୨୮ରେ ଓଡ଼ିଶା ଆସିବେ ନଡ୍ଡା, ନିଶ୍ଚିନ୍ତକୋଇଲିରେ ରାହୁଲ
Advertisement
Article Detail0/zeeodisha/odisha2223199

୨୮ରେ ଓଡ଼ିଶା ଆସିବେ ନଡ୍ଡା, ନିଶ୍ଚିନ୍ତକୋଇଲିରେ ରାହୁଲ

Odisha Politics: ବିଜେପି ନେତା ସମୀର ମହାନ୍ତିଙ୍କ ସୂଚନା ଅନୁସାରେ ୨୮ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବୋ। ସେ ବ୍ରହ୍ମପୁରଠାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେବେ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ମେ’ ୧୩ ତାରିଖରେ ବ୍ରହ୍ମପୁର ସମେତ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ ହେଉଥିବାରୁ ଜେପିଙ୍କ ଗସ୍ତ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି। 

୨୮ରେ ଓଡ଼ିଶା ଆସିବେ ନଡ୍ଡା, ନିଶ୍ଚିନ୍ତକୋଇଲିରେ ରାହୁଲ

ଭୁବନେଶ୍ୱର: ରବିବାର ଦିନ ଓଡ଼ିଶା ରାଜନୀତିକ ପାଣିପାଗରେ ଦୁଇ ଜାତୀୟସ୍ତରର ନେତାଙ୍କ ଆବିର୍ଭାବ ହେବ। ଉଭୟ ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳର ବିରୋଧୀ। ଏଣୁ ରାଜ୍ୟରେ ଏହିଦିନ ରାଜନୀତିକ ପାଣିପାଗ ବେଶ୍‍ ସରଗରମ ରହିବ ବୋଲି ଚର୍ଚ୍ଚା ହେଉଛି। 

ବିଜେପି ନେତା ସମୀର ମହାନ୍ତିଙ୍କ ସୂଚନା ଅନୁସାରେ ୨୮ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବୋ। ସେ ବ୍ରହ୍ମପୁରଠାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେବେ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ମେ’ ୧୩ ତାରିଖରେ ବ୍ରହ୍ମପୁର ସମେତ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ ହେଉଥିବାରୁ ଜେପିଙ୍କ ଗସ୍ତ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି। 

ଅପରପକ୍ଷେ ରାଜ୍ୟରେ ପ୍ରବଳ ଗ୍ର୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶାରେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦନ ତଥା ସ୍ୱାଭିମାନ ଦିବସ ଅବସରରେ ଶ୍ରୀ ରାହୁଲ ଗାନ୍ଧି ଓଡ଼ିଆ ଅସ୍ମିତା, ସ୍ୱାଭିମାନ କଥା କହିବେ ବୋଲି ଆଶା କରାଯାଉଛି। କିନ୍ତୁ ଶ୍ରୀ ଗାନ୍ଧି ଦକ୍ଷିଣ ଓଡ଼ିଶା ଗସ୍ତ ନକରି କଟକ ନିଶ୍ଚିନ୍ତ କୋଇଲିଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।

Also Read- Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !

Also Read- Bus Accident: ଢେଙ୍କାନାଳଠାରେ ଜଳିଗଲା ଅନୁଗୁଳ-ଭୁବନେଶ୍ୱର ବସ୍‍