ବାଏ କହିବା ସହିତ ପଦ୍ମ ଶିବିରରେ ସାମିଲ ହେଇଥିଲେ। ଆଉ ଦଳ ତାଙ୍କୁ ନିର୍ବାଚନ ପାଇଁ ଟିକେଟ୍ ବି ଦେଇଥିଲା। ହେଲେ ଏହାପରେ ବି, ଦଳ ଏମାନଙ୍କୁ କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି।

 

ସେହିପରି ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟଙ୍କୁ ମଧ୍ୟ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନାହାନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ କୌଣସି ଆସନରୁ ନିର୍ବାଚନ ଟିକେଟ୍ ମଧ୍ୟ ଦେଇନି ବିଜେପି । ଏବେ ବି ବିଜେପିରେ ଅରିନ୍ଦମଙ୍କ ଟିକେଟ୍ ଆଶା, ଆଶଙ୍କାରେ ରହିଥିବାବେଳେ, ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ନକରାଯିବା ଚର୍ଚ୍ଚା ବଢାଇଛି । କେବଳ ଅନୁଭବ ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ଏବଂ ହରିହର ମହାପାତ୍ରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । 

ଏହି ପ୍ରଚାର ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବା ବେଳେ ହେବିୱେଟ ନେତାଙ୍କ ମଧ୍ୟରେ ଜଗତପ୍ରକାଶ ନଡ୍ଡା, ରାଜନାଥ ସିଂହ, ଅମିତ ସିଂହ, ନୀତିନ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ରହିଛି।