Advertisement
Photo Details/zeeodisha/odisha2016949
photoDetails0hindi

IIT ପଢିବା ପରେ ମିଳିଥିଲା ବଡ଼ ଚାକିରି, ମନ ନବୁଝିବାରୁ ବନିଲେ IAS

ଯେଉଁମାନଙ୍କ ନିକଟରେ ଦକ୍ଷତା ଅଛି ସେମାନେ ଯେକୌଣସି ଲକ୍ଷ୍ୟକୁ ସହଜରେ ପୂରଣ କରିପାରନ୍ତି । ଆଜି ଆପଣଙ୍କୁ ସେପରି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟିଏ ମଧ୍ୟବିତ୍ତ ପରିବାରରେ ଜନ୍ମହୋଇ ଆଇଆଇଟିରେ ପାଠ ପଢିଥିଲେ । ଏଥିସହ ସେ ଦୁଇଥର ୟୁପିଏସସି ପରୀକ୍ଷା ଦେଇଥିଲେ ।

1/5

୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଋଷି ଗର୍ଗ ବର୍ତ୍ତମାନ ମଧ୍ୟପ୍ରଦେଶର ହରଡା ଜିଲ୍ଲାରେ ଡିଏମ୍ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଉତ୍ତରପ୍ରଦେଶ ଆଗ୍ରାର ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ତାଙ୍କ ବାପା PWDରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ଅବସର ନେଇଛନ୍ତି ।

2/5

ପିଲାଟି ଦିନରୁ ଋଷି ଗର୍ଗ ଖୁବ ଭଲ ପାଠ ପଢୁଥିଲେ । ସେ ଲକ୍ଷ୍ମୌରେ ନିଜର ବିଦ୍ୟାଳୟ ଜୀବନ ଅତିବାହିତ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ସେ ପିଲାଟି ଦିନରୁ ହିଁ ଖୁବ ଭଲ ପଦର୍ଶନ କରିବା ସହ ଅନେକ ସମ୍ମନ ପାଇଥିଲେ । ତାଙ୍କ ପିତା ଆଇଆଇଟି ବିଏଚୟୁରୁ ଅଧୟନ କରିଥିବାରୁ ସେ ମଧ୍ୟ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ 

 

3/5

୨୦୦୪ ମସିହାରେ ଋଷି IIT JEE ପରୀକ୍ଷା ଦେଇଥିଲେ ଯେଉଁଥିରେ ତାଙ୍କର ୨୪୯ ରାଙ୍କ୍ ରହିଥିଲା । ପରେ ସେ, ଆଇଆଇଟି କାନପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଆଡମିଶନ କରିଥିଲେ । ସ୍ନାତକ ହାସଲ କରିବା ପରେ ସେ ମୁମ୍ବାଇର ଏକ ଲିଗାଲ୍ ଫାର୍ମରେ ନିଯୁକ୍ତି ପାଇଥିଲେ । ସେଠାରେ ସେ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ପାଇଁ ପେଟେଣ୍ଟ ପ୍ରସ୍ତୁତ କରୁଥିଲେ । ସେହି ସମୟରେ ତାଙ୍କର ଦରମା ବର୍ଷକୁ ୮ଲକ୍ଷ ଟଙ୍କା ଥିଲା ।

