Cabinet decision: ଆଜି ଏହି ୩ଟି ବଡ ନିଷ୍ପତ୍ତି ନେଲେ ମୋଦି ସରକାର, ଯାହା ଆପଣ ଜାଣି ଖୁସି ହୋଇଯିବେ!
Advertisement
Article Detail0/zeeodisha/odisha1371727

Cabinet decision: ଆଜି ଏହି ୩ଟି ବଡ ନିଷ୍ପତ୍ତି ନେଲେ ମୋଦି ସରକାର, ଯାହା ଆପଣ ଜାଣି ଖୁସି ହୋଇଯିବେ!

Modi Cabinet decision: ମୋଦି ସରକାର ବୁଧବାର ଦିନ ତିନିଟି ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସରକାରୀ କର୍ମଚାରୀ, ଗରିବ ଲୋକ ଓ ସାଧାରଣ ଲୋକଙ୍କ ପାଇଁ ଖୁସି ଆଣିଦେଇଛି । ଜାଣନ୍ତୁ ଏହା ବିଷୟରେ ...

ସୌ: ସୋସିଆଲ ମିଡିଆ

Modi Cabinet decision: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର (Modi Govt) ବୁଧବାର ଦିନ ତିନିଟି ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ବୈଠକରେ (Cabinet Meeting) ନିଆଯାଇଥିବା ଏହି ନିଷ୍ପତ୍ତି ସରକାରୀ କର୍ମଚାରୀ, ଗରିବ ଲୋକ ଓ ସାଧାରଣ ଲୋକଙ୍କ ପାଇଁ ଖୁସି ଆଣିଦେଇଛି । ସରକାରୀ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଇ ମୋଦି ସରକାର ସେମାନଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ, ଅନ୍ୟପଟେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏଥିସହ ସାଧାରଣ ଲୋକଙ୍କ ପାଇଁ ରେଳ ଯାତ୍ରାକୁ ଆରାମଦାୟକ କରିବା ପାଇଁ ଦଶ ହଜାର କୋଟି ଟଙ୍କା ବ୍ୟୟରେ ନୂଆଦିଲ୍ଲୀ, ଅହମ୍ମଦାବାଦ ଓ ସିଏସଏମଟି-ମୁମ୍ବାଇ ରେଳ ଷ୍ଟେସନର ପୁନଃ ବିକଶିତ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି ।

ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଓ ରିଲିଫ୍ କିସ୍ତି ମୁକ୍ତ କରିବାକୁ ଅନୁମତି ଦିଆଯାଇଛି । ସେ କହିଛନ୍ତି ଯେ ଏହି କିସ୍ତି ୧ ଜୁଲାଇ ୨୦୨୨ ରୁ ଲାଗୁ ହେବ ।

ତିନି ମାସ ପାଇଁ ବୃଦ୍ଧି ହୋଇଛି ମାଗଣା ଶସ୍ୟ ଯୋଜନା
ଏହା ସହିତ ସରକାର ବୁଧବାର ଦିନ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ତିନିମାସ ଅର୍ଥାତ୍ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ସରକାର ୪୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଦ୍ରାସ୍ଫୀତିରୁ ଗରିବ ଲୋକଙ୍କୁ କିଛି ଆରାମ ଦେବା ବ୍ୟତୀତ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ୱାସ କରଯାଉଛି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଯୋଜନା ଶୁକ୍ରବାର ଦିନ ଶେଷ ହେଉଥିଲା । ବର୍ତ୍ତମାନ ଏହାକୁ ଅକ୍ଟୋବରରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଯୋଜନା ଅଧୀନରେ ୮୦ କୋଟି ଗରିବଙ୍କୁ ପ୍ରତି ମାସରେ ପାଞ୍ଚ କିଲୋଗ୍ରାମ ଗହମ ଓ ଚାଉଳ ଦିଆଯାଏ ।

୧୦ ହଜାର କୋଟି ଟଙ୍କା ସହିତ ରେଳ ଷ୍ଟେସନର ବିକାଶ 
ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେସନ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ରେଳ ଷ୍ଟେସନ ଓ ଅହମ୍ମଦାବାଦ ରେଳ ଷ୍ଟେସନର ପୁନଃ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ରିଲିଜ କରିବାକୁ ଅନୁମୋଦନ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ମୋଟ ୧୯୯ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି, କିନ୍ତୁ ବର୍ତ୍ତମାନ ୫୦ ଲକ୍ଷରୁ ଅଧିକ ଫୁଟଫୁଲ ଥିବା ଷ୍ଟେସନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ: ଦେଶର ୨୬ କୋଟି ମୋବାଇଲ୍ ୟୁଜର୍ସ ଧ୍ୟାନ ଦିଅନ୍ତୁ! ଶୀଘ୍ର ବନ୍ଦ ହୋଇପାରେ ଆପଣଙ୍କର ନେଟୱାର୍କ!