COVID-19: ମୁଣ୍ତ ଟେକିଲାଣି କୋରୋନା, ଏହି ସବୁ ସ୍ଥାନରେ ବାଧ୍ୟତାମୂଳକ ହେଲା ମାସ୍କ
Advertisement
Article Detail0/zeeodisha/odisha2017893

COVID-19: ମୁଣ୍ତ ଟେକିଲାଣି କୋରୋନା, ଏହି ସବୁ ସ୍ଥାନରେ ବାଧ୍ୟତାମୂଳକ ହେଲା ମାସ୍କ

COVID-19: ଚିନ୍ତା ବଢାଉଛି କୋରୋନା (COVID-19)।  ଦେଶର କିଛି ସ୍ଥାନରେ କୋଭିଡ -୧୯ର ସବ୍ ଭାରିଆଣ୍ଟ ଜେଏନ୍ .୧ ଚିହ୍ନଟ ହେବା ପରେ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଦେଶରେ ଏହି ଦୁଇ ରାଜ୍ୟରେ....

COVID-19: ମୁଣ୍ତ ଟେକିଲାଣି କୋରୋନା, ଏହି ସବୁ ସ୍ଥାନରେ ବାଧ୍ୟତାମୂଳକ ହେଲା ମାସ୍କ

COVID-19: ଚିନ୍ତା ବଢାଉଛି କୋରୋନା (COVID-19)।  କୋଭିଡ଼ର ଜେଏନ୍,୧ ସବ୍ ଭାରିଆଣ୍ଟ,  ଚିହ୍ନଟ ପରେ, ଦେଶରେ ସଂକ୍ରମଣ ବଢି ଚାଲିଥିବାରୁ ଏନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ସହ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।  କୋଭିଡ଼-୧୯ ଭୂତାଣୁ କ୍ରମାଗତ ଭାବେ ସଂକ୍ରମଣ ହେଉଛି ଓ ଏହାର ମହାମାରୀ ଗୁଣ ଭାରତୀୟ ଜଳବାୟୁ ସହ ଖାପ ଖାଇସାରିଲାଣୀ। ଏଥିସହିତ  ଅନ୍ୟାନ୍ୟ ସାଧାରଣ ଭୂତାଣୁ ସଂକ୍ରମଣ ମଧ୍ୟ ଲାଗି ରହିଛି। ତେଣୁ କୋଭିଡ ସ୍ଥିତି ଉପରେ ଜିଲ୍ଲା ସ୍ତରରୁ ଆମକୁ କ୍ରମାଗତ ଭାବେ ନଜର ରଖିବାକୁ ହେବ। ଯାହାକି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କୁହାଯାଇଛି।

ALSO READ: Odisha News: ଏଇଠି ମିଳିବ ସମ୍ବଲପୁରୀ ଖାଦ୍ୟର ମଜା

ଦେଶରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏବଂ ସକ୍ରିୟ ମାମଲା ସଂଖ୍ୟା ୧,୮୨୮ ଅଛି । ତେବେ, କେରଳରେ ଜେଏନ୍.୧ ସବ୍ ଭାରିଆଣ୍ଟ ଠାବ ସହ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ଚିନ୍ତା ବଢିଛି।  ତେବେ, କେବଳ ସବ୍ ଭାରିଆଣ୍ଟ କାରଣରୁ ନୁହେଁ, ବଂର ବିଭିନ୍ନ ସ୍ବାସ୍ଥ୍ୟଗତ ସ୍ଥିତି ଯୋଗୁଁ, ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଆଇଏନଏସଏସିଜିଓର ମୁଖ୍ୟ ଡାକ୍ତର ଏନ୍ କେ ଆରୋରା କହିଛନ୍ତି। କେରଳରେ କୋଭିଡ -୧୯ର ସବ୍ ଭାରିଆଣ୍ଟ ଜେଏନ୍ .୧ ଚିହ୍ନଟ ହେବା ପରେ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର  ୬୦ ବର୍ଷର ଅଧିକ ବୟସ୍କଙ୍କ ପାଇଁ  ଫେସ୍ ମାସ୍କ ବାଧ୍ୟତା ମୂଳକ କରିଛନ୍ତି।

ବୟସ୍କ ତଥା ବହୁବିଧ ରୋଗରେ ଥିଲେ କିମ୍ବା ଜ୍ବର, ଥଣ୍ତାର ଆଦି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି।  ସେପଟେ, ସିଙ୍ଗାପୁରରେ କୋଭିଡ଼ ମାମଲା ବୃଦ୍ଧି ପାଉଥିବାରୁ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ଡିସେମ୍ବର ଆରମ୍ଭରୁ ଏହି ସ୍ଥାନରେ କୋଭିଡ ମାମଲା ବଢିବାରେ ଲାଗିଛି। ଜନଗହଳି ପୂର୍ଣ୍ଣ ସ୍ଥାନ ଓ ବିମାନ ବନ୍ଦର ସ୍ଥାନ ଗୁଡିକରେ ମାସ୍କକୁ ବାଧ୍ୟତା ମୂଳକ କରିଛି ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ(COVID 19 Face Mask Mandatory in Singapore) ।