Assam: ଗିରଫଦାରୀ ପରେ ଜାମିନ ପାଇଲେ 'ଶିବ'
Advertisement
Article Detail0/zeeodisha/odisha1251877

Assam: ଗିରଫଦାରୀ ପରେ ଜାମିନ ପାଇଲେ 'ଶିବ'

Lord Shiva Controversy: ଗତ ଶନିବାର ସନ୍ଧ୍ୟାରେ ଆସାମ ନାଗାଓଁ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। 

Assam: ଗିରଫଦାରୀ ପରେ ଜାମିନ ପାଇଲେ 'ଶିବ'

Lord Shiva Controversy: ସଦ୍ୟ କାଳୀ ପୋଷ୍ଟର ଲାଗି ସୃଷ୍ଟି ହୋଇଥିବା ବିବାଦ ଥମି ନଥିବା ବେଳେ ଏବେ ଆସାମରେ ଦେଖିବାକୁ ମିଳିଛି ସମାନ ଘଟଣା। ରାଜ୍ୟର ନାଗାଓଁ ଠାରେ ଭଗବାନ  ଶିବ ଏବଂ ଦେବୀ ପାର୍ବତୀଙ୍କ ଭଳି ବେଶ ପୋଷାକ ପିନ୍ଧି ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳାଙ୍କୁ ନେଇ ସୃଷ୍ଟି ହୋଇଛି ଏକ ନୂଆ ବିବାଦ।

ଏହି ଘଟଣାରେ ବଜରଙ୍ଗ ଦଳ ତଥା ବିଶ୍ୱ ହିନ୍ଦୁ ପରିଷଦର ନାଗାଓଁ ଜିଲ୍ଲା ଶାଖା ପକ୍ଷରୁ ହିନ୍ଦୁ ଧର୍ମର ଭାବନାକୁ କ୍ଷତି ପହଞ୍ଚା ଯାଇଥିବା ନେଇ ଅଭିଯୋଗ କରାଯାଇଥିଲା। ହେଲେ ଏହି ବିବାଦୀୟ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜାମିନ ମିଳିଯାଇଥିଲା। ତାଙ୍କୁ ନୋଟିସ ଜାରି ଛଡାଯାଇଥିବା ନାଗାଓଁ ଏସପି ଲୀନୀ ଡୋଲେ କହିଛନ୍ତି। 

କ'ଣ ଥିଲା ଘଟଣାକ୍ରମ?
ଗତ ଶନିବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। ଭଗବାନ  ଶିବ ଏବଂ ଦେବୀ ପାର୍ବତୀଙ୍କ ଭଳି ବେଶ ପୋଷାକ ପିନ୍ଧି ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳା ଇନ୍ଧନ, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକ ବାଇକ୍ ଯୋଗେ ଉଭୟେ ନାଗାଓଁ କଲେଜ ଛକ ଠାରେ ପହଞ୍ଚି ଇନ୍ଧନ ସରିଯାଉଥିବା ଗାଡିକୁ ନେଇ ଡ୍ରାମା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ପ୍ରଭୁ ଶିବଙ୍କ ଭଳି ବେଶ ପୋଷାକ ପିନ୍ଧିଥିବା ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ କରିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସରକାର କେବଳ ପୁଞ୍ଜିପତିଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ଏବଂ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଚିନ୍ତା କରୁନାହାଁନ୍ତି। ଏହା ପରେ ସେ ଲୋକଙ୍କୁ ରାସ୍ତାକୁ ଆସି ଦରଦାମ ବୃଦ୍ଧି ବିରୋଧରେ ବିକ୍ଷୋଭ କରିବାକୁ କହିଥିଲେ। କଲେଜ ଛକ ପରେ ସେମାନେ ବଡା ବଜାର ଠାରେ ପହଞ୍ଚି ସମାନ କାରନାମା କରିଥିଲେ। ହେଲେ ସେମାନଙ୍କର ଏହି କାରାନାମା ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେମାନେ ଏହାକୁ ସମାଲୋଚନା କରିବା ସହ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚା ଯାଇଥିବେ ନେଇ ଅଭିଯୋଗ କରିଥିଲେ। ଏଭଳି କାରାନାମା କରି ବିବାଦ ଘେରକୁ ଟଣା ହୋଇଥିବା ବିରିଞ୍ଚି ବୋରା ଏବଂ କରିସ୍ମାଙ୍କ ବିରୋଧରେ ନାଗାଓଁ ସଦର ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ପରେ ବୋରାଙ୍କୁ ଗିରଫ କରାଯାଇଥିଲା।

Also Read: ଭଗବାନ ଶିବଙ୍କ ପରେ ତହସିଲଦାରଙ୍କୁ ମିଳିଲା ନୋଟିସ; ଦେବାକୁ ହେବ ଜବାବ