Advertisement
Photo Details/zeeodisha/odisha1759290
photoDetails0hindi

Neena Gupta: ଅନ୍ ସ୍କ୍ରିନରେ ପ୍ରଥମ ଚୁମ୍ବନ ପରେ କିଛି ଏପରି କରିଥିଲେ ନିନା ଗୁପ୍ତା...

Neena Gupta: ଅଭିନେତ୍ରୀ ନିନା ଗୁପ୍ତାଙ୍କୁ (Neena Gupta) କିଏ ବା ନ ଜାଣେ । ପରଦା ଉପରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥାଆନ୍ତି ଦର୍ଶକ । ସବୁ ଭୂମିକାକୁ ପରଦା ଉପରେ ନିଖୁଣତାର ସହ ତୁଲାଇ ଆସୁଥିବା ଏହି ଅଭିନେତ୍ରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

1/6

ଗୁରୁବାର ଦିନ OTT ଫ୍ଲାଟଫର୍ମ ନେଟଫ୍ଲିସରେ (Netflix) ମୁକ୍ତିଲାଭ କରିଛି ‘ଲଷ୍ଟ ଷ୍ଟୋରିଜ୍-୨’ (Lust stories season 2) । ଏଥିରେ ଅଭିନେତ୍ରୀ ନୀନା ଗୁପ୍ତା ଜେଜେମା’ ଭୂମିକାରେ ନଜର ଆସିଛନ୍ତି । ଯିଏ ନିଜ ନାତୁଣୀ ଓ ଭାବି ନାତୁଣୀ ଜ୍ବାଇଁଙ୍କୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ନେଇ ଉସକାଉଥିବା ଦେଖିବାକୁ ମିଳୁଛି ।

2/6

ନିକଟରେ ‘ଲଷ୍ଟ ଷ୍ଟୋରିଜ୍-୨’ର ଏକ ପ୍ରମୋଶନ କାର୍ଯ୍ୟକ୍ରମ ଯୋଗଦେଇ ନୀନା ଗୁପ୍ତା ନିଜର ପ୍ରଥମ ଟେଲିଭିଜନ ଅନସ୍କ୍ରିନ୍ ଚୁମ୍ବନ (Lip Kiss) ବିଷୟରେ ବଖାଣିଥିଲେ।

3/6

ଅଭିନେତ୍ରୀ କହିଥିଲେ ଯେ, ନବେ ଦଶକର ଧାରାବାହିକ ‘ଦିଲ୍ଲଗି’(Dillagi)ରେ ତାଙ୍କୁ ଅଭିନେତା ଦିଲ୍ଲୀପ ଧାୱନଙ୍କୁ ଅନସ୍କ୍ରିନ୍ ଚୁମ୍ବନ ଦେବାକୁ କୁହାଯାଇଥିଲା ।

4/6

ପ୍ରଥମ ଥର ଅନସ୍କ୍ରିନ୍ ଚୁମ୍ବନ ଲାଗି ସେ ଆଦୌ ରାଜି ହୋଇନଥିଲେ । ଦିଲ୍ଲୀପଙ୍କ ବୁଝାସୁଝା ପରେ ସେ ରାଜି ହୋଇଥିଲେ ।

5/6

ଏହାର ସୁଟିଂ ସରିବା ପରେ ସେ ନିଜ ପାଟିକୁ ଡ଼େଟଲ ପାଣିରେ ଧୋଇଥିଲେ ବୋଲି କହିଥିଲେ । ଖାଲି ଏତିକି ନୁହେଁ, ଏହି ଦୃଶ୍ୟର ସୁଟିଂ ହେବା ପରେ ରାତିରେ ସେ କୁଆଡ଼େ ରାତିରେ ଶୋଇପାରିନଥିଲେ।

6/6

ପରେ ଏହି ଦୃଶ୍ୟକୁ ଅପ୍ରାସଙ୍ଗିକ ମନେ କରାଯାଇ ଧାରାବାହିକରୁ ବାଦ ଦିଆଯାଇଥିଲା ।  ଯାହା ନିନାଙ୍କୁ ଆଶ୍ବସ୍ତି ଦେଇଥିଲା ।