Odisha Election 2024: 'ତୃଟିପୂର୍ଣ୍ଣ ୧୫୩ଟି ଇଭିଏମ ବଦଳାଯାଇଛି'
Advertisement
Article Detail0/zeeodisha/odisha2246013

Odisha Election 2024: 'ତୃଟିପୂର୍ଣ୍ଣ ୧୫୩ଟି ଇଭିଏମ ବଦଳାଯାଇଛି'

Odisha Election 2024: ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଛି । 

Odisha Election 2024: 'ତୃଟିପୂର୍ଣ୍ଣ ୧୫୩ଟି ଇଭିଏମ ବଦଳାଯାଇଛି'

Odisha Election 2024: ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଛି । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ।  ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ୧୩.୧୨ ପ୍ରତିଶତ ଭୋଟ୍ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ ପ୍ରତିଶତ ମତଦାନ ହୋଇଛି। ଏହା ସହ ଗଜପତିରେ ୧୦.୨ପ୍ରତିଶତ, ମାଲକାନଗିରିରେ ୯.୧୫ ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ,  ନବରଙ୍ଗପୁରରେ  ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ପ୍ରତିଶତ ଏବଂ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି।

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ,  ଆଜି ଦିନର ଥିମ୍ ରହିବ ଭୋଟ୍ ଦେଉଛି ଓଡି଼ଶା। ୭୩୦୩ ବୁଥରେ ମତଦାତା ଭୋଟ ଦେଉଛନ୍ତି । ଭୋର ସାଢେ ୫ଟା ମକ୍‌ ପୋଲ ହୋଇଛି । ମକ୍‌ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଏବଂ ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ୍  । ତୃଟିପୂର୍ଣ୍ଣ ୧୫୩ଟି ଇଭିଏମ ବଦଳାଯାଇଛି। ବିଶେଷକରି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ, ବିଚ୍ଛିନ୍ନାଞ୍ଚଳରେ ମତଦାନ ନେଇ ଖୁସି ପ୍ରକଟ କରିଛନ୍ତି ସିଇଓ। ୨୦୧୯ରେ ୨୩ଟା ବୁଥ୍‌ ଲୋକେ ବିଏସଏଫ୍ କ୍ୟାମ୍ପ୍‌ରେ ଭୋଟ ଦେଇଥିଲେ। ମାତ୍ର ଏଥର ସେମାନେ ନିଜ ଗାଁରେ ଭୋଟ୍‌ ଦେଉଛନ୍ତି। ଗତ ଥର ୧୦ଟି ବୁଥ୍‌ରେ କେହି ଭୋଟ ଦେଇ ନ ଥିଲେ । ମାତ୍ର ଏଥର ସେହି ୧୦ ବୁଥ୍‌ରେ ମତଦାନ ଚାଲିଛି। ସେପଟେ ରାଜ୍ୟରେ ଶାନ୍ତି ଶୃଙ୍ଖଳାରେ ଭୋଟ ଚାଲିଛି ବୋଲି କହିଛନ୍ତି ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର। ସେ କହିଛନ୍ତି ଯେ,ନକ୍ସଲ ଅଞ୍ଚଳରେ କୌଣସି ସମସ୍ୟା ଦେଖାଦେଇ ନାହିଁ। ମୋବାଇଲ୍ ପାଟ୍ରୋଲିଂ ଠିକ୍ ଠାକ୍ ଚାଲିଛି। ଭୋଟର ମାନେ ନିର୍ଭୟରେ ଭୋଟ୍ ଦିଅନ୍ତୁ।