Road Accident: କାର୍ କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ
Advertisement
Article Detail0/zeeodisha/odisha2239854

Road Accident: କାର୍ କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। 

Road Accident: କାର୍ କୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। କାର୍ କୁ ଧକ୍କା ଦେଲା ଟ୍ରକ୍ । ଫଳରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରସ୍ ଓ୍ବେରେ ଏହି ଅଘଟଣ ଘଟିଛି।  ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। 

ALSO READ: Road Accident: ଭୟଙ୍କର ଦୁର୍ଘଟଣା, ରାସ୍ତା ପାର୍ ହେଉଥିବା ବେଳେ...

ସୂଚନା ଅନୁସାରେ,  ଦିଲ୍ଲୀର ଏକ ପରିବାର ରାଜସ୍ଥାନର ସାଓ୍ବାଇ ମାଧପୋର (Sawai Madhopur) ସ୍ଥିତ ଗଣେଷ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ପୂଜା କରି ପରିବାରର ୮ ସଦସ୍ୟ କାର୍ ଯୋଗ ନିଜ ଘରକୁ ଫେରୁଥିଲେ। ଗାଡିଟି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ପହଞ୍ଚିଥିବା ବେଳେ ବ୍ରେକ୍ ଫେଲ୍ ହୋଇଯାଇଥିଲା। ଏବଂ ସାମ୍ନା ପଟୁ ଆସୁଥିବା ଏକ ଟ୍ରକରେ ପିଟି ହୋଇଯାଇଥିଲା। ଫଳରେ ଗାଡି଼ରେ ଥିବା ୮ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୨ ଜଣ ଆହତ ହୋଇଛନ୍ତି। ଏ-ହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି। ଏବଂ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ତଦନ୍ତ ଜାରି ରଖିଛି। ତେବେ, ଦୁର୍ଘଟଣା ସମୟର ଭିଡି଼ଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।