Electoral Bond: ପରିବେଶ ମଞ୍ଜୁରୀ ଅପେକ୍ଷାରେ ଥିବା ଖଣି ଓ ଇସ୍ପାତ କମ୍ପାନୀଙ୍କ ଦ୍ୱାରା ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କ୍ରୟ
Advertisement
Article Detail0/zeeodisha/odisha2158106

Electoral Bond: ପରିବେଶ ମଞ୍ଜୁରୀ ଅପେକ୍ଷାରେ ଥିବା ଖଣି ଓ ଇସ୍ପାତ କମ୍ପାନୀଙ୍କ ଦ୍ୱାରା ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କ୍ରୟ

ରୁଙ୍ଗଟା, ଜେଏସ୍‍ପିଏଲ୍‍, ବେଦାନ୍ତ, ଏସେଲ ମାଇନିଂ ପାଇଁ ସହାୟକ ହୋଇଛି ଇଲେକ୍ଟୋରାଲ୍‍ ବଣ୍ଡ!

Electoral Bond: ପରିବେଶ ମଞ୍ଜୁରୀ ଅପେକ୍ଷାରେ ଥିବା ଖଣି ଓ ଇସ୍ପାତ କମ୍ପାନୀଙ୍କ ଦ୍ୱାରା ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କ୍ରୟ

Electoral Bond: ଭୁବନେଶ୍ୱର: ବିଭିନ୍ନ ରାଜନୀତିକ ପାର୍ଟିଙ୍କୁ ପାଣ୍ଠି ପ୍ରଦାନ ଲାଗି ୨୦୧୯ରରୁ ଆରମ୍ଭ ହୋଇଥିବା ନିର୍ବାଚନୀ ବଣ୍ଡ ଦେଶର ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବିଭିନ୍ନ ସରକାରୀ ମଞ୍ଜୁରୀ, ଏବଂ ବେଆଇନ ଅର୍ଥ ଆଦାନ ପ୍ରଦାନରେ ଫସିଥିବା କମ୍ପାନୀଙ୍କ ଲାଗି ରାଜନୀତିକ ଦଳଙ୍କୁ ପାଣ୍ଠି ପ୍ରଦାନ କରିବାରେ ସିହାୟକ ହୋଇଛି। ଷ୍ଟାଟ୍‍ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ବଣ୍ଡ ସୂଚନାକୁ ଆଧାର କଲେ ଏହା ସ୍ପଷ୍ଟ ହେଉଛି। ଏହି ତଥ୍ୟ କହୁଛି ଯେ, ବିଭିନ୍ନ ଅଞ୍ଚଳରେ ଖଣିଜ ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଆବଶ୍ୟକ କରୁଥିବା କମ୍ପାୀସବୁ ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି। ଏହି କମ୍ପାନୀଗୁଡ଼ିକ ଭିତରେ ଓଡ଼ିଶାରେ ଖଣିଜ ଉତ୍ତୋଳନ କରୁଥିବା ଜିନ୍ଦଲ ଷ୍ଟିଲ୍‍ ଓ ପାଓ୍ୱାର ପ୍ରାଇଭେଟ୍‍ ଲିମିଟେଡ୍‍ ସମେତ ବେଦାନ୍ତ, ରୁଙ୍ଗଟା ଏବଂ ଏସେଲ୍‍ ମାଇନିଂ ଭଳି ଖଣିଜ ଉତ୍ତୋଳନ କମ୍ପାନୀ ସାମିଲ୍‍ ରହିଛନ୍ତି। 

ସୂଚନା ଅନୁସାରେ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ୧୦୦ କୋଟି ଟଙ୍କାର ଇଲେକ୍ଟୋରାଲ୍‍ ବଣ୍ଡ କିଣିଛନ୍ତି। ସେହିପରି ବେଦାନ୍ତ ଲିମିଟେଡ୍‍ ୩୭୬ କୋଟି, ଏସେଲ୍‍ ମାଇନିଂ ବା ଇଏମ୍‍ଆଇଏଲ୍‍ ୨୨୪.୫ କୋଟି ଏବଂ ଜେଏସ୍‍ପିଏଲ୍‍ ୧୨୩ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣି ବିଭିନ୍ନ ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇଛନ୍ତି। 