4/5

ଋଷି ତାଙ୍କ ସାଙ୍ଗମାନଙ୍କ ସହିତ ମୁମ୍ବାଇରେ ରହୁଥିଲେ । ୨ ବର୍ଷ ଚାକିରି କରିବା ପରେ ଋଷିଙ୍କ ଜଣେ ସାଙ୍ଗ ଦିଲ୍ଲୀ ଯାଇ UPSC ପାଇଁ ପ୍ରସ୍ତୁତ କରିବାକୁ ସ୍ଥିର କରିଥିଲେ । ସେହି ସମୟରେ ଋଷି ସିଭିଲ ସର୍ଭିସ ପରୀକ୍ଷା ବିଷୟରେ ଅଧିକ ଜାଣି ନଥିଲେ। ସାଙ୍ଗର ଆଗ୍ରହ ଦେଖିବା ପରେ ଋଷି ମଧ୍ୟ ପରୀକ୍ଷା ବିଷୟରେ ଅଧିକ ଜାଣିବାକୁ ପାଇଥିଲେ ଏବଂ ପରେ ନିଜେ ମଧ୍ୟ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏକ ଭଲ ଚାକିରି ଛାଡ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା । କିନ୍ତୁ ଏହି କ୍ଷେତ୍ରରେ ଋଷିଙ୍କ ପରିବାର ଲୋକେ ତାଙ୍କୁ ସପୋର୍ଟ କରିଥିଲେ । ଯାହା ତାଙ୍କ ପାଇଁ ଆଗକୁ ବଢିବାକୁ ସହଜ ହୋଇଥିଲା ।

5/5

ଋଷି ୟୁପିଏସି ପରୀକ୍ଷା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ତେଣୁ ସେ ପ୍ରଥମ ପ୍ରୟାସରେ UPSC ପରୀକ୍ଷା କ୍ଲିଅର କରିବାରେ ସକ୍ଷମ ହୋଇଥିଲେ । ସେ ୨୦୧୨ ମସିହାରେ UPSC ରେ ୩୯୮ ତମ ରାଙ୍କ୍ ପାଇ ଆଇଆରଏସ ଅଫିସର ହୋଇଥିଲେ । କିନ୍ତୁ ଋଷି ଏଥିରେ ସନ୍ତୁଷ୍ଟ ନ ହୋଇ ପୁନର୍ବାର ପରୀକ୍ଷା ଦେବାପାଇଁ ନିଷ୍ପତ୍ତି ନେବା ସହିତ ଅଧିକ ପରିଶ୍ରମ କରିଥିଲେ  । ପରେ UPSC ୨୦୧୩ରେ ସେ ୪୯ତମ ରାଙ୍କ୍ ରଖି ଏଇଏଏସ ଅଫିସର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତାଙ୍କର ଏହି ସଫଳତା ପ୍ରମାଣ କରିଥିଲା ଯେ, ପରିଶ୍ରମ କରିଲେ ଯେକୌଣସି ଲକ୍ଷକୁ ସହଜରେ ହାସଲ କରିହୁଏ ।

ଆଇଏଏସ୍ ଅଫିସର ହେବା ପରେ ସେ, ମଧ୍ୟପ୍ରଦେଶ କ୍ୟାଡର ପାଇଥିଲେ ଏବଂ ତାଙ୍କର ପ୍ରଥମ ପୋଷ୍ଟିଂ ନରସିଂହଗଡ ଜିଲ୍ଲାର ସବ୍-ଡିଭିଜନାଲ ଅଫିସର ଭାବରେ ହୋଇଥିଲା। ଏହା ପରେ ସେ, ଶୋପୁର, ଇଣ୍ଡୱାରା ଏବଂ ଉଜନ ଜିଲ୍ଲାରେ ମଧ୍ୟ କାମ କରିଥିଲେ। ବର୍ତ୍ତମାନ ତାଙ୍କୁ ଜିଲ୍ଲା କଲେକ୍ଟର ଭାବରେ ହରଡାରେ ପୋଷ୍ଟିଂ ଦିଆଯାଇଛି । ଜଣେ ଜିଲ୍ଲାପାଳ ଭାବରେ ସେ ସର୍ବଦା ଲୋକଙ୍କ ସେବା କରିବାକୁ ଚେଷ୍ଟା କରନ୍ତି । ଋଷି କୋଶିକା ଗର୍ଗଙ୍କୁ ବିବାହ କରିଛନ୍ତି । କୋଶିକା ନୋଏଡାରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି।