Advertisement
Photo Details/zeeodisha/odisha2012742
photoDetails0hindi

Railway ଦେଉଛି ବମ୍ପର ନିଯୁକ୍ତି, ଆଜିଠାରୁ କରନ୍ତୁ ଆବେଦନ, ଦ୍ୱାଦଶ ପାସ୍ ରହିଛି ଯୋଗ୍ୟତା

Railway Jobs 2023: ଆପଣ ଯଦି ଭାରତୀୟ ରେଳବାଇରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହାର ନୋଟିସ୍ କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା ଓ ପଞ୍ଜୀକରଣ ଆଜି ଠାରୁ (୧୫ ଡିସେମ୍ବର) ଆରମ୍ଭ ହୋଇଛି ।

 

1/6

ପଶ୍ଚିମ କେନ୍ଦ୍ରୀୟ ରେଳବାଇ ପାଇଁ ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଏହି ନିଯୁକ୍ତି କରାଯାଉଛି ଓ ଏହା ଅଧୀନରେ ତିନି ହଜାରରୁ ଅଧିକ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ଦିଆଯିବ । ଏହା ଅଧୀନରେ ସମୁଦାୟ ୩୦୧୫ଟି ପୋଷ୍ଟ ପୂରଣ ହେବ ।

 

2/6

ଆପଣ ଏହି ପୋଷ୍ଟଗୁଡିକ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଏହା କରିବା ପାଇଁ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍  wcr.indianrailways.gov.in ଭିଜିଟ୍ କରିପାରିବେ ।

 

3/6

ଏହି ପଦବୀଗୁଡ଼ିକ ପାଇଁ ଆବେଦନ ଆଜି ଠାରୁ ଅର୍ଥାତ୍ ୧୫ ଡିସେମ୍ବରରୁ ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ୧୪ ଜାନୁୟାରୀ ୨୦୨୪ ରହିଛି । ଏହି ତାରିଖ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ଫର୍ମ ପୁରଣ କରନ୍ତୁ ।

 

4/6

ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଦ୍ୱାଦଶ ଶ୍ରେଣୀରେ ଅତିକମରେ ୫୦ ପ୍ରତିଶତ ମାର୍କ ରହିବା ଉଚିତ୍ । ଏହା ସହିତ, ପ୍ରାର୍ଥୀଙ୍କର ସମ୍ପୃକ୍ତ ଟ୍ରେଡରେ ସାର୍ଟିଫିକେଟ୍ ରହିବା ଉଚିତ୍ ।

 

5/6

ବୟସ ସୀମା ୧୫ ରୁ ୨୪ ବର୍ଷ ରଖାଯାଇଛି । ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ଯୋଗ୍ୟତା ଆଧାରରେ ହେବ । ଦଶମ ମାର୍କ ଏବଂ ଆଇଟିଆଇ ଡିପ୍ଲୋମା ମାର୍କ ଆଧାରରେ ଏହି ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ।

 

6/6

ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୧୩୬ ଟଙ୍କା ଦେୟ ଦେବାକୁ ପଡିବ । ଏସସି, ଏସଟି, PAWBD ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଦେୟ ୩୬ ଟଙ୍କା ରହିଛି । ଅଫିସିଆଲ୍ ୱେବସାଇଟ୍  wcr.indianrailways.gov.in ଭିଜିଟ୍ କରି ବାକି ବିବରଣୀ ଯାଞ୍ଚ କରନ୍ତୁ ।