Aditya-L1: ସୌର ମିଶନ ପାଇଁ କାଉଣ୍ଟଡ଼ାଉନ ଆରମ୍ଭ, ଏହି ସମୟରେ ହେବ ଉତକ୍ଷେପଣ
Advertisement
Article Detail0/zeeodisha/odisha1851790

Aditya-L1: ସୌର ମିଶନ ପାଇଁ କାଉଣ୍ଟଡ଼ାଉନ ଆରମ୍ଭ, ଏହି ସମୟରେ ହେବ ଉତକ୍ଷେପଣ

Aditya L1 Mission Countdown: ଆଦିତ୍ୟ-ଏଲ୍‌୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ। ଏହି ସୌର ଯାନ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ତେବେ ଭାରତର ଏହି ସୌର ମିଶନ (Surya Mission aditya L1) ଉପରେ ସାରା ବିଶ୍ବର ନଜର ରହିଛି । 

ସୌ(ସୋସିଆଲ ମିଡିଆ)

Aditya-L1: ଆଜି ଶ୍ରୀହରିକୋଟା (Sriharikota) ସ୍ପେସ୍ ସେଣ୍ଟରରୁ (space centre) ପୁଣି ଇତିହାସ ରଚିବ ଦେଶ । ଇସ୍ରୋର ସୌର ମିଶନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ (Aditya l1 mission countdown) । ଶନିବାର ଦିନ ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ L1 (Aditya L1)କୁ ଉତକ୍ଷେପଣ ହେବ । ଏଥି ନେଇ ଲଞ୍ଚ ପ୍ୟାଡ଼ରେ ପ୍ରସ୍ତୁତ ହୋଇ ରହିଛି PSLV-C57 ।

ସୂଚନା ଅନୁଯାୟୀ, ଚନ୍ଦ୍ରଯାନ-୩ର (chandrayaan-3) ସଫଳତାର ମାତ୍ର କିଛି ଦିନ ପରେ ସୌର ଅଭିଯାନରେ (Surya Mission aditya L1 ) ବାହାରିଛି ଇସ୍ରୋ (ISRO) । ସୌର ବାୟୁ ଓ ସୌର ବାତାବରଣ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‌’ଆଦିତ୍ୟ-ଏଲ୍‌୧’ (Aditya L1) ଶନିବାର ଦିନ ଉତ୍‌କ୍ଷେପଣ ହେବ। ଆଦିତ୍ୟ-ଏଲ୍‌୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ। ଏହି ସୌର ଯାନ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ତେବେ ଭାରତର ଏହି ସୌର ମିଶନ (Surya Mission aditya L1) ଉପରେ ସାରା ବିଶ୍ବର ନଜର ରହିଛି । ଏହି PSLV-C57 କ୍ଲାସ୍ ରକେଟ୍ ଦେଢ ଟନ ଓଜନର ଆଦିତ୍ୟ-ଏଲ ୧କୁ ନିର୍ଦ୍ଧାରିତ ଲୋ-ଆର୍ଥ ଅର୍ବିଟ ବା ଭୂପୃଷ୍ଠଠାରୁ ଅପେକ୍ଷାକୃତ ସ୍ପଳ୍ପ ଉଚ୍ଚତା ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ କରିବ ।

ଏହାପରେ ଆଦିତ୍ୟ-ଏଲ୍‌୧ ପୃଥିବୀକୁ ପ୍ରାୟ ୪ ଥର ପରିକ୍ରମା କରି ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗରାଞ୍ଜିଆନ୍ ପଏଣ୍ଟ ବା ଏଲ-୧ ଅଭିମୁଖେ ଆଗେଇଯିବ । ଏହାକୁ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ । ଆଦିତ୍ୟ-ଏଲ୍‌୧ର ୭ଟି ପେ ଲୋଡ଼ ରହିବ । ଏ ମଧ୍ୟରୁ ୪ଟି ସୂର୍ଯ୍ୟର ଆଲୋକର ବିଶ୍ଲେଷଣ କରିବ । ସେହିପରି ଅନ୍ୟ ତିନୋଟି ସୂର୍ଯ୍ୟର ଚୁମ୍ବକୀୟ ପ୍ରଭାବ ଓ ପ୍ଲାଜମାର ଅନୁଧ୍ୟାନ କରିବ । ଫଳରେ ସୌର ମଣ୍ତଳର ଉତ୍ପତ୍ତି ବାବଦରେ ମଧ୍ଯ ଏହା ମାଧ୍ଯମରେ କିଛି ନୂଆ ସୂଚନା ମିଳିପାରିବ ।

Also Read-Odisha News: ଡ଼େଙ୍ଗୁ ପରେ ଏବେ ରାଜ୍ୟକୁ ମ୍ୟାଲେରିଆ ଭୟ! ଔଷଧୀୟ ମଶାରି ଅବଧି ସରିଥିବାରୁ ଚିନ୍ତାରେ ସରକାର

Also Read-Vande Bharat Express: ଚଳିତ ମାସ ଓଡ଼ିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ!