Google Layoffs: ବଡ଼ ସଂଖ୍ୟାରେ ଛଟେଇ କରିବ ଗୁଗୁଲ, ଭାରତ ଉପରେ ପଡ଼ିପାରେ ପ୍ରଭାବ
Advertisement
Article Detail0/zeeodisha/odisha2209253

Google Layoffs: ବଡ଼ ସଂଖ୍ୟାରେ ଛଟେଇ କରିବ ଗୁଗୁଲ, ଭାରତ ଉପରେ ପଡ଼ିପାରେ ପ୍ରଭାବ

କମ୍ପାନୀର ସିଇଓ ସୁନ୍ଦର ପିଚାଇ ଜାନୁଆରୀ ଛଟେଇ ପରେ ସୂଚାଇ ଦେଇଛନ୍ତି ଯେ ଅଧିକ କର୍ମଚାରୀ ଛଟେଇର ସମ୍ମୁଖୀନ ହୋଇପାରନ୍ତି।

Google Layoffs: ବଡ଼ ସଂଖ୍ୟାରେ ଛଟେଇ କରିବ ଗୁଗୁଲ, ଭାରତ ଉପରେ ପଡ଼ିପାରେ ପ୍ରଭାବ

Google Layoffs: ନୂଆଦିଲ୍ଲୀ: ବଡ କମ୍ପାନୀଗୁଡିକରେ ଚାଲିଆସୁଥିବା ଛଟେଇ ପ୍ରକ୍ରିୟା ବନ୍ଦ ହେବାର ନାଁ ଧରୁନାହିଁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ନାମୀଦାମୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିବା ଜାରି ରଖିଛନ୍ତି। ଟେକ୍ ଜଏଣ୍ଟ୍ ଗୁଗୁଲ୍ ଏହି କ୍ରମରେ ପୁଣି ଥରେ ନିଜ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଏଥର ସୀମିତ ସଂଖ୍ୟାରେ ଛଟେଇ କରାଯାଇଛି। ଏହା ସମଗ୍ର କମ୍ପାନୀ ଉପରେ ପ୍ରଭାବ ପକାଇବ ନାହିଁ। ଯେଉଁ କର୍ମଚାରୀମାନେ ଛଟେଇ ହୋଇଛନ୍ତି, ସେମାନେ ଗୁଗୁଲରେ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇବେ। କିନ୍ତୁ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି ମୁଖପାତ୍ର। କେଉଁ ଦଳ ଛଟେଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ।

ପରିଚାଳନାରେ ହେଉଛି ପରିବର୍ତ୍ତନ
ଗୁଗୁଲ ଏହାର ପରିଚାଳନା ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବା ପାଇଁ ଏହାର କାର୍ଯ୍ୟରେ ପ୍ରମୁଖ ପରିବର୍ତ୍ତନ କରୁଛି। ସର୍ବଶେଷ ପରିବର୍ତ୍ତନଗୁଡିକ ବ୍ୟାପକ ପରିବର୍ତ୍ତନ ପ୍ରୟାସର ଏକ ଅଂଶ। ଗୁଗୁଲ୍ ସେହି ଭୂମିକାଗୁଡ଼ିକର ଏକ ଅଂଶକୁ ଅନ୍ୟ ହବ୍କୁ ସ୍ଥାନାନ୍ତର କରିବାକୁ ଯାଉଛି। ଯେଉଁ କେନ୍ଦ୍ରଗୁଡ଼ିକରେ ଏହି ପରିବର୍ତ୍ତନ ହେବାକୁ ଯାଉଛି, ସେଥିରେ ଭାରତ ଏବଂ ଚିକାଗୋ, ଆଟଲାଣ୍ଟା ଏବଂ ଡବଲିନ୍ରେ ଅବସ୍ଥିତ ହବ୍ ଅନ୍ତର୍ଭୁକ୍ତ ରହିଛି।

ଚଳିତ ୨୦୨୪ ବର୍ଷର ଏହା ହେଉଛି ଗୁଗୁଲର ଦ୍ୱିତୀୟ ଛଟେଇ। ଏହାର ଅର୍ଥ ହେଉଛି ୪ ମାସ ତଳେ ଟେକ୍ ଜଏଣ୍ଟ ଦ୍ୱିତୀୟ ଥର ପାଇଁ ନିଜ କର୍ମଚାରୀଙ୍କୁ ଛଟେଇ କରିଛି। ଏହାପୂର୍ବରୁ ଜାନୁୟାରୀ ମାସରେ ୨୦୨୪ର ଆରମ୍ଭରେ ଗୁଗୁଲ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଇଞ୍ଜିନିୟରିଂ, ହାର୍ଡୱେର୍ ଏବଂ ଆସିଷ୍ଟାଣ୍ଟ ଦଳର କର୍ମଚାରୀମାନେ ସେହି ଛଟେଇର ଶିକାର ହୋଇଥିଲେ। କମ୍ପାନୀର ସିଇଓ ସୁନ୍ଦର ପିଚାଇ ଜାନୁଆରୀ ଛଟେଇ ପରେ ସୂଚାଇ ଦେଇଛନ୍ତି ଯେ ଅଧିକ କର୍ମଚାରୀ ଛଟେଇର ସମ୍ମୁଖୀନ ହୋଇପାରନ୍ତି।