Padmapur Bypoll: କମିଲା ପଦ୍ମପୁର ଉପନିର୍ବାଚନ ମତଦାନ ସମୟ
Advertisement
Article Detail0/zeeodisha/odisha1440692

Padmapur Bypoll: କମିଲା ପଦ୍ମପୁର ଉପନିର୍ବାଚନ ମତଦାନ ସମୟ

Padmapur Bypoll: ପଦ୍ମପୁର ଉପ ନିର୍ବାଚନ ମତଦାନ ପାଇଁ ବଦଳିଲା ସମୟ ନିୟମ । 2 ଘଣ୍ଟା କମିଲା ମତଦାନ ସମୟ । 7 ଟାରୁ 4 ଟା ଯାଏଁ ହେବ ମତଦାନ ହେବ।

Padmapur Bypoll: କମିଲା ପଦ୍ମପୁର ଉପନିର୍ବାଚନ ମତଦାନ ସମୟ
Padmapur Bypoll, ବରଗଡ: ପଦ୍ମପୁର ଉପନିର୍ବାଚନ ମତଦାନ ପାଇଁ ସମୟରେ ପରିବର୍ତ୍ତନ ହୋଇଛି। ଶୀତ ଓ ମାଓବାଦୀଙ୍କ ପାଇଁ ମତଦାନ ସମୟ ଦୁଇ ଘଣ୍ଟା କମ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟିଂ ସରିବ। ଏନେଇ ସୋମବାର ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। 
 
ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏହି ଉପନିର୍ବାଚନରେ ଶୀତ ଓ ମାଓବାଦୀ ବାଧକ ସାଜିଛନ୍ତି। ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସକାଳେ ଘନ କୁହୁଡି ପଡୁଥିବା ବେଳେ ତାହା ଅନେକ ସମୟ ପର୍ଯ୍ୟନ୍ତ ରହୁଛି। ଏହା ସହ ବରଗଡର ପଦ୍ମପୁର ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ରହିଛି। ଯାହାକୁ ଦୃଷ୍ଟିରେ ରଖି ମତଦାନ ସମୟକୁ ଦୁଇ ଘଣ୍ଟା ହ୍ରାସ କରାଯାଇଛି।
 
 
ଶୀତଦିନେ ସାଧାରଣତଃ ଦିନ ଛୋଟ ଓ ରାତି ବଡ ହୋଇଥାଏ। ପଦ୍ମପୁର ଭୋଟରଙ୍କ ପାଇଁ ଉଭୟ ଶୀତ ଓ ମାଓବାଦୀ ଅଡୁଆ ବଢାଇଛନ୍ତି। ସନ୍ଧ୍ୟା ହେଲେ ଶୀତର ପ୍ରକୋପ ଓ ମାଓ ହମଲା ଆଶଙ୍କା ବୃଦ୍ଧି ପାଏ। ପୂର୍ବରୁ ପଦ୍ମପୁରରେ ଭୋଟିଂ ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଥିଲା। ଏବେ ସେଥିରେ ଦୁଇ ଘଣ୍ଟା ହ୍ରାସ କରାଯାଇଛି। ଏବେ ନିର୍ବାଚନ କମିଶନର ନୂଆ ଗାଇଡଲାଇନ ଅନୁସାରେ, ପୂର୍ବପରି ସକାଳ ୭ଟାରେ ମତଦାନ ଆରମ୍ଭ ହେବ କିନ୍ତୁ ତାହା ଅପରାହ୍ନ ୪ଟାରେ ଶେଷ ହେବ।
 
ସୂଚନାଯୋଗ୍ୟ, ନଭେମ୍ବର ୧୪ ଠାରୁ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୂରହିତ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ସେ ବାଟରୁ ଫେରି ଆସିଛନ୍ତି। ମଧ୍ୟାହ୍ନରେ ଏକ ବିଶାଳ ରାଲି କରି ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା। ଏହି ସମୟରେ ରାଜ୍ୟ ବିଜେପି ମୁଖିଆ ସମୀର ମହାନ୍ତି ମଧ୍ୟ ଉପସ୍ଥିତ ରହିଥାନ୍ତେ। କିନ୍ତୁ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରିଆସିଛନ୍ତି।