Odisha Election 2024 : ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ସାଇବର ଥାନାରେ ଏତଲା
Advertisement
Article Detail0/zeeodisha/odisha2229477

Odisha Election 2024 : ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ସାଇବର ଥାନାରେ ଏତଲା

VK Pandian : ନବରଙ୍ଗପୁର ପ୍ରଚାର ସଭାରେ ଗୃହମନ୍ତ୍ରୀଙ୍କ ଫେକ୍‍ ଭିଡିଓ ପ୍ରସାର ମାମଲାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାଇବର ଥାନାରେ ଏତଲା ଦାଏର କରାଯାଇଛି। ପଢନ୍ତୁ ପୂରା ଖବର...

ସୌଜନ୍ୟ-ସୋସିଆଲ୍ ମିଡିଆ

VK Pandian(ଭୁବନେଶ୍ୱର) : ନବରଙ୍ଗପୁର ପ୍ରଚାର ସଭାରେ ଗୃହମନ୍ତ୍ରୀଙ୍କ ଫେକ୍‍ ଭିଡିଓ ପ୍ରସାର ମାମଲାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାଇବର ଥାନାରେ ଏତଲା ଦାଏର କରାଯାଇଛି। ଏହି ଫେକ୍‍ ଭିଡିଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରସାର କରିଛନ୍ତି କିନ୍ତୁ ବିଜେଡିର ଦ୍ୱିତୀୟ ସର୍ବୋଚ୍ଚ ନେତା ଭିକେ ପାଣ୍ଡିଆନ୍‍ଙ୍କ ନିର୍ଦ୍ଦେଶରେ ଏହାର ପ୍ରସାର ହୋଇଛି ବୋଲି କହିଛି ବିଜେପି। ଏଣୁ ତାହାଙ୍କୁ ଗିରଫ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରାଯାଇଛି। 

ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ସାଇବର ଥାନାରେ ଏହି ଏତଲା ଦାଏର କରାଯାଇଛି। ଯେଉଁ ଭିଡିଓ କଥା ଏଠାରେ ସୂଚନା ଦିଆଯାଇଛି । ସେ ବିଷୟରେ କୁହାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦ୍‍ନାମ କରିବାକୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହାକୁ ପ୍ରଥମେ କଂଗ୍ରେସ ବ୍ୟବହାର କରୁଥିଲା। କିନ୍ତୁ  କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ଏବେ ଏହାକୁ ପ୍ରସାର କରୁଛନ୍ତି। ଏଥିରେ ଗୃହମନ୍ତ୍ରୀ ଗର୍ଜ୍ଜନ କରି ଆରକ୍ଷଣ ହଟାଇବାକୁ କହୁଥିବା ଶ୍ରୀ ମାଝି କହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି। ଏହାଦ୍ୱାରା ସରଳ ଆଦିବାସୀଙ୍କୁ ଉସ୍‍କାଇ ଶ୍ରୀ ମାଝି ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।