ବେଦାନ୍ତ ଲିମିଟେଡ୍‍ ଓଡ଼ିଶାରେ ଆଲୁମିନିୟମ୍‍, ତାପଜ ବିଦ୍ୟୁତ୍‍ କାରଖାନା ସମେତ ବିଭିନ୍ନ ପଅ୍ରକଳ୍ପରେ ନିବେଶ କରିଛି। ପୁରୀ ଅଞ୍ଚଳରେ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରସ୍ତାବିତ ନିର୍ମାଣକୁ ନେଇ ସମ୍ପୂର୍ଣ୍ଣ ସରକାରୀ କଳ ଅନେକଥରାଣ୍ଠି ଯୋଗାଇଛି।  ସମାଲୋଚନାର ଶିକାର ହୋଇଛି। ଜେଏସ୍‍ପିଏଲ୍‍ ଓଡ଼ିଶାରେ ଖଣି ଓ ଇସ୍ପାତ କାରବାରରେ ଅନେକ ବର୍ତଷ ହେଲା ଲିପ୍ତ ରହି ଆସିଛି। ଏହଚି କମ୍ପାନୀ ଅକ୍ଟୋବର ୨୦୨୨ରୁ ନଭେମ୍ବର ୨୦୨୩ ମଧ୍ୟରେ ନିର୍ବାଚନ ବଣ୍ଡ କିଣି ବିଭିନ୍ନ  ରାଜନୀତିକ ଦଳକୁ  ପାଣ୍ଠି ଯୋଗାଇଛି। 

ଇଏମ୍‍ଆଇଏଲ୍‍ ବା ଏସେଲ୍‍ ମାଇନିଂ ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ କମ୍ପାନୀ। ଏହା ରାଜ୍ୟରେ ଇସ୍ତାତ ଶିଳ୍ପରେ ନିବେଶ କରିଛି। ଏହା ସହ କୋଇଲା କାରବାରରେ ମଧ୍ୟ ଏହି କମ୍ପାନୀ ପ୍ରବେଶ କରିଛି।  ୨୦୧୯ରୁ ୨୦୨୨ ମଧ୍ୟରେ ଏହି କମ୍ପାନୀ ୨୨୪ କୋଟି ଟଙ୍କାର ଇଲେକ୍ଟୋରାଲ୍‍ ବଣ୍ଡ କିଣିଛି। 
ସେହିପରି  ସର୍ବାଧିକ ମୂଲ୍ୟର ଇଲେକ୍ଟୋରାଲ୍‍ ବଣ୍ଡ କିଣିଥିବା ଶୀର୍ଷ ୫ କମ୍ପାନୀ ଭିତରେ ଥିବା ତିନି କମ୍ପାନୀଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ପକ୍ଷରୁ ବେଆଇନ ଅର୍ଥ ନେଣଦେଣ ମାମଲାରେ ତଦନ୍ତ ଚାଲିଛି। ସର୍ବାଧିକ ମୂଲ୍ୟର ଇଲେକ୍ଟୋରାଲ୍‍ ବଣ୍ଡ କିଣିଥିବା ଲଟେରି କମ୍ପାନୀ ଫ୍ୟୁଚର ଗେମିଂ  ଆଣ୍ଡ ହୋଟେଲ୍‍ସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ନାଁରେ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସତର୍କତା ନୋଟିସ୍‍ ଜାରି ହୋଇଛି। ୨୦୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଥିଲା। ୨୦୨୨ ମସିହାରେ ଏହି କମ୍ପାନୀର ୪୦୯ କୋଟି ଟଙ୍କାର ସମ୍ପତ୍ତି ଇଡି ମାମଲାରେ ସଂଲଗ୍ନ କରିଥିଲା। ଏହି କମ୍ପାନୀ ୧୩୦୦ କୋଟି ଟଙ୍କାର ଇଲେକ୍ଟୋରାଲ୍‍ ବଣ୍ଡ କିଣିଥିବା ଦର୍ଶାଯାଇଛି। 

ସେହିପରି ହାଇଦ୍ରାବାଦ ଭିତ୍ତିକ ଭିତ୍ତିଭୂମି ନିର୍ବାଣ କମ୍ପାନୀ ମେଘା ଇଞ୍ଜିନିୟରିଂ ଓ ଇନ୍‍ଫ୍ରାଷ୍ଟକ୍ଚର ୧୦୦୦ କୋଟି ଯଙ୍କାର ଇଲେକ୍ଟୋରାଲ୍‍ ବଣ୍ଡ କିଣିଛି। ଏହି କମ୍ପାନୀ ବିରୁଦ୍ଧରେ ଅନେକଥର ଇଡି ଓ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ସମ୍ପତ୍ତ ଜବତ କରାଯାଇଛି। ଏହା ପଛକୁ ରହିଛି ବେଦାନ୍ତ। ଏହି କମ୍ପାନୀ ଚୀନ ନାଗରିକଙ୍କୁ ଭିସା ଦେବା ମାମଲା ସାମ୍ନାକୁ ଆସିଥିଲା। ଇଡି ଏହାର ତଦନ୍ତ କରିଥିଲା। ଏହାପରେ ବେଆଇନ ଅର୍ଥ ନେଣ ଦେଣ ମାମଲାକୁ ନେଇ ତଦନ୍ତ ହୋଇଛି। କମ୍ପାନୀ ସମୁଦାୟ ୩୭୬ କୋଟି ଟଙ୍କାର ବଣ୍ଡ କିଣି ବିଭିନ୍ନ ରାଜନୀତିକ ଦଳଙ୍କୁ ସହାୟତା କରିଥିବା ଅଭିଯୋଗ ହୋଇଛି।

