Vande Bharat: ଏଣିକି ୧୪ ମିନିଟ୍ ରେ ସଫା ହେବ ବନ୍ଦେ ଭାରତ
Advertisement
Article Detail0/zeeodisha/odisha1895661

Vande Bharat: ଏଣିକି ୧୪ ମିନିଟ୍ ରେ ସଫା ହେବ ବନ୍ଦେ ଭାରତ

Vande Bharat Train: ଆଜିଠାରୁ ବନ୍ଦେ ଭାରତ ଟ୍ରେନରେ ଶୀଘ୍ର ସଫେଇ ନେଇ ଭାରତୀୟ ରେଳବାଇ ପକ୍ଷରୁ ‘୧୪ ମିନିଟ୍‌ ମିରାକଲ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି଼ ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Vande Bharat Train: ଏଣିକି ଟୁଟକିରେ ସଫା ହେବ ବନ୍ଦେ ଭାରତ (Vande Bharat) । ଆଜିଠାରୁ ବନ୍ଦେ ଭାରତ ଟ୍ରେନରେ ଶୀଘ୍ର ସଫେଇ ନେଇ ଭାରତୀୟ ରେଳବାଇ ପକ୍ଷରୁ ‘୧୪ ମିନିଟ୍‌ ମିରାକଲ୍‌’ର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି଼ ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ, ଏଣିକି ବନ୍ଦେ ଭାରତ (vande bharat express trains) ସଫେଇ ନେଇ ଲାଗିବ ମାତ୍ର ୧୪ ମିନିଟ୍ । ରବିବାର ଦିନଠାରୁ ରେଳବାଇ ପକ୍ଷରୁ (Indian Railways) ‘୧୪ ମିନିଟ୍‌ ମିରାକଲ୍‌’ ଯୋଜନାର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି଼ ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ପୁରୀରେ ଆଜି ଏହି  ଯୋଜନାର ଶୁଭାରମ୍ଭ ହୋଇଛି । ସଫେଇ ନେଇ ବନ୍ଦେ ଭାରତର ପ୍ରତି ବଗିରେ ୩ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ମାତ୍ର ୧୪ ମିନିଟ୍‌ ମଧ୍ୟରେ ବନ୍ଦେ ଭାରତ ଟ୍ରେନକୁ ସଫା କରିବେ। ଆଜି ଅନୁଷ୍ଠିତ ସ୍ବଚ୍ଛତା ହିଁ ସେବା (Swachhata hi Seva) କାର୍ଯ୍ୟକ୍ରମ ଜରିଆରେ ‘୧୪ ମିନିଟ୍‌ ମିରାକଲ୍‌’ (14 minute miracle ) ଲଞ୍ଚ ନେଇ ରେଳ ମନ୍ତ୍ରାଳୟ (Ministry of Indian Railways) ପକ୍ଷରୁ ଘୋଷଣା କରାଯାଇଛି । ଷ୍ଟେସନ୍‌ରେ ଯାତ୍ରୀ ଓହ୍ଲାଇବା ପରେ ଏହି ସଫେଇ କର୍ମଚାରୀମାନେ ବଗି ଗୁଡ଼ିକୁ ସଫା କରିବେ। ବର୍ତ୍ତମାନ ବନ୍ଦେ ଭାରତ ସଫା ହେବା ସହ ପରବର୍ତ୍ତୀ ଷ୍ଟେସନ ପାଇଁ ରେଡ୍ଡି ହେବା ଲାଗି ୪୫ ମିନିଟ୍ ଲାଗୁଛି। ଏବେ ଆମେ ଅଧିକ ସୁବ୍ୟବସ୍ଥିତ ୱାର୍କଫ୍ଲୋକୁ ଫଲୋ କରିବାକୁ ବିଚାର କରୁଛୁ । କାରଣ ପ୍ରତି କୋଚରେ ତିନି ଜଣ ଲେଖାଏଁ ସଫେଇ କର୍ମଚାରୀ ରହିବେ ଯାହାଙ୍କୁ କିଛି କହିବା ପୂର୍ବରୁ ମାତ୍ର ୧୪ ମିନିଟ୍ ମଧ୍ୟରେ କୋଚକୁ ସଫା କରିବେ। କାମ କରିବାର ନୂଆ ତରିକା ଏହା ସ୍ଥିର କରିବ ପ୍ରୟାସରେ କୌଣସି ଭୁଲ ରହିବ ନାହିଁ ଓ ଏହି ସଫେଇ ପ୍ରୟାସ ଶତ ପ୍ରତିଶତ ସଫଳ ହେବ ବୋଲି ଅଧିକାରୀ ମତ ଦେଇଛନ୍ତି ।

Also Read-RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?

ପ୍ରକାଶ ଥାଉ କି, ଭାରତ ସରକାର ‘୧୪ ମିନିଟ୍‌ ମିରାକଲ୍‌’ (14 minute miracle) ଲାଗୁ କରିବାକୁ ଥିବାବେଳେ ବହୁ ପୂର୍ବରୁ ଜାପାନରେ (Japan) ‘୭ ମିନିଟ୍‌ ମିରାକଲ୍‌’ (7 minute miracle ) କାର୍ଯ୍ୟ କରୁଛି।  ଯାହା ଫଳରେ ମାତ୍ର ୭ ମିନିଟ୍‌ ରେ ସଫା ହେଉଛି ଜାପାନର ବୁଲେଟ ଟ୍ରେନ୍ ।