ଆସନ୍ତୁ ନଜର କେଉଁ କମ୍ପାନୀ କେତେ ଚାନ୍ଦା ଦେଇଛି
ଫ୍ୟୁଚର ଗେମିଂ ଏବଂ ହୋଟେଲ ସର୍ଭିସେସ : ୧୩୬୮ କୋଟି ଟଙ୍କା
ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ : ୯୬୬ କୋଟି ଟଙ୍କା
କ୍ୱିକ ସପ୍ଲାଇ ଚେନ ପ୍ରାଇଭେଟ ଲିମିଟେଡ୍ : ୪୧୦ କୋଟି ଟଙ୍କା
ବେଦାନ୍ତ ଲିମିଟେଡ୍ : ୪୦୦ କୋଟି ଟଙ୍କା
ହାଲଦିଆ ଏନର୍ଜି ଲିମିଟେଡ୍ : ୩୭୭ କୋଟି ଟଙ୍କା
ଭାରତୀ ଗ୍ରୁପ୍ - ୨୪୭ କୋଟି ଟଙ୍କା
ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ : ୨୨୪ କୋଟି ଟଙ୍କା
ୱେଷ୍ଟର୍ଣ୍ଣ ୟୁପି ବିଦ୍ୟୁତ୍ ପରିବହନ : ୨୨୦ କୋଟି ଟଙ୍କା
କେୱେଣ୍ଟର୍ ଫୁଡ୍ ପାର୍କ ଇନଫ୍ରା ଲିମିଟେଡ୍ : ୧୯୪ କୋଟି ଟଙ୍କା
ମଦନଲାଲ ଲିମିଟେଡ୍ : ୧୮୫ କୋଟି ଟଙ୍କା
DLF ଗ୍ରୁପ୍ : ୧୭୦ କୋଟି ଟଙ୍କା
ଯଶୋଦା ସୁପର ସ୍ପେସିଆଲିଟି ହସ୍ପିଟାଲ : ୧୬୨ କୋଟି ଟଙ୍କା
ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ : ୧୪୫.୩ କୋଟି ଟଙ୍କା
ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ : ୧୨୩ କୋଟି ଟଙ୍କା
ବିର୍ଲା କାର୍ବନ ଇଣ୍ଡିଆ : ୧୦୫ କୋଟି ଟଙ୍କା
ରୁଙ୍ଗଟା ସନ୍ସ : ୧୦୦ କୋଟି ଟଙ୍କା
ଡ. ରେଡ୍ଡୀ : ୮୦କୋଟି ଟଙ୍କା
ପିରାମଲ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ : ୬୦ କୋଟି ଟଙ୍କା
ନବଯୁଗ ଇଞ୍ଜିନିୟରିଂ : ୫୫ କୋଟି ଟଙ୍କା
ଶିରିଡ଼ି ସାଇ ଇଲେକ୍ଟ୍ରିକାଲ୍ସ : ୪୦ କୋଟି ଟଙ୍କା 
ଏଡେଲୱାଇସ୍ ଗ୍ରୁପ୍ : ୪୦ କୋଟି ଟଙ୍କା
ସିପଲା ଲିମିଟେଡ୍ : ୩୯.୨ କୋଟି ଟଙ୍କା
ଲକ୍ଷ୍ମୀ ନିୱାସ ମିତ୍ତଲ : ୩୫ କୋଟି ଟଙ୍କା
ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ : ୩୩ କୋଟି ଟଙ୍କା
ଜିନ୍ଦଲ ଷ୍ଟେନଲେସ୍ : ୩୦ କୋଟି ଟଙ୍କା
ବଜାଜ ଅଟୋ : ୨୫ କୋଟି ଟଙ୍କା
ସନ୍ ଫାର୍ମା ଲାବୋରେଟୋରୀ : ୨୫ କୋଟି ଟଙ୍କା
ମ୍ୟାନକାଇଣ୍ଡ ଫାର୍ମା : ୨୪ କୋଟି ଟଙ୍କା
ବଜାଜ ଫାଇନାନ୍ସ : ୨୦ କୋଟି ଟଙ୍କା
ମାରୁତି ସୁଜୁକି ଭାରତ : ୨୦ କୋଟି ଟଙ୍କା
ଅଲ୍ଟ୍ରାଟେକ୍ : ୧୫ କୋଟି ଟଙ୍କା
ଟିଭିଏସ୍ ମୋଟର୍ସ : ୧୦ କୋଟି ଟଙ୍କା